ନୂଆଦିଲ୍ଲୀ,୩।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯୁଦ୍ଧ ମୈଦାନରେ କେବଳ ସପୋର୍ଟ ଟୁଲ୍ ନୁହେଁ,ବଂର ଗେମ୍-ଚେଞ୍ଜର ପାଲଟିଛି। ଏଆଇ ଯୁଦ୍ଧ ରଣନୀତି,ଟାର୍ଗେଟ ସିଲେକ୍ସନ ଓ ଅପରେସନାଲ ପ୍ଲାନିଂ ଦୃତ ଗତିରେ ବଦଳୁଛି। ଏହାକୁ ନେଇ ପୁରା ଦୁନିଆର ସେନା ହାଇ ଆଲର୍ଟରେ ଅଛନ୍ତି। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଏକ ଚାଞ୍ଚଲଞକର ଖବର ସାମନାକୁ ଆସିଛି। ତାହା ହେଲା ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣକୁ ନେଇ ବ୍ରିଟିସ୍ ଖବର କାଗଜ ‘ଫାଇନାନ୍ସିଆଲ ଟାଇମ୍ସ’ ଆଶ୍ଚର୍ଯ୍ୟକର ଖୁଲାସା କରିଛି। ରିପୋର୍ଟ ଅନୁସାରେ, ତେହରାନର ବ୍ୟାପକ ଟ୍ରାଫିକ୍ କ୍ୟାମେରା ନେଟଓ୍ବର୍କକୁ ହ୍ୟାକ୍ କରିନେଇଥିଲା ଇସ୍ରାଏଲ। ଏହା ସହ ଖାମେନେଇ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା। ଇରାନର ଟ୍ରାଫିକ୍ କ୍ୟାମେରା ନେଟଓ୍ବର୍କ ରାଜ୍ୟର ମନିଟରିଂ ସିଷ୍ଟମର ଅଂଶ ରହିଛି। ଏହାର ଅର୍ଥ ପ୍ରଦର୍ଶନକାରୀ ଓ ଶାସନ ବିରୋଧିଙ୍କ ପରିଚୟ ପାଇଁ କରାଯାଉଛି। କିନ୍ତୁ କଥିତ ଭାବରେ ଇସ୍ରାଏଲୀ ଗୁଇନ୍ଦା ଏଜେନ୍ସି ମୋସାଦ ଏହି କ୍ୟାମେରାର ବ୍ୟବହାର ଇରାନୀ ନେତୃତ୍ବଙ୍କ ଉପରେ ନଜର ରଖିବା ପାଇଁ କରିଥିଲା।
କୁହାଯାଉଛି ଯେ, ଇସ୍ରାଏଲକୁ ଏହି କ୍ୟାମେରା ବର୍ଷକ ତଳେ ମିଳିଯାଇଥିଲା। ଏହା ଏକ ସ୍ପେଶାଲ କ୍ୟାମେରା ଥିଲା, ଯାହା ଖାମେନେଇଙ୍କ ସୁରକ୍ଷା ଟିମ୍ର ସଦସ୍ୟଙ୍କ ପାର୍କିଂ ଲୋକେସନ୍ ଦେଖାଇଥିଲା। ଏହି ଫୁଟେଜ୍ ଆଧାରରେ ଇସ୍ରାଏଲୀ ଏଜେନ୍ସି ସୁରକ୍ଷାକର୍ମୀଙ୍କ ଠିକଣା, ଡ୍ୟୁଟି ସିଡ୍ୟୁଲ ଓ ସେମାନେ କେଉଁ ଅଧିକାରୀଙ୍କ ସୁରକ୍ଷାରେ ମୁତୟନ ଥିଲେ, ଏହାର ବିବରଣୀର ଫାଇଲ ପ୍ରସ୍ତୁତ କରିଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ,ଯେଉଁ ସ୍ଥାନ ତେହରାନର ପାଶ୍ଚର ଷ୍ଟ୍ରିଟ୍ରେ ଖାମନେଇଙ୍କ ହତ୍ୟା ହୋଇଥିଲା,ସେଠାରେ ଇସ୍ରାଏଲ ଓ ଆମେରିକା ମୋବାଇଲ ସେବାରେ ବାଧା ସୃଷ୍ଟି କରିଥିଲେ। ଏହାଦ୍ବାରା ସୁରକ୍ଷାକର୍ମୀଙ୍କୁ ସମ୍ଭାବିତ ଚେତାବନୀ ଦେବାର ଚେଷ୍ଟା କରୁଥିବା ଲୋକଙ୍କୁ ବିଜି ସିଗନାଲ ମିଳିଥିଲା।
ଜଣେ ଇସ୍ରାଏଲୀ ଗୁଇନ୍ଦା ଏଜେନ୍ସି ଅଧିକାରୀ କହିଛନ୍ତି,ଆମେ ତେହରାନକୁ ସେତିକି ଜାଣିଥିଲୁ ଯେତିକି ଜେରୁଜେଲମକୁ ଜାଣୁ। ଇସ୍ରାଏଲ ପକ୍ଷରୁ ଇରାନର ନେତୃତ୍ବଙ୍କ ଉପରେ ନଜର ରଖିବାକୁ ଏବଂ ବଡ଼ ଡାଟାକୁ କାଟିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ଟୁଲ୍ସ ଓ ଆଲଗୋରିଦମ୍ର ବ୍ୟବହାର କରିଥିଲେ। ଏହାଦ୍ବାରା କଥିତ ଭାବରେ ଖାମେନେଇଙ୍କୁ ସେହି ବୈଠକ ପର୍ଯ୍ୟନ୍ତ ଟ୍ରାକିଂ କରିବା ସମ୍ଭବ ହୋଇଛି,ଯେଉଁଠି ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସୁତ୍ର ଅନୁସାରେ, ସିଆଇଏକୁ ମଧ୍ୟ ଭରସା ଥିଲା ବରିଷ୍ଠ ଅଧିକାରୀ ବୈଠକ ଆଡକୁ ବଢୁଛନ୍ତି। ସିଆଇଏ ପାଖରେ ଏକ ମାନବ ସ୍ରୋତ ମଧ୍ୟ ଥିଲା,ଯିଏକି ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସୂଚନା ଉପଲବ୍ଧ କରାଇଥିଲା।
ରିପୋର୍ଟରେ ହୋଇଥିବା ଦାବି ଉପରେ ଇସ୍ରାଏଲ କିମ୍ବା ଇରାନ ଉଭୟ ଆନୁଷ୍ଠାନିକ ଭାବରେ ପ୍ରତିକ୍ରିୟା ଦେଇନାହାଁନ୍ତି। ତଥାପି, ଯଦି ଏହା ସତ୍ୟ ପ୍ରମାଣିତ ହୁଏ, ତେବେ ଏହାକୁ ସାଇବର ଏବଂ ବୈଷୟିକ ଗୁଇନ୍ଦା କାର୍ଯ୍ୟ କ୍ଷେତ୍ରରେ ଏକ ପ୍ରମୁଖ ଘଟଣା ବୋଲି ମନେକରାଯିବ। ବିଶେଷଜ୍ଞମାନେ କହିଛନ୍ତି ଯେ ଆଧୁନିକ ଯୁଦ୍ଧ ଏବଂ ଗୁଇନ୍ଦା କ୍ଷେତ୍ରରେ ନିରୀକ୍ଷଣ ପ୍ରଯୁକ୍ତିବିଦ୍ୟା, ସାଇବର ଅନୁପ୍ରବେଶ ଏବଂ AI-ଆଧାରିତ ବିଶ୍ଳେଷଣର ଭୂମିକା ବୃଦ୍ଧି ପାଉଛି ଏବଂ ଏହି ମାମଲା ସେହି ଧାରାର ଏକ ଉଦାହରଣ ହୋଇପାରେ।
ଆହୁରି ପଢନ୍ତୁ: ୧୨ ମାସରେ ୭ଟି ଦେଶ ଉପରେ ଆକ୍ରମଣ କରିସାରିଲାଣି ଆମେରିକା, ଏବେ ଅଷ୍ଟମ ଦେଶ ପାଇଁ ପ୍ରସ୍ତୁତି