ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ତେଲଙ୍ଗାନାରେ ସିଗାଚି କାରଖାନା ବିସ୍ଫୋରଣ ମାମଲା; ୩୪ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

Published By : Bijay Swain | July 1, 2025 7:16 PM

ସଙ୍ଗାରେଡ୍ଡି: ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାର ପାଶମୈଲାରାମ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଲିମିଟେଡରେ ଗତ ଜୁନ ୩୦ ତାରିଖରେ ସକାଳ ୯ଟା ୩୦ମିନିଟ ସମୟରେ ଏକ ବିସ୍ଫୋରଣ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ମୋଟ୍ ୩୪ ଜଣଙ୍କର ମୃତ୍ୟୁ ହୋଇଛି।  ଯେଉଁମାନଙ୍କ ମଧ୍ୟରୁ ୩୧ ଜଣଙ୍କ ମୃତଦେହ ଶିଥିଳାଞ୍ଚଳରୁ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଲୋକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। 35ରୁ ଅଧିକ ଶ୍ରମିକ ଆହତ ହୋଇ ପାଟାଞ୍ଚେରୁର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ କେତେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ସ୍ପ୍ରେ ଡ୍ରାୟରରେ ଚାପ ବୃଦ୍ଧି ଯୋଗୁଁ ଏହି ବିସ୍ଫୋରଣ ଘଟିଥିଲା। ଯାହା କମ୍ପାନିରେ ମାଇକ୍ରୋକ୍ରିଷ୍ଟାଲାଇନ ସେଲୁଲୋଜ (MCC) ଉତ୍ପାଦନ ସମୟରେ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଚାରିମହଲା ଭବନ ଧ୍ୱଂସ ହୋଇଯାଇଥିଲା. ଖାଲି ଏତିକି ନୁହେଁ ଶ୍ରମିକମାନେ ୧୦୦ ମିଟର ଦୂରକୁ ଉଡ଼ିଯାଇଥିଲେ ଏବଂ ପାଞ୍ଚ କିଲୋମିଟର ଦୂରରୁ ଏହାର ଶବ୍ଦ ଶୁଣାଯାଇଥିଲା।

ଏହି ଭୟଙ୍କର ଦୁର୍ଘଟଣାରେ NDRF, SDRF, ଅଗ୍ନିଶମ ବିଭାଗ ଓ ପୁଲିସର ୨୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଶିଥିଳାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅପସାରଣ ଜାରି ରହିଛି। କାରଣ ଅନେକ ଶ୍ରମିକ ନିଖୋଜ ଥିବା ଆଶଙ୍କା ପ୍ରକାଶ କରାଯାଉଛି। ବିସ୍ପୋରଣରେ ମୃତଦେହଗୁଡ଼ିକ ବିକୃତ ହୋଇଯାଇଥିବାରୁ ପରିଚୟ ପାଇଁ DNA ପରୀକ୍ଷା ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୃତକଙ୍କ ପରିବାରକୁ ୧ କୋଟି, ଗୁରୁତର ଆହତଙ୍କୁ ୧୦ ଲକ୍ଷ ଏବଂ ଆଂଶିକ ଆହତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦,୦୦୦ ଟଙ୍କା ରିଲିଫ ଫଣ୍ଡରୁ ପ୍ରଦାନ କରିବେ ବୋଲି ଗୋ,ମା କରିଚନ୍ତି।

ନିରାପତ୍ତା ନିୟମ ଉଲ୍ଲଂଘନ ଅଭିଯୋଗରେ କାରଖାନା ପରିଚାଳନା ବିରୋଧରେ ମାମଲା ରୁଜୁ ହୋଇଛି। ସିଗାଚିର ଶେୟାର ୨୦% ହ୍ରାସ ପାଇଛି ଏବଂ ଉତ୍ପାଦନ ୯୦ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଚି। ଏହି ଘଟଣା ଭାରତରେ ଶିଳ୍ପ ନିରାପତ୍ତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.