ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

Telangana tunnel collapse: ୧୦ ଦିନ ହେବ ସୁଡଙ୍ଗରେ ୮ ଶ୍ରିମକ , ପତ୍ତା ମିଳୁନି

Published By : Ankita S | March 3, 2025 3:05 PM

ହାଇଦ୍ରାବାଦ,୦୩/୦୩: ଦିନ ପରେ ଦିନ ଗଡି ଚାଲିଛି । ତେଲେଙ୍ଗାନା ଟନେଲ ଟ୍ରାଜେଡିକୁ ୧୦ ଦିନ ବିତିଗଲାଣି ।  ଅନ୍ଧାରୀ ସୁଡଙ୍ଗରେ ଫଶି ରହିଛନ୍ତି ୮ ଶ୍ରମିକ । ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ନିର୍ମାଣଧୀନ ଶ୍ରୀଶୈଳମ ଲେଫ୍ଟ ବ୍ୟାଙ୍କ କେନାଲ (ଏସଏଲବିସି) ଟନେଲ ଭୁଶୁଡିବାକୁ ଇତିମଧ୍ୟରେ ୧୦ ଦିନ ହୋଇଗଲାଣି । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଲାଗିପଡିଛନ୍ତି ଟିମ୍ ହେଲେ କିଛି ସୁଫଳ ମିଳୁନାହିଁ । ୮ ଶ୍ରମିକଙ୍କୁ ବାହାର କରିବା ସମ୍ଭବ ହୋଇନାହିଁ । ଶ୍ରିମକଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଶ୍ରମିକଙ୍କ ସୁରକ୍ଷାକୁ ନେଇ ଆଶା ମଉଳିବାରେ ଲାଗିଛି । ସେପଟେ ରବିବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ।

ଗତ ଫେବୃଆରୀ ୨୨ ତାରିଖରେ ଟନେଲ ଭୁଶୁଡି ପଡିଥିଲା । ଅଘଟଣକୁ ଦିନ ପରେ ଦିନ ଗଡିବାରେ ଲାଗିଛି । ଅନବରତ ଖୋଳା ଚାଲିଛି ହେଲେ କିଛି ସୁଫଳ ମିଳୁନାହିଁ । ଶ୍ରମିକଙ୍କ ସୁରକ୍ଷାକୁ ନେଇ ଆଶଙ୍କା ଦେଖା ଦେଇଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୧୦ ଦିନ ହେବ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ ।

ଅଧିକ ପଢନ୍ତୁ...Telangana tunnel collapse: ସୁଡଙ୍ଗରୁ ବାହାରୁଛି କାଦୁଅ, ପାଣି ; ଆଶଙ୍କାରେ ୮ ଜୀବନ

ଅନ୍ଧାରୀ ସୁଡଙ୍ଗରେ କେମିତି ଅଛନ୍ତି କଣ ଖାଉଥିବେ ତାକୁ ନେଇ ଏପଟେ ପରିବାର ଚିନ୍ତାରେ ରହିଛି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା, ମେରାଇନ କମାଣ୍ଡ ଫୋର୍ସ, ନୌସେନା, ଜିଏସଆଇ, ୬ ରାଟ୍ ମାଇନର ସମେତ  ୭୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶେଷ  ୪୦ ମିଟିର ଚ୍ୟାଲେଞ୍ଜ ହୋଇଥିଲା  । ସୁଡଙ୍ଗରୁ ଖାଲି ପାଣି ଓ କାଦୁଅ ବାହାରୁଥିଲା । ଏହାକୁ ହଟାଇବା ରେସ୍କ୍ୟୁ ଟମ୍ ପାଇଁ କଷ୍ଟକର ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.