ପାକିସ୍ତାନରେ ଏବେବି ଆକ୍ଟିଭ୍ ୧୬ ଆତଙ୍କୀ କ୍ୟାମ୍ପ

source:zeenews.india.com
ନୁଆଦିଲ୍ଲୀ୫/୩: ଏବେବି ପିଓକେ ଓ ପାକିସ୍ତାନରେ ୧୬ ଆତଙ୍କୀ କ୍ୟାମ୍ପ ଆକ୍ଟିଭ୍ । ଭାରତୀୟ ଗୁଇନ୍ଦା ଏଜେନ୍ସି ରିପୋର୍ଟ ଅନୁସାରେ ଏବେବି ପାକ୍ ଓ ପିଓକେରେ ସମୁଦାୟ ୧୬ ଆତଙ୍କୀ କ୍ୟାମ୍ପ ଆକ୍ଟିଭ୍ ଅଛନ୍ତି । ଏମାନଙ୍କ ମଧ୍ଯରୁ ୫ ଆତଙ୍କୀ କ୍ୟାମ୍ପ ପାକିସ୍ତାନରେ ଚାଲୁଛି । ଯେଉଁଥିରେ ୨ କ୍ଯାମ୍ପ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଓ ବାକି ୩ଟି ଖେବର ପଖତୁନୱାର ମନଶେରା ଜିଲ୍ଲାରେ ଚାଲୁଛି । ଯଦି ପିଓକେ କଥା କହିବା ତ ଏଠାରେ ୧୧ କ୍ୟାମ୍ପ ଆକ୍ଟିଭ୍ ଅଛନ୍ତି । ଏଗୁଡିକ ମଧ୍ଯରୁ କିଛି ପିଓକେରେ ଏଲଓସି ସଟେ ମୁଜଫରାବାଦ ବ୍ୟତୀତ କୋଟଲି ଓ ବରନାଲାରେ ମଧ୍ଯ ଆକ୍ଟିଭ୍ ଅଛନ୍ତି ।
ପିଓକେରେ ଯେଉଁ ଟେରର କ୍ଯାମ୍ପରେ ଟ୍ରେନିଂ ଦିଆଯାଉଛି ତାର ନାଁ ବୋଇ, ମୁଜଫରାବାଦ, କୋଟଲୀ, ବରନାଲା, ଲାକା ଏ ଗୈର, ଶେରପାଇ, ଦେବଲିନ, ଖାଲିଦ ବିନ ୱାଲିଦ୍, ଗରହୀ ଓ ଦୁପଟ୍ଟା କ୍ଯାମ୍ପ ଯେଉଁଗୁଡିକ ଗୁଇନ୍ଦା ଏଜେନ୍ସି ଟାର୍ଗେଟରେ ଅଛନ୍ତି । ସୂଚନା ଅନୁସାରେ ୨୦୧୮ରେ ଏଠାରେ ପ୍ରାୟ ୫୬୦ ଆତଙ୍କୀ ଟ୍ରେନିଂ ନେଇସାରିଛନ୍ତି ।
ବାଲାକୋଟରେ ଜୈଶର ଯେଉଁ କ୍ଯାମ୍ପ ଉପରେ ଭାରତ ଆକ୍ରମଣ କରିଥିା ତା ସମ୍ପର୍କରେ ଗୁଇନ୍ଦା ଏଜେନ୍ସି ଅନେକ ସୂଚନା ଏକାଠି କରିଥିଲା । ରିପୋର୍ଟରେ କୁହାଯାଇଛି ଯେ କ୍ଯାମ୍ପରେ ୩୦୦ରୁ ଅଧିକ ମୋବାଇଲ କନେକ୍ସନ ଆକ୍ଟିଭ୍ ଥିଲା । ଏଥିରେ ୩୦୦-୩୫୦ ସବୁବେଳେ ଟ୍ରେନିଂ ନିଅନ୍ତି । ଏହି ଗୁଇନ୍ଦା ଏଜେନ୍ସିର ସୂଚନା ଆଧାରରେ ଏୟାର ଫୋର୍ସ ଏୟାର ଷ୍ଟ୍ରାଇକ୍ କରିଥିଲା ।