PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

କଟକରେ ଥାଇଲାଣ୍ଡ ପଇଡ଼, ଖରାରେ ପସନ୍ଦ ‘ୟୋ କୋକୋ’

pic - internet

କଟକ,୨୦/୫ : ସାଧାରଣ ପଇଡ଼ ଅପେକ୍ଷା ଆକୃତିରେ ଟିକେ ବଡ଼ । ଭିନ୍ନ ସୁଆଦ ସାଙ୍ଗକୁ ଅଧିକ ଦିନ ପର୍ଯ୍ୟନ୍ତ ରଖି ହେଉଛି । କାଟିବାକୁ ପରିଶ୍ରମ କରିବାକୁ ବି ପଡୁନି । ବଜାରରୁ କିଣି ଆଣିଲେ ଯେତେବେଳେ ଯେଉଁଠି ଚାହିଁଲେ ଷ୍ଟ୍ର ଲଗାଇ ପିଇ ହେଉଛି । ଖରା ଦିନରେ ଶୋଷ ମେଣ୍ଟାଇବାକୁ ଏବେ ଚାହିଦାରେ ରହିଛି ଥାଇଲାଣ୍ଡ ପଇଡ଼ ‘ୟୋ କୋକୋ’ । ତେବେ ଏଥିରେ ବିଶେଷ କିଛି ଚକିତ ହେବାରେ ନାହିଁ । କାରଣ ଏବେ କେରଳରୁ ଆସୁଥିବା ସ୍ୱତନ୍ତ୍ର ପଇଡ଼କୁ ବଜାରରେ ଥାଇଲାଣ୍ଡ ପଇଡ଼ ନାଁରେ ବିକ୍ରି କରାଯାଉଛି । ପ୍ରଥମ ଥର ପାଇଁ କଟକରେ ବିକ୍ରି ହେଉଥିବା ଏଭଳି ପଇଡ଼ ସମସ୍ତଙ୍କ ପସନ୍ଦ ପାଲଟିଛି ।

ବର୍ଷକ ବାର ମାସ କଟକ ସହରରେ ପଇଡ଼ର ଚାହିଦା ରହିଥାଏ । ମେଡିକାଲ୍‌ ଛକରୁ ଆରମ୍ଭ କରି ବିଭିନ୍ନ ମୁଖ୍ୟ ଛକମାନଙ୍କରେ ବ୍ୟବସାୟୀମାନେ ପଇଡ ବିକ୍ରି କରିଥାନ୍ତି । ଏଥିପାଇଁ ସାଲେପୁର, ବୟାଳିଶମୌଜା ଆଦି ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସି ଏଠାରେ ପଇଡ଼ ବିକ୍ରି କରିଥାନ୍ତି । ଖରା ଦିନରେ ଏହାର ଚାହିଦା ଅଧିକ ଥାଏ । ତେବେ ଲୋକଙ୍କ ଚାହିଦା ଓ ଚାଲିଚଳନରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଉକ୍ତ ପଇଡ଼କୁ କଟକ ସହରରେ ଭିନ୍ନ ଢଙ୍ଗରେ ବିକ୍ରି କରାଯାଉଛି । ରାଜ୍ୟ ବାହାରେ ବିଭିନ୍ନ ସାମୁଦ୍ରିକ ପର୍ଯ୍ୟଟନସ୍ଥଳରେ ପଇଡ଼ର ଦାମ ଅଧିକ ରହିଥାଏ । ଗୋଆ ଓ ଥାଇଲାଣ୍ଡ୍‌ରେ ପର୍ଯ୍ୟଟକମାନେ କେରଳ ପଇଡ଼କୁ ଅଧିକ ପସନ୍ଦ କରିଥାନ୍ତି । ଏହି ପଇଡ଼ ଏବେ କଟକ ଓ ଭୁବନେଶ୍ୱର ମଧ୍ୟ ବିକ୍ରି ହେବା ଆରମ୍ଭ ହୋଇଛି । ଏକ ବ୍ୟବସାୟିକ ପ୍ରତିଷ୍ଠାନ ଦ୍ୱାରା କେରଳର ସ୍ୱତନ୍ତ୍ର ପଇଡ଼ ଟ୍ୱିନ୍‌ ସିଟିରେ ବିକ୍ରି କରାଯାଉଛି । ଆମ ରାଜ୍ୟରେ ଯେଉଁ ପଇଡ଼ ମିଳୁଛି ତା’ଠାରୁ ଏହି ପଇଡ଼ ଆକୃତିର ଟିକେ ବଡ଼ ଆଉ ସ୍ୱାଦରେ ଭିନ୍ନତା ରହିଛି । ଏହି ପଇଡ଼କୁ ପୂର୍ବରୁ ମେସିନ୍‌ରେ କଟାଯାଇ ପିଇବା ଉପଯୋଗୀ କରାଯାଇଛି । ସାଧାରଣତଃ ଗୋଟିଏ ଦିନରୁ ଅଧିକ ସମୟ ଖୋଲାରେ ରହିଲେ ପଇଡ଼ କଳା ପଡିଯାଇଥାଏ । କିନ୍ତୁ କେରଳରୁ ଆସୁଥିବା ଏହି ପଇଡ଼ ଉପରେ ଏକ ସ୍ୱତନ୍ତ୍ର ଜରି ପ୍ୟାକିଂ କରାଯାଇଛି ।

ଯାହା ଖୋଲାରେ ସର୍ବାଧିକ ୭ଦିନ ସତେଜ୍‌ ରହିପାରୁଛି । ଯଦି ଏହା ଫ୍ରିଜ୍‌ରେ ରଖାଯାଏ ତେବେ ଏହା ସର୍ବାଧିକ ୧୫ଦିନ ପର୍ଯ୍ୟନ୍ତ ରହିପାରୁଛି । ଏହାର ନାମ ‘ୟୋ କୋକୋ’ । ଆଗରୁ ଏହା ଭୁବନେଶ୍ୱରରେ ବିକ୍ରି ହେଉଥିଲାବେଳେ ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ରହିଛି । ଅର୍ଡର କରିବା ମାତ୍ରେ ଘର ପାଖରେ ଆସି ପହଞ୍ଚିଯାଉଛି ପଇଡ଼ । ଲୋକମାନେ ମୋବାଇଲ୍‌ରେ ‘ୟୋ ଫ୍ରୁଟ୍‌’ ନାମକ ଆପ୍‌ ବ୍ୟବହାର କରି ଅର୍ଡର କରିପାରିବେ । ଖୁବ୍‌ଶୀଘ୍ର ଏହି ସୁବିଧା କଟକରେ ଉପଲବ୍ଧ ହେବ ବୋଲି ଉକ୍ତ କମ୍ପାନୀର ପରିଚାଳକ ଉପେନ୍ଦ୍ର ବେହେରା କହିଛନ୍ତି । ବଜାରରେ ଏହା ଗୋଟାକୁ ୮୦ ଟଙ୍କାରୁ ଆରମ୍ଭ କରି ୧୨୦ଟଙ୍କା ଯାଏ ବିକ୍ରି ହେଉଛି ।