ମୁମ୍ବାଇ,୪/୭ : ଥଲାପତି ବିଜୟଙ୍କ ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମ ‘ଜନ ନାୟଗନ’ର ଫ୍ୟାନ୍ସଙ୍କୁ ବହୁ ଦିନରୁ ଅପେକ୍ଷା ରହିଛି । ପ୍ରଥମେ ଫିଲ୍ମର ରିଲିଜ ଡେଟ୍ ଘୁଞ୍ଚିଥିଲା, ପରେ ଏହାସହ ଯୋଡ଼ି ହୋଇଥିବା ବିବାଦ ଏହାର ରାସ୍ତାକୁ ଆହୁରି ଜଟିଳ କରିଦେଇଥିଲା । ପରେ ଦର୍ଶକଙ୍କ ନଜର ଏହାର ରିଲିଜକୁ ନେଇ ରହିଥିଲା । ଏବେ ଏହାର ରିଲିଜ ଡେଟକୁ ନେଇ ସବୁଠାରୁ ବଡ଼ ଅପଡେଟ ସାମ୍ନାକୁ ଆସିଛି । ସୂଚନା ମୁତାବକ ଫିଲ୍ମକୁ CBFCରୁ ସାର୍ଟିଫିକେଟ ମିଳି ଯାଇଛି । ଖାଲି ଏତିକି ନୁହେଁ କୁହାଯାଉଛି କି ଏହାର ରିଲିଜ ଲାଗି ୨୩ ଜୁଲାଇ କିମ୍ବା ୩୦ଜୁଲାଇର ତାରିଖ ଉପରେ ଚର୍ଚ୍ଚା ଲାଗି ରହିଛି । ମାତ୍ର ମେକର୍ସ ଏବେ ପର୍ଯ୍ୟନ୍ତ ଏହାର ଅଫିସିଆଲ କନଫର୍ମ କରି ନାହାନ୍ତି ।

ଥଲାପତି ବିଜୟଙ୍କ ‘ଜନ ନାୟଗନ’ ପ୍ରଥମେ ପୋଙ୍ଗଲ ୨୦୨୬ ଅବସରରେ ରିଲିଜ ହେବାରେ ଥିଲା। କିନ୍ତୁ ପରେ ଏହାର ରିଲିଜରେ ପରିବର୍ତ୍ତନ କରାଯାଇଥିଲା । ଏହା ମଧ୍ୟରେ ଫିଲ୍ମର କିଛି ଭାଗ ଅନଲାଇନ୍ ଲିକ୍ ହେବା ଖବର ବି ମେକର୍ସଙ୍କ ଅଡ଼ୁଆ ବଢାଇ ଦେଇଥିଲା । ଏହା ବ୍ୟତୀତ ସେନ୍ସର ବୋର୍ଡ଼ରୁ ସାର୍ଟିଫିକେଟ ମିଳିବାରେ ବିଳମ୍ବର ଚର୍ଚ୍ଚାକୁ ନେଇ ଫିଲ୍ମର ରିଲିଜ ତାରିଖ ଅଟକି ରହିଥିଲା । ମାତ୍ର ଏବେ ଖବର ଅଛି କି ଏହାର ସାର୍ଟିଫିକେଟ ପ୍ରୋସେସ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଫିଲ୍ମ ଖୁବଶୀଘ୍ର ବଡ଼ ପରଦାରେ ରିଲିଜ ହୋଇପାରେ ।

ଥଲାପତି ବିଜୟଙ୍କ ‘ଜନ ନାୟଗନ’ ଏବେ ଫିଲ୍ମ ହଲରେ ରିଲିଜ ହେବାର ବହୁ ପାଖାପାଖି ଲାଗୁଛି । ଅପଡେଟ୍ ଖବର ଅନୁସାରେ ସେନ୍ସର ବୋର୍ଡ଼ ଫିଲ୍ମକୁ ‘A’ ସାର୍ଟିଫିକେଟ ଦେଇଛନ୍ତି । ମାତ୍ର ମେକର୍ସଙ୍କ ତରଫରୁ ଏବେ କନଫର୍ମର ଅପେକ୍ଷା କରାଯାଇଛି । ଇଣ୍ଡଷ୍ଟ୍ରିର କଥା କହିଲେ ଆସନ୍ତା ସପ୍ତାହ ଡିଷ୍ଟ୍ରିବ୍ୟୁଟର୍ସଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାର ଆଶା ରହିଛି । କୁହାଯାଉଛି କି ଏହି ବୈଠକରେ ଫିଲ୍ମର ରିଲିଜ ଷ୍ଟ୍ରାଟେଜି ଏବଂ ରିଲିଜ ଡେଟ୍ ଫାଇନାଲ କରିବା ଉପରେ କଥା ହେବ ।

‘ଜନ ନାୟଗନ’ର ରିଲିଜ ଲାଗି ୨୩ ଜୁଲାଇ ଏବଂ ୩୦ ଜୁଲାଇ ଉପରେ କଥା ଚାଲୁ ରହିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ମେକର୍ସଙ୍କ ତରଫରୁ ଫିଲ୍ମକୁ ସାର୍ଟିଫିକେଟ ଏବଂ ରିଲିଜ ଡେଟ୍ ଉପରେ କୌଣସି ଘୋଷଣା କରାଯାଇନାହିଁ । କୁହାଯାଉଛି କି ଡିଷ୍ଟ୍ରିବ୍ୟୁର୍ଟସଙ୍କ ବୈଠକ ପରେ ଖୁବଶୀଘ୍ର ‘ଜନ ନାୟଗନ’ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରେ ।

ଆହୁରି ପଢନ୍ତୁ : ଫିଲ୍ମ ଇଣ୍ଡଷ୍ଟ୍ରିର ସତ ବଖାଣିଲେ କୃତି ସେନନ, କହିଲେ- ହିରୋଙ୍କୁ ମିଳୁଛି …