ମୁମ୍ବାଇ,୪/୭ :  ବଲିଉଡ଼ ଅଭିନେତ୍ରୀ କୃତି ସେନନ । ନିଜର ଦମଦାର୍ ଅଭିନୟ ଏବଂ ନିଆରା ଷ୍ଟାଇଲ୍ ପାଇଁ ବେଶ୍ ପରିଚିତ । ପରଦାରେ ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି । ନିକଟରେ ତାଙ୍କର ଫିଲ୍ମ ‘କକଟେଲ ୨ ’ ରିଲିଜ ହୋଇଛି । ଯାହାକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି । ଫିଲ୍ମରେ ଅଭିନେତ୍ରୀଙ୍କ ଲୁକର ପ୍ରଶଂସା ହେଉଛି । ଫିଲ୍ମର ସଫଳତା ପରେ ଦେଇଥିବା ସାକ୍ଷାତକାରରେ କୃତି ସେନନ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିରୋଙ୍କୁ ମିଳୁଥିବା ସ୍ପେଶାଲ ଟ୍ରିଟମେଣ୍ଟ ଉପରେ ଖୋଲି କହିଛନ୍ତି ।

କୃତି ସେନନ ନିକଟରେ ଏକ ସାକ୍ଷାତକାର ଦେଇଛନ୍ତି । ଏଥିରେ ସେନନ ଫିଲ୍ମ ଇଣ୍ଡଷ୍ଟ୍ରିରେ ହେଉଥିବା ଭେଦଭାବ ବିଷୟରେ ଖୋଲିକି କହିଛନ୍ତି । ଅଭିନେତ୍ରୀ ଅଭିଯୋଗ ଲଗାଇଛନ୍ତି କି ମେକର୍ସ ଅଭିନେତାଙ୍କୁ ଡରିଥାନ୍ତି, କିନ୍ତୁ ଅଭିନେତ୍ରୀଙ୍କୁ ହାଲୁକା ଭାବେ ନେଇଥାନ୍ତି । ଉଭୟଙ୍କ ପ୍ରତି ମେକର୍ସଙ୍କ ମନୋଭାବ ଭିନ୍ନ ହୋଇଥାଏ ।  ଏବେ ପର୍ଯ୍ୟନ୍ତ କ୍ୟାରିୟର ଏବଂ ସଂଘର୍ଷ ଦିନର ସ୍ମୃତିକୁ ମନେ ପକାଇ କୃତି ସେନନ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସତ୍ୟତା ବାହାରକୁ ଆଣିଛନ୍ତି । କୃତିଙ୍କ କହିବା ଅନୁସାରେ ସେ ମଡେଲିଂ ଏବଂ ଇଞ୍ଜିନିୟରିଂ କଲେଜରୁ ନେଇ ଫିଲ୍ମ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । କିନ୍ତୁ ଏହି ସବୁ ଫିଲ୍ଡ୍ସରେ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ଏବଂ ଭେଦଭାବକୁ ସାମ୍ନା ତାଙ୍କୁ ବଲିଉଡ଼ରେ ହିଁ କରିବାକୁ ପଡ଼ିଛି ।

କୃତି ସେନନ ଇଣ୍ଡଷ୍ଟ୍ରିରେ ହେଉଥିବା ଭେଦଭାବ ବିଷୟରେ ସମ୍ପୂର୍ଣ୍ଣ ଚର୍ଚ୍ଚା କରିଛନ୍ତି । ଅଭିନେତ୍ରୀ କହିଛନ୍ତି କି ଯେତେବେଳେ ସେ ପ୍ରାୟ ଗୋଟିଏ ଦଶକ ପୂର୍ବରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ, ସେବେ ଫିଲ୍ମ ଇଣ୍ଡଷ୍ଟ୍ରିର ମହୋଲ ଆଜିର ତୁଳନାରେ ବହୁ ଭିନ୍ନ ଥିଲା । ସେହି ସମୟ ତୁଳନାରେ ଆଜିର ସମୟରେ ଇଣ୍ଡଷ୍ଟ୍ରିରେ କେତେକ ପରିବର୍ତ୍ତନ ଆସିଛି । ଏବେ ମହିଳାଙ୍କ ପ୍ରତି ଇଣ୍ଡଷ୍ଟ୍ରି ପୂର୍ବଠାରୁ ଅଧିକ ସମ୍ବେଦନଶୀଳ ରହିଛି ।

କୃତି ଏହା ସ୍ବୀକାର କରିଛନ୍ତି କି ସମୟ ସହ ଇଣ୍ଡଷ୍ଟ୍ରିର ଭାବନାରେ ସକରାତ୍ମକ ପରିବର୍ତ୍ତନ ଆସିଛି । ଆଜି ମହିଳାଙ୍କୁ କେନ୍ଦ୍ରରେ ରଖି କାହାଣୀ ଲେଖାଯାଉଛି ଏବଂ ତାଙ୍କ ଲାଗି ବହୁ ମଜବୁତ ଚରିତ୍ର ସାମ୍ନାକୁ ଆସୁଛି । କିନ୍ତୁ ଏହାପରେ ବି ତାଙ୍କର କହିବା ଅନୁସାରେ ଜେଣ୍ଡର ଆଧାରରେ ହେଉଥିବା ଭେଦଭାବ ଆଜି ବି ସମ୍ପୂର୍ଣ୍ଣ ଭା​‌ବେ ଶେଷ ହୋଇନାହିଁ । ବରଂ ଏଥିରେ ଏବେ ନୂଆ ରୂପ ନେଇସାରିଛି । ସେଟରେ ଆସିଷ୍ଟାଣ୍ଟ ଡିରେକ୍ଟର୍ସ ଅଭିନେତାଙ୍କୁ ଡରିଥାନ୍ତି କିନ୍ତୁ ମହିଳା କଳାକାରଙ୍କ ପ୍ରତି ତାଙ୍କର ମନୋଭାବ ବହୁ ଭିନ୍ନ ହୋଇଥାଏ ।  ସେ କହିଛନ୍ତି କି, ସେ ସେଟରେ ନିଜ ଚରିତ୍ରକୁ ଭଲ ଭାବେ ବୁଝିବା ଏବଂ ସିନକୁ ଭଲ କରିବା ଲାଗି ପ୍ରଶ୍ନ ପଚାରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଜଣେ ମହିଳା ହେବା ଫଳରେ ଲୋକମାନେ ତାଙ୍କ ମନୋଭାବକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖନ୍ତି। ସେ କହିଛନ୍ତି କି ‘ଯେତେବେଳେ କୌଣସି ମହିଳା ଅଭନେତ୍ରୀ ସେଟରେ ନିଜ ସିନକୁ ନେଇ ପ୍ରଶ୍ନ ପଚାରିଥାନ୍ତି ତ ଲୋକ ପଛରେ କହିବାକୁ ପସନ୍ଦ କରିଥାନ୍ତି କି ସେ କେତେ ପ୍ରଶ୍ନ ପଚାରୁଛନ୍ତି, ଏବେ ଏହାର ୫୦ ପ୍ରଶ୍ନ ଆରମ୍ଭ ହୋଇଯିବ ।

ସେ ଆଗକୁ କହିଛନ୍ତି କି ଯଦି କୌଣସି ମହିଳା ପ୍ରଶ୍ନ ପଚାରିଥାନ୍ତି ତ ତାଙ୍କୁ 'କଠିନ' କିମ୍ବା 'ଅସହଜ' ବୋଲି ବିବେଚନା କରାଯାଏ । କିନ୍ତୁ ମଜାଦାର କଥା ଏହା କି ଯେତେବେଳେ ସେହି ପ୍ରଶ୍ନ କୌଣସି ପୁରୁଷ ଅଭିନେତା ପଚାରିଥାନ୍ତି ତ ଲୋକ ତାଙ୍କର ପ୍ରଶଂସା କରିଥାନ୍ତି । ତାଙ୍କୁ ନିଜ କାମ ପ୍ରତି ବହୁତ ଗମ୍ଭୀର, ଉତ୍ସାହୀ ଏବଂ ସମର୍ପିତ ବୋଲି ବିବେଚନା କରାଯାଏ। ମୋ ସାଥିରେ ଏଭଳି ହୋଇସାରିଛି । ଯେତେବେଳେ ମୁଁ ସ୍କ୍ରିଫ୍ଟକୁ ନେଇ ପ୍ରଶ୍ନ କରିଥିଲି ତ ମୋତେ କୁହାଯାଇଥିଲା କି ଅଧିକ ବିଶ୍ଳେଷଣ କରନାହିଁ। କିନ୍ତୁ ଯେତେବେଳେ କୌଣିସି ପୁରୁଷ ଅଭିନେତା ସେହି କଥା କହିଥିଲେ ସେତେବେଳେ ତୁରନ୍ତ ମେକର୍ସ ମାନି ଯାଇଥିଲେ କି ଠିକ୍ ଅଛି ଏହାକୁ ପରିବର୍ତ୍ତନ କରାଯାଇପାରିବ ।

ଭେଦଭାବର କାହାଣୀ କେବଳ କଥାବାର୍ତ୍ତାରେ କିମ୍ବା ଚରିତ୍ର ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ କୃତିଙ୍କ ଅନୁସାରେ ଏହା ସେଟରେ ମିଳୁଥିବା ସୁବିଧା​‌ରେ ବି ସ୍ପଷ୍ଟ ନଜର ଆସିଥାଏ । ସେ ଖୁଲାସା କରିଛନ୍ତି କି କେତେକ ଥର ପୁରୁଷ କଳାକାରଙ୍କୁ ମହିଳା କଳାକାରଙ୍କ ତୁଳନାରେ ଭଲ ଭ୍ୟାନିଟି ଭ୍ୟାନ କିମ୍ବା ବହୁତ ଭଲ ଗାଡ଼ି ଦିଆଯାଇଥାଏ ।

ଆହୁରି ପଢନ୍ତୁ : ଏହି ପାକିସ୍ତାନୀ ଗାୟିକାଙ୍କୁ କାହିଁକି ଭାରତ ଡାକି ଥିଲେ ଇନ୍ଦିରା ଗାନ୍ଧୀ ? ଗାଇ ଥିଲେ ଖୁବ୍‌ ଲୋକପ୍ରିୟ ଗୀତ