• ଶନିବାର ରିଲିଜ୍‌ ହୋଇଛି 'ଦ ବେଙ୍ଗଲ ଫାଇଲ୍ସ' ସିନେମାର ଟ୍ରେଲର
  • ରିଲିଜ୍‌ ସମୟରେ କୋଲକାତାରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଥିଲା
  • ସିନେମାର ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଏହାକୁ ' ସତ ସ୍ବରର ଦମନ' ବୋଲି କହିଛନ୍ତି
  • ସିନେମାଟି ୧୯୪୬ ନୋଆଖଲି ନରସଂହାର ଏବଂ ହିନ୍ଦୁଙ୍କ ଉପରେ ହୋଇଥିବା ନିର୍ଯାତନା ଉପରେ ଆଧାରିତ

ନୂଆଦିଲ୍ଲୀ,୧୬/୦୮: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଦ ବେଙ୍ଗଲ ଫାଇଲ୍ସ' ଘୋଷଣା ହେବା ପରଠାରୁ ଏହାକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ଶନିବାର ୧୬ ଅଗଷ୍ଟରେ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍ କରିଥିଲେ ଏବଂ ଏହାର ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମରେ ବହୁତ ହଙ୍ଗାମା ଦେଖିବାକୁ ମିଳିଥିଲା। ପୂର୍ବରୁ ଫିଲ୍ମର ଟ୍ରେଲର ୧୨ଟାରେ ରିଲିଜ୍ ହେବାର ଥିଲା, କିନ୍ତୁ ପରେ ଏହାର ରିଲିଜ୍ ବିଳମ୍ବ ହୋଇଥିଲା ଏବଂ ଏହା ପ୍ରାୟ ଗୋଟିଏ ଘଣ୍ଟା ପରେ ରିଲିଜ୍‌ ହୋଇଥିଲା। ସୂଚନାଥାଉକି, ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲା। ଏବେ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଏହି ମାମଲାରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଯେ ଆମର ସ୍ୱରକୁ ଦବାଇ ଦିଆଯାଉଛି।

କ'ଣ କହିଲେ ନିର୍ଦ୍ଦେଶକ:

ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ସିନେମାର ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ କହୁଛନ୍ତି ଯେ, "ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା। ମୁଁ ବର୍ତ୍ତମାନ ଜାଣିବାକୁ ପାଇଛି ଯେ କିଛି ଲୋକ ଆସି ଏଠାକାର ସବୁ ତାର କାଟି ଦେଇଛନ୍ତି। ଆପଣ ଆଜି ପୂର୍ବରୁ କେବେ କୌଣସି କାର୍ଯ୍ୟକ୍ରମରେ ଦେଖିଛନ୍ତି କି, କେହି ଜଣେ ଘରୋଇ ହୋଟେଲ ଭିତରକୁ ଆସି ଟ୍ରେଲର ରିଲିଜ୍‌ ପୂର୍ବରୁ ତାର କାଟି ଦେଉଛନ୍ତି। ମୁଁ ଜାଣିନାହିଁ ଏହା କାହାର ନିର୍ଦ୍ଦେଶରେ ହେଉଛି। ମୁଁ ଜାଣିନାହିଁ ଏହା କାହିଁକି ହେଉଛି। 'ଦି ବେଙ୍ଗଲ ଫାଇଲ୍ସ' ଏକ ଫିଲ୍ମ ଯାହାକୁ ଦେଖିବା ପରେ ପ୍ରତ୍ୟେକ ବଙ୍ଗାଳୀ ଗର୍ବର ସହିତ ଭାରତର ସେହି ସତ୍ୟ ବିଷୟରେ ଜାଣିପାରିବେ। କିନ୍ତୁ କିଛି ଏହି ଘଟଣା ବିଷୟରେ ଜଣାଇବାକୁ ଚାହୁଁନାହାନ୍ତି, ତେଣୁ ଏପରି ହଙ୍ଗାମା କରୁଛନ୍ତି।'

'ଦ ବେଙ୍ଗଲ ଫାଇଲ୍ସ' ଟ୍ରେଲର ରିଲିଜ ପୋଷ୍ଟର

ସେ ଆହୁରି ମଧ୍ୟ କହିଛନ୍ତି, "ଆମ ପଛରେ କିଏ ଅଛି ତାହାର ଉତ୍ତର ସମସ୍ତେ ଜାଣନ୍ତି। ଆମ ବିରୁଦ୍ଧରେ ଅନେକ ଏଫଆଇଆର ରୁଜୁ ହୋଇଛି। ପ୍ରତିଦିନ ଆମେ ଓକିଲଙ୍କ ସହ ଲଢ଼ୁଛୁ ଯେ, ଏହା ଉପରେ ସ୍ଥଗିତାଦେଶ କିପରି ପାଇବୁ। ଆମେ ଏଠାକୁ ଆସି ଜାଣିବାକୁ ପାଇଲୁ ଯେ ଟ୍ରେଲର ଚଲାଇବା ପାଇଁ ଏଠି ନିଷେଧ କରାଯାଇଛି। ଆଜି, ଗୋଟିଏ ପ୍ରାଇଭେଟ ହୋଟେଲ ଭିତରେ କେବେ ଦେଖିଛନ୍ତି କି, ଏପରି କିଛି ଘଟିଛି ବୋଲି?

'ଦ ବେଙ୍ଗଲ୍ ଫାଇଲ୍ସ'ର କାହାଣୀ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଲେଖିଛନ୍ତି ଏବଂ ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଅଭିଷେକ ଅଗ୍ରୱାଲ ଏବଂ ପଲ୍ଲବୀ ଜୋଶୀ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ଫିଲ୍ମର କଳାକାରଙ୍କ ବିଷୟରେ କହିବାକୁ ଗଲେ, ମିଥୁନ୍ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ, ଅନୁପମ ଖେର ଏବଂ ଦର୍ଶନ କୁମାରଙ୍କ ଭଳି ଅନେକ ଷ୍ଟାର ଏଥିରେ ନଜର ଆସିବେ। ଏହି ଫିଲ୍ମ ୫ ସେପ୍ଟେମ୍ବର ୨୦୨୫ରେ ସିନେମା ହଲରେ ଆସିବାକୁ ଯାଉଛି। ପୂର୍ବରୁ ଅଗ୍ନିହୋତ୍ରୀ 'ଦ କାଶ୍ମୀର ଫାଇଲ୍ସ' ଏବଂ 'ଦ ତାସକେଣ୍ଟ ଫାଇଲ୍ସ' ଉପରେ ମଧ୍ୟ ଫିଲ୍ମ ତିଆରି କରିଛନ୍ତି, ସେଠାରେ ମଧ୍ୟ ରିଲିଜ୍ ପୂର୍ବରୁ ବହୁତ ହଙ୍ଗାମା ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, 'ଦ ବେଙ୍ଗଲ ଫାଇଲ୍ସ' ସିନେମାଟି ୧୯୪୬ରେ ପଶ୍ଚିମବଙ୍ଗରେ ହୋଇଥିବା ନୋଆଖଲି ନରସଂହାର ଏବଂ ହିନ୍ଦୁଙ୍କ ଉପରେ ହୋଇଥିବା ନିର୍ଯାତନା ଉପରେ ଆଧାରିତ।

ପ୍ରମେୟ ପୃଷ୍ଠାର ଗୁରୁତ୍ବପୂର୍ଣ୍ଣ ଖବର: 

ସିଗାରେଟ୍, ଗୁଟକା ଏବଂ ପାନ ମସଲା ଖାଉଥିବା ଲୋକଙ୍କୁ ଦୀପାବଳିରେ ଲାଗିବ ଝଟ୍‌କା; ତମାଖୁରେ ଲାଗିବ କେତେ ଜିଏସ୍‌ଟି?