ନୂଆଦିଲ୍ଲୀ : ନାଗପୁର ଜିଲ୍ଲାର ରାମଟେକ୍ ତହସିଲର ନବରଗାଁ ଅଞ୍ଚଳରେ ଏକ ଢାବାରେ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। ପ୍ରାୟ ୬ ମାସ ପରେ ଏହା ସାମ୍ନାକୁ ଆସିଛି। ଢାବାରେ କାମ କରୁଥିବା ଜଣେ ରୋଷେୟାଙ୍କର ମୃତ୍ୟୁ ପରେ ଏହି ଘଟଣାକୁ ପୁଲିସ ଠାରୁ ଲୁଚାଇବା ପାଇଁ ତାଙ୍କର ମୃତଦେହକୁ ମାଟିରେ ପୋତି ଦିଆ ଯାଇଥିଲା। ଗୁପ୍ତ ସୂଚନା ଆଧାରରେ ନାଗପୁର ଗ୍ରାମୀଣ ପୁଲିସ ଓ ରାମଟେକ୍ ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନ ପୂର୍ବକ ମାଟିରେ ପୋତା ଯାଇଥିବା ମୃତଦେହକୁ ବାହାର କରାଯାଇ ଥିଲା। ଏହି ମାମଲାରେ ଢାବାର ଚାରି ଜଣ କର୍ମଚାରୀଙ୍କୁ ହେପାଜତକୁ ନିଆଯାଇଛି ଏବଂ ତାଙ୍କୁ ପଚରାପଚରି କରାଯାଉଛି।
ପୁଲିସ ଦ୍ୱାରା ପ୍ରାପ୍ତ ସୂଚନା ଅନୁସାରେ , ପ୍ରତାପ ସିଂହ ମହାଦେବ ସିଂହ ବେନ୍ସ ଓରଫ ଠାକୁର ଏହି ନବରଗାଁ ସୀମାରେ ଥିବା ଏକ ଟୁରିଷ୍ଟ ଢାବାରେ ଅନେକ ବର୍ଷ ହେବ ରୋଷେୟା ଭାବେ କାମ କରୁ ଥିଲେ। ପ୍ରାୟ ୬ ମାସ ପୂର୍ବେ ଢାବା ପରିସରରେ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ରାରମ୍ଭରେ ଏହା ଆଲୋଚନା ହେଉଥିଲା ଯେ, ସେ ମଦ ନିଶାରେ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଥିଲେ। ହେଲେ ଘଟଣାର ସୂଚନା ପୁଲିସକୁ ଦେବା ପରିବର୍ତ୍ତେ ଢାବାରେ କାମ କରୁଥିବା କିଛି କର୍ମଚାରୀମାନେ ମୃତଦେହକୁ ଢାବା ପଛକୁ ନେଇ ମାଟିରେ ପୋତି ଦେଇଥିଲେ, ଏମିତି ପ୍ରାରମ୍ଭିକ ତଦନ୍ତରେ ସାମ୍ନାକୁ ଆସିଛି। ଘଟଣାର କେଉଁଠି ବି କୌଣସି ଅଫିସିଆଲି ସୂଚନା ରୁଜୁ ନହେବା କାରଣରୁ ଏହି ମାମଲା ଅନେକ ମାସ ଯାଏ ଗୋପନ ରହିଥିଲା।
ଏହି ମଧ୍ୟରେ , ନାଗପୁର ପୁଲିସ ଅଧିକ୍ଷକ କାର୍ଯ୍ୟାଳୟକୁ ଉକ୍ତ ମାମଲାରେ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ନାଗପୁର ଗ୍ରାମୀଣ ପୁଲିସ ଓ ରାମଟେକ୍ ପୁଲିସର ଟିମ୍ ନବରଗାଁ ସ୍ଥିତି ସମ୍ୱନ୍ଧିତ ଢାବାରେ ପହଞ୍ଚି ଥିଲେ।
ରାଜସ୍ୱ ଅଧିକାରୀଙ୍କ ଉପସ୍ଥିତିରେ ଢାବା ପଛରେ ସନ୍ଦିଗ୍ଧ ସ୍ଥାନରେ ଖୋଦେଇ କରାଯାଇ ଥିଲା। କିଛି ସମୟର ତଲାସ ପରେ ମାଟିରେ ପୋତା ଯାଇଥିବା ମୃତଦେହ ଉଦ୍ଧାର ହେଲା। ପୁଲିସ ପୋଷ୍ଟମର୍ଟମ କରି ମୃତଦେହକୁ ବାହାର କରିଥିଲା ଏବଂ ଆଗାମୀ ଯାଞ୍ଚ ପାଇଁ ନାଗପୁରର ସରକାରୀ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ପଠାଇ ଥିଲା।
ଘଟଣା ସ୍ଥଳରେ ଫରେନ୍ସିକ୍ ବିଶେଷଜ୍ଞଙ୍କ ଟିମ୍ ପହଞ୍ଚି ଥିଲା। ସେ ସଂପୃକ୍ତ ଅଞ୍ଚଳକୁ ପୁଙ୍ଖନାପୁଙ୍ଖ ଭାବେ ଯାଞ୍ଚ କରି ପ୍ରମୁଖ ପ୍ରମାଣ ସଂଗ୍ରହ କରି ଥିଲେ। ମୃତ୍ୟୁର ସଠିକ୍ କାରଣ କଣ ଏବଂ ଏହା ଆତ୍ମହତ୍ୟାର ମାମଲା ନା ଏହା ପଛରେ ଆଉ କୌଣସି କାରଣ ରହିଛି, ଏହି ବିଷୟରେ ପୋଷ୍ଟମର୍ଟମ ଆସିବା ପରେ ସ୍ପଷ୍ଟ ହୋଇଯିବ , ଏମିତି ପୁଲିସ କହିଛି।
ଉକ୍ତ ମାମଲାରେ ଢାବାରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି।