ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା କରି ରାତ୍ରି ଯାପନ କଲେ ଉପଜିଲ୍ଲାପାଳ

Published By : Gurupada Nath | February 13, 2025 11:24 PM

ମାଲକାନଗିରି,୧୩/୨ : ପ୍ରଥମ ଥର କରି ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଗସ୍ତ କରି  ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା କରି ରାତ୍ର ଯାପନ କଲେ ଉପଜିଲ୍ଲାପାଳ।  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଥିବା ସ୍ଵାଭିମାନ ଅଞ୍ଚଳ ଯାହା କି ପୂର୍ବରୁ ବିଛିନ୍ନାଞ୍ଚଳ ଓ ମାଓ ଗଡ଼ ଭାବେ ପରିଚିତ ଥିବାବେଳେ ଏଠାକୁ ଯିବାକୁ ହେଲେ ଅଧିକାରୀ ଓ ରାଜନେତାଙ୍କୁ ପୋଲିସର ସହାୟତା ନେବାକୁ ପଡୁଥିଲା । 

ଯନ୍ତ୍ରୀ, ଅଣ୍ଡ୍ରାପାଲି, ଯୋଡ଼ାମ୍ବ ଭଳି ଅନେକ ପଞ୍ଚାୟତ ସମ୍ପୂର୍ଣ୍ଣ ରୂପେ ମାଓଗଡ଼ ଭାବେ ପରିଚିତ ଥିଲାବେଳେ ଏଠାକୁ ଯିବାକୁ ହେଲେ ବିଗତ ଦିନରେ କେବଳ ଜଳ ପଥ ହିଁ ଏକମାତ୍ର ମାଧ୍ୟମ ଥିଲା । ବୋଟ କିମ୍ବା ଲଞ୍ଚ ଯୋଗେ ଘଣ୍ଟା ଘଣ୍ଟା ଧରି ଜଳଯାତ୍ରା କରିବା ପରେ ଏହି ଅଞ୍ଚଳରେ ପହଞ୍ଚିବା ସମ୍ଭବ ଥିବାରୁ ଅନେକ ଅଞ୍ଚଳରେ ବିକାଶ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏପରି ସ୍ଥାନରେ ଅଞ୍ଚଳରେ ବିକାଶ ଆଣିବା ପାଇଁ ପୂର୍ବ ନବୀନ ସରକାର ଅନେକ ପଦକ୍ଷେପ ଅଞ୍ଚଳକୁ ମାଓ ମୁକ୍ତ କରିବା ପାଇଁ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ଅଞ୍ଚଳରେ ବିଏସଏଫ ଓ ପୋଲିସକୁ ନିୟୋଜିତ କରାଇ ବହୁ ପ୍ରୟାସ ପରେ ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ ଓ ଏହାକୁ ସ୍ଵାଭିମାନ ଅଞ୍ଚଳ ଭାବେ ନାମିତ କରିଥିଲେ।

 ଏହାପରେ ଅଞ୍ଚଳରେ ବିକାଶ ଆଗେଇ ଚାଲିଲା। ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନକୁ ପକ୍କା ସଡକ ହୋଇଥିବା ବେଳେ ଏବେ ଯାତାୟତରେ ଆସିଛି ଅନେକ ସୁଧାର। ଫଳରେ ଅଞ୍ଚଳରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନିକ ଅଧିକାର ମାନେ ଏହି ସ୍ଵାଭିମାନ ଅଞ୍ଚଳରେ ସହଜରେ ପହଞ୍ଚି କରୁଛନ୍ତି ସମୀକ୍ଷା। ଏହି କ୍ରମରେ ଅଞ୍ଚଳରେ ଆହୁରି ଅଧିକ ବିକାଶ ଆଣିବା ପାଇଁ ଏବଂ ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଲାଗି ମାଲକାନଗିରି ଉପଜିଲ୍ଲାପାଳ ତଥା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପରିଚାଳକ ଦୁର୍ଯୋଧନ ଭୋଇ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ସ୍ଵାଭିମାନ ଅଞ୍ଚଳର ଦୁର୍ଗମ ମାଓପ୍ରବଣ ଜନ୍ତ୍ରୀ, ପଣସପୂଟ, ଯୋଡାମ୍ବ, ଅଣ୍ଡ୍ରାପାଲି ପ୍ରଭୁତି ଅଞ୍ଚଳକୁ ଗତ ଦୁଇଦିନ ଧରି ଗସ୍ତ କରିଥିଲେ। ଏହି ସବୁ ଅଞ୍ଚଳରେ ଗଞ୍ଜେଇ ଚାଷ ବହୁଳ ମାତ୍ରାରେ ହେଉଥିବା ବେଳେ ଏହାକୁ ବନ୍ଦ କରାଇ ଲୋକଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ହଳଦୀ, ପନି ପରିବା ଚାଷ ଓ ଅନ୍ୟାନ୍ୟ ଚାଷ କରି ଲୋକେ ଲାଭବାନ ହେବା ଦିଗରେ ଆଲୋଚନା କରିଥିଲେ। 

ଜନଜାତି ବିକାଶ ଯୋଜନା ମାଧ୍ୟମରେ ଡିଡାଇ ଜନଜାତିର ଲୋକଙ୍କ ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ କିପରି ଲାଭବାନ ହୋଇ ପାରିବେ ସେନେଇ ସମୀକ୍ଷା କରିଥିଲେ। ଏହାସହ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ଆବାସ ଯୋଜନା କିପରି ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବ ତାହାକୁ ନେଇ ମଧ୍ୟ ସେ ସ୍ଥାନୀୟ ଅଧିଆକରି ଓ ଜନ ସାଧାରଣଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରଥମ ଥର ପାଇଁ ଉପଜିଲ୍ଲାପାଳ ଏହି ଗସ୍ତ କରି ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ରେ ରାତ୍ରି ଯାପନ କରିଥିଲେ। ଦୁଇଦିନ ଧରି ସେ ଏହି ଗସ୍ତ କରି ନାନା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.