ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଜଟାବାଲ ନିର୍ମାଣଧିନ ପୋଲର ଡାଇଭର୍ସନ ପୋଲ ବର୍ଷା ଧୋଇ ନେଲା

Published By : Gurupada Nath | June 26, 2025 4:50 PM

ନବରଙ୍ଗପୁର,୨୬/୬ : ପାପାଡ଼ାହାଣ୍ଡି ବ୍ଲକ ଜଟାବାଲ ନିକଟ ନିର୍ମାଣଧିନ ପୋଲର ଡାଇଭର୍ସନ ପୋଲ ଲଗାଣ ବର୍ଷା ଯୋଗୁଁ ଧୋଇଗଲା। ଡାଇଭର୍ସନ ପୋଲ ଧୋଇଗଲା ପରେ ପାପଡ଼ାହାଣ୍ଡି- ଉମରକୋଟ ୩୯ ନଂ ରାଜ୍ୟ ରାଜପଥ ଦେଇ ଯାତାୟତ ଠପ୍ ହୋଇଯାଇଛି । ଏଥିପାଇଁ ଦୀର୍ଘ ଘଣ୍ଟା ଧରି ଶତାଧିକ ଯାନ ବାହାନ ଦୁଇ ପାର୍ଶ୍ଵରେ ଅଟକି ରହିଥିଲା । ଶେଷକୁ ଜଳସ୍ତର କମିଲା ବେଳକୁ ଡାଇଭର୍ସନ ପୋଲ ଗୋଟିଏ ପଟେ ଧୋଇଯାଇଥିଲା । 

ଅନ୍ୟ ଦୁଇଟି ରାସ୍ତା ଦେଇ ଜନସାଧାରଣ ଓ ଯାନ ବାହାନ ଯାତାୟତ କରିଥିଲା। ଅନ୍ୟପକ୍ଷରେ ଜିଲ୍ଲା ସ୍ତରୀୟ ଦିଶା ବୈଠକରେ ଡାଇଭର୍ସନ ପୋଲ ଉପରେ ପାଣିକୁ ନେଇ ଲୋକ ପ୍ରତିନିଧ ଉଦବେଗ ପ୍ରକାଶ କରିଥିଲେ । ଡାଇଭର୍ସନ ପୋଲଟି ଉଚ୍ଚତା ବଢାଇବାକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୋଲ ଉପରେ ପାଣି ଚାଲିଥିବା ଯୋଗୁଁ ଅନ୍ୟ ରାସ୍ତା ଦେଇ ଖୋଦ୍ ବୈଠକକୁ ଆସିଥିବା କହିଛନ୍ତି। ତେଣୁ ଏହି ପୋଲର ଡାଇଭର୍ସନ ରାସ୍ତାର ଉଚ୍ଚତା ବୃଦ୍ଧି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  

ସେହିଭଳି ଡାଇଭର୍ସନ ପୋଲ ଧୋଇଯିବା ଯୋଗୁଁ ଶତାଧିକ ଯାନବାହାନ ଅଟକି ରହିଥିଲା । ପରେ ଉମରକୋଟ ଅଭିମୁଖେ ଯାଉଥିବା ଯାନବାହାନକୁ ପାପଡ଼ାହାଣ୍ଡିଠାରୁ ମୈଦଲପୁର ଡାବୁଗାଁ ଦେଇ ଉମରକୋଟ ୩୯ ନଂ ରାଜ୍ୟ ରାଜପଥ ଦେଇ ଉମରକୋଟ ଯିବାକୁ ପଡ଼ିଥିଲା । ସେହିଭଳି ଅନ୍ୟ ଏକ ରାସ୍ତା ପାପଡ଼ାହାଣ୍ଡିଠାରୁ ମକିଆ ଦେଇ ବାରିଗୁଡ଼ା ଛକ ଦେଇ ଜଟାବାଲକୁ ବାହାରି ଉମରକୋଟ ୩୯ନଂ ରାଜ୍ୟ ରାଜପଥ ଦେଇ ଉମରକୋଟ ଯାତାୟାତ କରିବାକୁ ପଡ଼ିଥିଲା। ସେହିଭଳି ଜରୁରୀକାଳନ ବିଭାଗର ଅଧିକାରୀମାନେ ପହଞ୍ଚି ନିର୍ମାଣଧିନ ପୋଲ ନିକଟରେ ରାସ୍ତା ବନ୍ଦ ଥିବା ନେଇ ସତର୍କ ସୂଚନା ଲଗାଇଥିଲେ। ଅନ୍ୟ ଦୁଇଟି ଡାଇଭର୍ସନ ରାସ୍ତା ଥିବା ନେଇ ଜନସାଧାରଣଙ୍କୁ ଅବଗତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.