ଭୁବନେଶ୍ଵର : ପୃଥିବୀର ସବୁଠୁ ସଫଳ ଶିକାରୀ। ଶିକାର କରିବାରେ ଖୁବ୍ ପାରଙ୍ଗମ। ୯୫ ରୁ ୯୭ ପ୍ରତିଶତ ସଠିକ୍ ଟାର୍ଗେଟ୍ କରିବାରେ ମାହିର। ୨୦ରୁ ୧୯ଟି ଶିକାର ଏକଦମ୍ ପକ୍କା। ବାଘ-ସିଂହଙ୍କ ଠାରୁ ଢେର୍ ପୋଖତ। ଏହା ଏକ ସୂକ୍ଷ୍ମ ଜୀବ ହୋଇଥିଲେ ବି ପୃଥିବୀର ସବୁଠୁ ସଫଳ ଶିକାରୀ। ହେଲେ ଏହା କେମିତି ସମ୍ଭବ ? ଜାଣିଛନ୍ତି କି ଏହି ଜୀବଟି କିଏ ? ଆମେ କହୁଛୁ ପତଙ୍ଗ ବା କଙ୍କୀ କଥା। ତେବେ ଜାଣନ୍ତୁ ଏହି ମିନି ଫାଇଟର୍ ଜେଟ୍ର ରାଜ୍...
କଙ୍କୀର ଆଖି ଖୁବ୍ ତେଜ୍। ଏହାର ଆଖିରେ ୩୦ ହଜାର ଛୋଟ ଲେନ୍ସ ଅଛି। ଯାହାଦ୍ଵାରା କଙ୍କୀ ୩୬୦ ଡିଗ୍ରୀ ନଜର ରଖିପାରେ। ଉପର-ତଳ, ଆଗ-ପଛ ସବୁ ଏକା ସାଙ୍ଗରେ ଦେଖିପାରେ। ଶତାଧିକ କୀଟ ମଧ୍ୟରୁ ଏହା ତାର ନିର୍ଦ୍ଧିଷ୍ଟ ଶିକାରକୁ ଟାର୍ଗେଟ୍ କରି ଶିକାର କରିଥାଏ। କଙ୍କୀକୁ ଶିକାର କରିବାରେ ଏହାର ପର ସାହାଯ୍ୟ କରେ। କଙ୍କୀର ୪ଟି ପର ଯୋଗୁଁ ଏହା ଭିନ୍ନ ଭିନ୍ନ ଦିଗରେ ଉଡ଼ିପାରେ। ଘଣ୍ଟା ପ୍ରତି ୫୮ କିମି ବେଗରେ ଏହା ପଛୁଆ ଉଡ଼ିପାରେ। ୩୬୦ ଡିଗ୍ରୀ ବୁଲିପାରେ। ଏହାର ଗୋଟିଏ ପର ଛିଣ୍ଡିଗଲେ ବି ଏହା ଶିକାର କରିପାରେ।
ଶିକାର କରିବା ପାଇଁ କଙ୍କୀର ମସ୍ତିଷ୍କରେ ହୁଏ ଅସଲ ଖେଳ। ପୁରା ମିଶାଇଲ୍ ସିଷ୍ଟମ ଟେକ୍ନିକ୍ ରେ ଚାଲେ କଙ୍କୀର ମୁଣ୍ଡ। ଏହା ପଛରୁ କିମ୍ଵା ତଳୁ ଆସି ଆଟାକ୍ କରେ। ବ୍ଲାଇଣ୍ଡ୍ ସ୍ପଟରୁ ଆସି ଶିକାରକୁ ଘେରିଯାଏ। ଏହାର କଣ୍ଟକିତ ଚାରିଗୋଡ଼ରେ ଶିକାରକୁ ଜାବୁଡ଼ି ଧରେ। ଶୂନ୍ୟରେ ହିଁ ଖାଇଯାଏ। ଏହି ସୂକ୍ଷ୍ମ ଜୀବ ୩୨ କୋଟି ବର୍ଷ ପୂର୍ବରୁ ପୃଥିବୀରେ ଅଛି। ଡାଇନେସୋରଠାରୁ ବି ପୂର୍ବରୁ ପୃଥିବୀରେ ଏହାର ଅବସ୍ଥାନ। ସିଂହ ବଳ ଲଗାଇ ଶିକାର କରେ... ଆଉ ସାର୍କ ଡରାଇ। ହେଲେ କଙ୍କୀ ପୁରା ମୁଣ୍ଡ ଖଟାଇ ଶିକାର କରେ। ପ୍ରକୃତିର ସବୁଠୁ ଛୋଟ ଶିକାରୀର ସବୁଠୁ ଅଧିକ ସକସେସ୍ ରେଟ୍।