ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ପ୍ରଶାସନିକ ସ୍ଥାଣୁତାରୁ ୧୧ ବର୍ଷ ହେଲା ୩ ପରମ୍ପରା ବନ୍ଦ

Published By : Prameya | March 2, 2025 8:13 AM

ଭୁବନେଶ୍ୱର,୦୨/୦୩: ଶ୍ରୀଲିଙ୍ଗରାଜଙ୍କ ଯାନିଯାତ୍ରା ଓ ପରମ୍ପରା ରକ୍ଷା କ୍ଷେତ୍ରରେ ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି । ଫଳରେ ଆବହମାନ କାଳରୁ ବିଧିମତେ ଚାଲିଆସିଥିବା  ଶ୍ରୀଜିଉଙ୍କ ୩ ପ୍ରମୁଖ ପରମ୍ପରା ବନ୍ଦ  ହୋଇଯାଇଛି । ଲଗାତର ୧୧ ବର୍ଷ  ହେବ ପାଳନ ହେଉନି ମହାପ୍ରଭୁ  ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଶନିବାର ମଧ୍ୟ ହାଣ୍ଡିଭଙ୍ଗା ଯାତ୍ରା  ପାଳନ ନ ହେବାରୁ ବଲ୍ଲଭ ନୀତି  ପରଠୁ ଅର୍ଥାତ୍‌ ମଧ୍ୟାହ୍ନ ଠାରୁ  ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ  ରହିଛି । ଭୋଗରାଗ ନୀତି  ସମ୍ପାଦନ ନ ହୋଇ ଉପାସରେ  ଅଛନ୍ତି ଠାକୁର । ଏହି ବିଭ୍ରାଟ  କେବଳ ପ୍ରଶାସନର ଅନାଗ୍ରହ  କାରଣରୁ ଘଟୁଛି ବୋଲି  ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱରଙ୍କ ସେବାୟତ  ମାନେ ଅଭିଯୋଗ କରିଛନ୍ତି ।  

ଉଭୟ ମନ୍ଦିରର ସେବାୟତଙ୍କ କହିବା  ଅନୁଯାୟୀ, ପ୍ରତିବର୍ଷ ମହାଶିବରାତ୍ରି ପରେ  ପଡ଼ୁଥିବା ଶନିବାରରେ ଶ୍ରୀଲିଙ୍ଗରାଜ  ଶ୍ରୀକପିଳେଶ୍ୱରଙ୍କ ପୀଠରେ ବିଜେ କରିବାର  ପରମ୍ପରା ରହିଛି । ଏହାକୁ ହାଣ୍ଡଭିଙ୍ଗା ଯାତ୍ରା  କୁହାଯାଏ । ଯାହା ୨୦୧୫ ପରଠୁ ବନ୍ଦ  ରହିଛି । ପରମ୍ପରା ସ୍ୱାଭାବିକ କରିବା  ଲାଗି ଉଚ୍ଚନ୍ୟାୟାଳୟ ଦେବୋତ୍ତର  କମିଶନରଙ୍କୁ ଏକାଧିକ ନିର୍ଦ୍ଦେଶ  ଦେଲେଣି । ସମସ୍ତ ନିର୍ଦ୍ଦେଶରେ  ଜିଲ୍ଲାପ୍ରଶାସନର ସହଯୋଗ  ନେଇ ଏହି ନୀତିକୁ ସ୍ୱାଭାବିକ  କରିବାକୁ ସ୍ପଷ୍ଟ ଭାବେ  ଉଲ୍ଲେଖ ରହିଛି ।  କିନ୍ତୁ ନିର୍ଦ୍ଦେଶନାମା  କାର୍ଯ୍ୟକାରୀ କରିବା ଦିଗରେ ଏଯାଏ  ସରକାରୀସ୍ତରରେ ତତ୍ପରତା ପ୍ରକାଶ  ପାଇନାହିଁ । ଫଳରେ ଦୁଇ ଠାକୁରଙ୍କ ମଧ୍ୟରେ  ବିଗତ ୧୧ ବର୍ଷ ହେଲା ଯା ଆସ ବନ୍ଦ ରହିବା  ସହିତ ୩ ପ୍ରମୁଖ ପରମ୍ପରା (ହାଣ୍ଡିଭଙ୍ଗା  ଯାତ, ଚନ୍ଦନ ଓ ଶୀତଳ ଷଷ୍ଠୀ)ରେ ବିଘ୍ନ  ଘଟୁଛି । ତେଣୁ ଏବେକାର ସରକାର ପରମ୍ପରା  ରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି  ସେବାୟତ,ଶ୍ରଦ୍ଧାଳୁ ଓ ସାମାଜିକ କର୍ମୀ ମାନେ  ମିଳିତ ସ୍ୱର ଉଠାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.