ତେହେରାନ : ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଇରାନରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଭାରତୀୟ ନାଗରିକ ଦୂତାବାସକୁ ପୂର୍ବରୁ ନଜଣାଇ ଇରାନର କୌଣସି ବି ସ୍ଥଳୀୟ ସେନା (ଲ୍ୟାଣ୍ଡ ବର୍ଡର)ଆଡ଼କୁ ଯାତ୍ରା କରନ୍ତୁ ନାହିଁ। ଆଡଭାଇଜରୀରେ ସ୍ପଷ୍ଟ କରାଯାଇଛି- ଯଦି କୌଣସି କାରଣବଶତଃ ଇରାନରୁ ବାହାରକୁ ଯିବାକୁ ହେଲେ ଲ୍ୟାଣ୍ଡ ବର୍ଡର ଆଡ଼କୁ ଯିବା ଆବଶ୍ୟକ ପଡେ,ତ ଏହା ପୂର୍ବରୁ ଦୂତାବାସ ଠାରୁ ସ୍ପଷ୍ଟ ମାର୍ଗ ଦର୍ଶନ ଓ ଅନୁମତି ନେବା ଜରୁରି।

ଭାରତୀୟ ଦୂତାବାସ ଚେତାବନୀ ଦେଇଛି ଯେ, ବିନା କୌଣସି ପୂର୍ବ ସୂଚନା ଓ ସମନ୍ୱୟରେ ଇରାନର ସୀମା ଅଞ୍ଚଳ ଆଡ଼କୁ ଯିବାରେ ଭାରତୀୟ ନାଗରିକଙ୍କୁ ଗୁରୁତର ମୁସ୍କିଲର ସାମ୍ନା କରିବାକୁ ପଡ଼ିପାରେ। ଆଡଭାଇଜରୀରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଇରାନର ସୀମା ଅତିକ୍ରମ କରେ ଏବଂ ସମ୍ୱନ୍ଧିତ ୩ୟ ଦେଶରେ ପ୍ରବେଶ କରି ପାରେ ନାହିଁ , ତ ଏହି ସ୍ଥିତିରେ ଦୂତାବାସ ପକ୍ଷରୁ ସହାୟତା ଉପଲବ୍ଧ କରାଇବା ସମ୍ଭବ ହେବ ନାହିଁ। ଏଥିପାଇଁ ଭାରତୀୟ ନାଗରିକଙ୍କୁ ବିଶେଷ ସାବଧାନ ଅବଲମ୍ୱନ କରିବା ଓ ଦୂତାବାସର ନିର୍ଦ୍ଦେଶର ପାଳନ କରିବାର ଅପିଲ କରାଯାଇଛି।

ଆବଶ୍ୟକ ପଡ଼ିଲେ ଏହି ନମ୍ୱର ଗୁଡ଼ିକ ମାଧ୍ୟମରେ ସଂପର୍କ କରାଯାଇପାରେ : +98 912 810 9115, +98 912 810 9102 , +98 912 810 9109 ଓ +98 9932179359 , ଏହା ବ୍ୟତୀତ ଇମେଲ ମାଧ୍ୟମରେ ମଧ୍ୟ ସହାୟତା ପ୍ରାପ୍ତ କରାଯାଇ ପାରେ।