ମୁମ୍ୱାଇ,୦୯/୧୧: ଶାହରୁଖ୍ ଖାନ୍ଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘କିଙ୍ଗ୍’କୁ ନେଇ ଗୋଟିଏ ପରେ ଗୋଟିଏ ଖବର ଚର୍ଚ୍ଚାକୁ ଆସୁଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରିଲର୍କୁ ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ବୋଲି କୁହାଯାଉଛି । ଗଣମାଧ୍ୟମର ସୂଚନା ଅନୁସାରେ, ଫିଲ୍ମର ବଜେଟ୍ ୩୫୦ କୋଟି । ପ୍ରିଣ୍ଟ୍, ପ୍ରଚାର ଓ ଅନ୍ୟ ସହାୟକ ଖର୍ଚ୍ଚ ନିମନ୍ତେ ଶାହରୁଖ୍ ଓ ତାଙ୍କ ଟିମ୍ସ୍ଥିର କରୁଥିବା ବଜେଟ୍ ଏଥିରେ ଅନ୍ତର୍ଭୁକ୍ତ ନୁହେଁ । ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ‘କିଙ୍ଗ୍’ର ଆରମ୍ଭ ଏକ ଆକ୍ସନ୍-ଥ୍ରିଲର ଭାବେ ହୋଇଥିଲା, ଯେଉଁଥିରେ ଶାହରୁଖ୍ଙ୍କର ଏକ ବର୍ଦ୍ଧିତ କ୍ୟାମିଓ ଭୂମିକା ଥିଲା । ପ୍ରାରମ୍ଭିକ ବଜେଟ୍ ଥିଲା ୧୫୦କୋଟି । କିନ୍ତୁ ଏହାକୁ ଆହୁରି ବଡ଼ ଓ ବିସ୍ତୃତକରିବାକୁ କାହାଣୀର ଦମ୍ ଥିଲା ।
ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବା ପରେ ଶାହରୁଖ୍ଙ୍କ ସହ ବସି ଫିଲ୍ମକୁ ବ୍ୟାପକ ସ୍ତରରେ ନିର୍ମାଣ ଲାଗି ଆଲୋଚନା କଲେ । ଫିଲ୍ମରେ ଦମ୍ଦାର ଆକ୍ସନ୍ ସିକ୍ୱେନ୍ସରଖିବାକୁ ନିଷ୍ପତ୍ତି ନିଆଗଲା । ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକଦେବାକୁ ଚାହୁଁଥିବା ଶାହରୁଖ୍ ଫିଲ୍ମର ପ୍ରଯୋଜକ ଭାବେ ସିଦ୍ଧାର୍ଥଙ୍କୁ ସ୍ୱାଧୀନତା ଦେଲେ । ତା’ପରେ ଫିଲ୍ମର ବଜେଟ୍ ହେଲା ୩୫୦ କୋଟି । ପୂର୍ବରୁ ଭାରତୀୟସିନେମାରେ କଦାପି ପ୍ରଦର୍ଶିତ ହୋଇନଥିବା ଆକ୍ସନ୍ ସିନ୍ ଏଥିରେ ରହିବ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମଟି ଆସନ୍ତା ବର୍ଷ ବଡ଼ ପରଦାକୁ ଆସିବ ।