ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକ୍ ରାଜନୀତିରେ ହଲଚଲ୍ : ଶାହବାଜଙ୍କ ଚୌକି ଟଳମଳ, ରାଷ୍ଟ୍ରପତି ଆସନରେ ବସିବାକୁ ବ୍ୟଗ୍ର ହେଲେଣି ମୁନିର

Published By : Rasmita Pradhan | July 10, 2025 1:20 PM

ଇସ୍‌ଲାମାବାଦ, ୧୦/୦୭ : ପାକିସ୍ତାନ ରାଜନୀତିରେ ଏବେ ଜୋରଦାର ହଲ୍‌ଚଲ୍‌ ଚାଲିଛି। ଦେଶରେ ସେନା ପୁଣି ସରକାର ବଦଳାଇ ଗାଦି ଦଖଲ ଲାଗି ଯୋଜନା କରୁଛି । ‘ମୁଶରଫ୍‌ ମଡେଲ୍‌’ ଆପଣାଇବାକୁ ବ୍ୟଗ୍ର ସେନା ମୁଖ୍ୟ ତଥା ଫିଲ୍ଡ ମାର୍ଶଲ ଅସିମ ମୁନିର । କୁହାଯାଉଛି ଯେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଶୀଘ୍ର ଇସ୍ତଫା ଦେବେ । ତାଙ୍କ ସ୍ଥାନରେ ମୁନିର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେହିଭଳି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ନେତା ବିଲାୱଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବେ । ଏଥିସହ ଦେଶରେ ସଂସଦୀୟ ପ୍ରଣାଳୀ ବଦଳିଯିବ । ରାଷ୍ଟ୍ରପତି ପ୍ରଣାଳୀ ଲାଗୁ କରାଯିବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । 

ସରକାର ପରିବର୍ତ୍ତନ ପ୍ରକ୍ରିୟା ପାକ୍‌ ସେନାର ସମର୍ଥନରେ ହିଁ ଜାରି ରହିଛି । ମୁନିର ବର୍ତ୍ତମାନ ସେନା ଏବଂ କ୍ଷମତା ଢାଞ୍ଚାରେ ସବୁଠୁ ଶକ୍ତିଶାଳୀ ପଦରେ ଆସୀନ ଅଛନ୍ତି । ତାଙ୍କ ଇସାରାରେ ସେନା ଓ ସରକାର ଚାଲୁଛି । ନିକଟରେ ମୁନିରଙ୍କୁ ହ୍ୱାଇଟ୍‌ହାଉସ୍‌ ତରଫରୁ ହୋଇଥିବା ନିମନ୍ତ୍ରଣ ଏହାର ଏକ ନଜିର । ଏହାର ଅର୍ଥ ଆମେରିକା ବି ତାଙ୍କୁ ପାକିସ୍ତାନର ସବୁଠୁ ପ୍ରଭାବଶାଳୀ ନେତା ଭାବୁଛି । ସମ୍ଭବତଃ ପାକ୍‌ରେ ସେନା ଖୁବଶୀଘ୍ର ଗାଦି ଦଖଲ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜଣା ଥିଲା ବୋଲି କୁହାଯାଉଛି । ମୁନିର ଏବେ ଆଉ ପାଦେ ଆଗକୁ ଯାଇ ସମ୍ପୂର୍ଣ୍ଣ ସରକାରରେ ହକ୍‌ ଜମାଇବାକୁ ଚାହୁଁଛନ୍ତି । ନିକଟରେ ତାଙ୍କୁ ଫିଲ୍ଡ ମାର୍ଶଲ ପଦକୁ ପଦୋନ୍ନତି ମିଳିଥିଲା । ଏହି ପଦ ସହ ମୁନିରଙ୍କୁ ଆଜୀବନ ସୈନ୍ୟ ବିଶେଷାଧିକାର, ଆଇନ ପ୍ରତିରକ୍ଷା ଏବଂ ଅସାମ୍ବିଧାନିକ ହସ୍ତକ୍ଷେପଗୁଡ଼ିକରୁ ସୁରକ୍ଷା ମିଳିବ । ପୂର୍ବରୁ ପରଭେଜ ମୁଶରଫଙ୍କ ସମେତ ୩ ଜଣ ସେନାଧିକାରୀ ଶାସନ କଳ ହାତକୁ ନେଇ ରାଷ୍ଟ୍ରପତି ବନିଥିଲେ । ସେନା ମୁଖ୍ୟ ମୁନିର ଓ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କ ମଧ୍ୟରେ ବଢ଼ୁଥିବା ସମୀକରଣକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ (ପିଏମ୍‌ଏଲ୍‌ଏନ୍‌) ବିରୋଧ ଆରମ୍ଭ କରିଦେଇଛି । 

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ପିଏମ୍‌ଏଲ୍‌ଏନ୍‌ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ହତାଶ ହୋଇପଡ଼ିଛନ୍ତି । ଶାହବାଜ ଆଶଙ୍କା କରୁଛନ୍ତି ଯେ ଦେଶରେ ରାଷ୍ଟ୍ରପତି ପ୍ରଣାଳୀ ଲାଗୁ ହେଲେ କେବଳ ତାଙ୍କ ପଦ ଚାଲିଯିବ ନାହିଁ, ବରଂ ଜାତୀୟ ରାଜନୀତିରେ ପିଏମ୍‌ଏଲ୍‌ଏନ୍‌ ଓ ସରିଫ ପରିବାରର ପ୍ରାସଙ୍ଗିକତା ମଧ୍ୟ ଶେଷ ହୋଇଯିବ । ଏହାକୁ ନେଇ ପିଏମ୍‌ଏଲ୍‌ଏନ୍‌ ବର୍ତ୍ତମାନ ପାକ୍‌ ସେନାର ବିଭିନ୍ନ ଗୋଷ୍ଠୀ ସହ ଯୋଗାଯୋଗରେ ରହିଛି । ବିଲାୱଲ ଭୁଟ୍ଟୋଙ୍କୁ ଯେମିତି ଆଗକୁ ବଢ଼ିବାକୁ ଦିଆ ନ ଯାଏ, ସେଥିଲାଗି ଉଦ୍ୟମ କରାଯାଉଛି । ବିଲାୱଲଙ୍କ ପିତା ଜର୍ଦ୍ଦାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ । ଏହାପରେ ମୁନିର ରାଷ୍ଟ୍ରପତି ଆସନରେ ବସି ଶାସନ କରିବେ । କୁହାଯାଉଛି ଯେ ମୁନିରଙ୍କୁ ଅଧିକ ଗୁରୁତ୍ୱ ଦେବା ହିଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ମହଙ୍ଗା ପଡ଼ିଛି । ରିପୋର୍ଟ ମୁତାବକ, ଜର୍ଦ୍ଦାରୀ ସର୍ତ୍ତ ରଖିଛନ୍ତି ଯେ ବିଲାୱଲଙ୍କୁ ସମ୍ଭାବ୍ୟ ନୂଆ ସରକାରରେ ବଡ଼ ପଦ ମିଳିବା ଉଚିତ । ଯାହାଦ୍ୱାରା ସେ ଜଣେ ପରିପକ୍ୱ ନେତା ହୋଇପାରିବେ ଓ ତାଙ୍କ ରାଜନୈତିକ କ୍ୟାରିୟର ଆହୁରି ମଜଭୁତ ହେବ । ପିପିପି ବିଲାୱଲଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦ ମାଗିଛି । ତେବେ ବିଲାୱଲଙ୍କ ଭୂମିକାକୁ ନେଇ ପିପିପିରେ ମଧ୍ୟ ମତଭେଦ ରହିଥିବା କୁହାଯାଉଛି ।

ନୱାଜଙ୍କୁ ହଟାଇଥିଲେ ମୁଶରଫ୍‌ 

୧୯୯୯ରେ ପାକିସ୍ତାନ ସେନା ମୁଖ୍ୟ ପରଭେଜ ମୁଶରଫ୍‌ ବିଦ୍ରୋହ କରି ଦେଶର ସର୍ବେସର୍ବା ହୋଇଥିଲେ । ଏହି ଘଟଣା ଥିଲା ବେଶ୍‌ ନାଟକୀୟ । ୧୯୯୯ ଅକ୍ଟୋବର ୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ଘୋଷଣା କରିଥିଲେ ଯେ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁଶରଫ୍‌ ଅବସର ନେବେ । କିନ୍ତୁ ସେହିଦିନ ସନ୍ଧ୍ୟାରେ ହିଁ ନିଜେ ଶାସନରୁ ବେଦଖଲ ହୋଇଥିଲେ । ବିନା ରକ୍ତପାତରେ ମୁଶରଫ ନୱାଜଙ୍କୁ ହଟାଇ ନିଜ ହାତକୁ ଶାସନ ନେଇଥିଲେ । ୨୦୦୧ରେ ମୁଶରଫ୍‌ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିଲେ । ୨୦୦୨ରେ ଏକ ବିବାଦୀୟ ଜନମତ ସଂଗ୍ରହ କରି ଶାସନକୁ ଆସିଥିଲେ । ଆତଙ୍କବାଦ ବିରୋଧୀ ଲଢ଼େଇରେ ତାଙ୍କୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ୍‌ଙ୍କ ଭରପୂର ସମର୍ଥନ ମିଳିଥିଲା । ୨୦୦୭ରେ ମୁଶରଫ୍‌ ପୁଣି ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ । କିନ୍ତୁ ଏଥର ତାଙ୍କୁ ସୁପ୍ରିମକୋର୍ଟ ଆଦେଶର ଅପେକ୍ଷା କରିବାକୁ ପଡ଼ିଥିଲା । ୨୦୦୭ ନଭେମ୍ବର ୨ରେ ସୁପ୍ରିମକୋର୍ଟରେ ଚର୍ଚ୍ଚା ହେବା ପରେ ନଭେମ୍ବର ୩ରେ ସେ ଦେଶରେ ଏମର୍ଜେନ୍ସି ଲାଗୁ କରିଦେଇଥିଲେ । ୨୦୦୮ ଅଗଷ୍ଟରେ ପାକିସ୍ତାନର ନୂଆ ମେଣ୍ଟ ସରକାର ମୁଶରଫ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ । ଚାପ ବଢ଼ିବା ପରେ ମୁଶରଫ୍‌ ସେହି ମାସ ୧୮ ତାରିଖରେ ଇସ୍ତଫା ଘୋଷଣା କରିବା ସହ ପାକିସ୍ତାନ ଛାଡ଼ି ବ୍ରିଟେନ ପଳାଇଥିଲେ । ମୁଶରଫ୍‌ ୧୯୬୫ ଏବଂ ୧୯୭୧ରେ ଭାରତ ସହ ଦୁଇ ଥର ଯୁଦ୍ଧ କରିଥିଲେ । କିନ୍ତୁ ଦୁଇ ଥର ଯାକ ପାକିସ୍ତାନ୍‌ ଚିତ୍‌ପଟାଙ୍ଗ ମାରିଥିଲା । ମୁଶରଫ୍‌ଙ୍କ ପୂର୍ବରୁ ୧୯୫୮ରେ ଆୟୁବ ଖାନ୍‌, ୧୯୭୭ରେ ଜିୟା ଉଲ୍‌ ହକ୍‌ ସେନା ବିଦ୍ରୋହ କରି ପାକିସ୍ତାନର ଶାସନ ହାତକୁ ନେଇଥିଲେ । ପାକିସ୍ତାନରେ ଆଜିଯାଏ କୌଣସି ପ୍ରଧାନମନ୍ତ୍ରୀ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.