ୱାଶିଂଟନ : ଆମେରିକାରେ ଅବୈଧ ପ୍ରବାସୀଙ୍କ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଖୁଲାସା ସାମ୍ନାକୁ ଆସିଛି। ଆମେରିକୀୟ ଗୃହ ସୁରକ୍ଷା ବିଭାଗ (ଡିଏଚଏସ) ଦ୍ୱାରା ଜାରି କରାଯାଇ ଥିବା “ Worst of the Worst” ଅର୍ଥାତ୍ ଦୁର୍ଦ୍ଦାନ୍ତ ଅପରାଧିଙ୍କ ତାଲିକାରେ ଭାରତୀୟ ବଂଶୋଦ୍ଭବ ର ୮୯ ଜଣ ବ୍ୟକ୍ତିଙ୍କ ନାମ ଅନ୍ତର୍ଭୁକ୍ତ। ଏହା ଟ୍ରମ୍ପ ପ୍ରଶାସନର ଭାରତୀୟଙ୍କ ସମେତ ଅନ୍ୟ ପ୍ରବାସୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାର ନୂତନତମ ମାମଲା। ଏହି ତାଲିକା ଏକ ସାର୍ବଜନିକ ଡାଟାବେସ୍ ଭାବେ ଜାରି କରାଯାଇଛି, ଯେଉଁଥିରେ ପାଖାପାଖି ୨୫,୦୦୦ କ୍ରିମିନାଲ ଇଲ୍ଲିଗଲ ଏଲିଏନ୍ସ’ର ବିବରଣୀ ରହିଛି। ଅର୍ଥାତ୍ ଏମିତି ଅବୈଧ ପ୍ରବାସୀ ଯିଏ ହତ୍ୟା , ଯୌନ ଅପରାଧ , ଡ୍ରଗ ତସ୍କରୀ ଭଳି ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି , ଏବଂ ଯାହାଙ୍କୁ ICE (Immigration and Customs Enforcement) ତଥା CBP ( Customs and Border Protection) ଗିରଫ କରାଯାଇଛି।
ଆହୁରି ମଧ୍ୟ ପଢନ୍ତୁ : ବାଂଲାଦେଶରେ ବଢିଲା ୟୁନୁସ ସରକାରଙ୍କ ସମସ୍ୟା , ତେଜିଲା ବିକ୍ଷୋଭ ପ୍ରଦର୍ଶନ
ନାମ , ଫଟୋ ଓ ଅପରାଧ : ସବୁ କିଛି ସାର୍ବଜନିକ –
ଡିଏଚଏସ୍ ଦ୍ୱାରା ଲଞ୍ଚ କରାଯାଇ ଥିବା ୱେବସାଇଟ୍ WOW.DHS.GOVରେ ଅପରାଧିଙ୍କ ନାମ ,ତାଙ୍କର ଫଟୋ , ତାଙ୍କ ଦ୍ୱାରା କରାଯାଇ ଥିବା ଅପରାଧ ଓ ତାଙ୍କର ରାଷ୍ଟ୍ରୀୟତା ସାର୍ବଜନିକ ଭାବେ ଉପଲବ୍ଧ କରାଯାଇଛି। ଡିଏଚଏସ୍ ଏକ ସୋସିଆଲ ମିଡ଼ିଆ ପୋଷ୍ଟର କହିଛି ଯେ, ଏହି ୱେବସାଇଟ୍ ଏଥିପାଇଁ ଆରମ୍ଭ କରାଯାଇଛି, ଯାହାକି ଆମେରିକୀୟ ନାଗରିକ ଦେଖି ପାରିବେ ଯେ, ଆମେ କେଉଁ ଅପରାଧିକ ଅବୈଧ ପ୍ରବାସୀଙ୍କୁ ଗିରଫ କରୁଛୁ , ସେମାନେ କେଉଁ ଅପରାଧ କରିଛନ୍ତି ଏବଂ କେଉଁ ସଂପ୍ରଦାୟରୁ ତାଙ୍କୁ ହଟାଯାଇଛି। ଭାରତୀୟ ବଂଶୋଦ୍ଭବ ଅମନଦୀପ ମୁଲତାନୀ ଓ ହରଜିନ୍ଦର ସିଂହଙ୍କୁ ମଧ୍ୟ ଏହି ଦୁର୍ଦ୍ଦାନ୍ତ ଅପରାଧିଙ୍କ ତାଲିକାରେ ରଖା ଯାଇଛି। ସେମାନେ ଡ୍ରଗ୍ସ ଚାଲାଣ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।
ଡିଏଚଏସ୍ ଲେଖିଛି ଏହା କେବଳ ଏକ ଝଲକ ଏବଂ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏହା ତାଲିକା କେବଳ ଏକ ସ୍ନାପସଟ୍ , କାରଣ ଟ୍ରମ୍ପ ପ୍ରଶାସନ ବେଳେ ଧରା ପଡ଼ି ଥିବା ଅପରାଧିଙ୍କର ସଂପୂର୍ଣ୍ଣ ସଂଖ୍ୟା ଏହାଠାରୁ ଆହୁରି ଅଧିକ ହୋଇପାରେ।
ଟ୍ରମ୍ପଙ୍କ ଇମିଗ୍ରେସନ ନୀତି : ଆରମ୍ଭରୁ ହିଁ କଡ଼ାକଡ଼ି
କହି ରଖୁଛି କି , ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଅଭିଯାନ ବେଳେ ହିଁ ଅବୈଧ ପ୍ରବାସନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନ ସେ ଆମେରିକାର ଦକ୍ଷିଣୀ ସୀମାରେ ‘ରାଷ୍ଟ୍ରୀୟ ଜରୁରିକାଳୀନ’ ଘୋଷଣା କରିଥିଲେ ଏବଂ ସୀମାରେ ଅଧିକ ସୈନିକଙ୍କ ମୁତୟନ ନେଇ ଘୋଷଣା କରିଥିଲେ। ସେ “ କ୍ରିମିନାଲ ଏଲିୟନ୍ସ”ଙ୍କୁ ଦେଶରୁ ବାହାର କରିବା କଥା ମଧ୍ୟ ଦୋହରାଇ ଥିଲେ।