ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ମରଣ ଯନ୍ତାରେ ଫିରିଙ୍ଗିଆ ବନବିଭାଗ କାର୍ଯ୍ୟାଳୟ ଠାରୁ ବିନଝେରପଡା ରାସ୍ତା, ମରାମତି ପାଇଁ ଦାବି...

Published By : Prameya | May 18, 2025 7:41 PM

ଫିରିଙ୍ଗିଆ ୧୮/୦୫: ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି କ୍ରମରେ ସହରାଞ୍ଚଳରୁ ଗ୍ରାମାଞ୍ଚଳ ମାନଙ୍କୁ ଯାତାୟାତ ସୁବିଧାକୁ ସହଜସୁଗମ କରୁଛନ୍ତି । ହେଲେ ଏବେ ବି ଅନେକ ଜାଗାରେ ଭଲ ରାସ୍ତାଟିଏ ନଥିବାରୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ବିଶେଷ କରି ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରୁ ବିନଝେରପଡା ରାସ୍ତା ଏବେ ଖଲଖମାରେ ଭର୍ତ୍ତି। ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରହିଛି ଫିରିଙ୍ଗିଆ ବଜାର୍ ଠାରୁ ବନବିଭାଗ କାର୍ଯ୍ୟଳୟ, ଖଜୁରୀପଡା ଓ ବିନଝେରପଡା କୁ ସଂଯୋଗ କରୁଥିବା ରାସ୍ତା I ଏହି ରାସ୍ତାଟି ଫିରିଙ୍ଗିଆ ବ୍ଲକର ଏକ ସର୍ବପୁରାତନ ରାସ୍ତା ହୋଇଥିବା ବେଳେ ଏହା ଉପରେ ଖଜୁରୀପଡା ଓ ବିନଝେରପଡାର ଶତାଧିକ ଲୋକ ନିର୍ଭର କରି ଯାତାୟାତ କରିଥାନ୍ତି I ଆଜକୁ ପ୍ରାୟ ତିରିଶ ବର୍ଷ ତଳେ ପଞ୍ଚାୟତ ଗଠନ ହେବା ପରେ ଏହି ରାସ୍ତା ଟିକୁ କଂକ୍ରିଟ ରାସ୍ତା କରାଯାଇଥିଲା I କିନ୍ତୁ ତିରିଶ ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ରାସ୍ତା ଏବେ ମରଣ ଯନ୍ତାରେ ପରିଣତ ହୋଇଛି I ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇ ରହିଥିବା ବେଳେ ରାସ୍ତା ଉପରେ ଗୋଡି ମେଟାଲ ଉଠିଯାଇ ଯାତ୍ରୀଙ୍କ ପାଇଁ ବିପଦ ସାଜିଛି I ଅନ୍ୟପଟେ ରାସ୍ତା ଉପରେ ଗାଡି ଯିବାତ ଦୂରର କଥା ବର୍ତମାନ ଚାଲିଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି I ଅନ୍ୟପଟେ ଏହି ରାସ୍ତାଟି ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ଫୁଲବାଣୀ ବାଲିଗୁଡା ଏକ ନମ୍ବର ରାଜ୍ୟପଥ କୁ ସଂଯୋଗ କରୁଥିବାରୁ ଏହା ଏକ ବାଇପାସ ରାସ୍ତା ଭାବରେ ମଧ୍ୟ୍ୟ ଅନେକ ଲୋକ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି I ରାସ୍ତା ମରାମତି ପାଇଁ ଅଂଚଳବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ସମସ୍ୟାର ସମାଧନ କରିବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିଛି I 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.