କେନ୍ଦୁଝର ସଦର,୧୧/୧୨ : ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ମଣ୍ଡଳର କେନ୍ଦୁଝରଗଡ଼ଠାରୁ ରାଇସୁଆଁ ମଧ୍ୟରେ ଥିବା ହର୍ଷପୁର ଲେବୁଲ କ୍ରସିଂ ଗେଟ ନମ୍ବର ୧୨ର କିଲୋମିଟର ନମ୍ବର ୫୧/୨୧୨୩ ରେ ଥିବା ଗେଟରୁ ଫେବର୍ ବ୍ଲକକୁ ରେଳ ବିଭାଗ ଆଜକୁ ୨୦ଦିନ ହେବ ମରାମତି ଆଳରେ ତାଡ଼ି ଦେଇଛି । ଏହି ରାସ୍ତାଟି ସଦର ବ୍ଲକର ମୁଖ୍ୟ ରାସ୍ତା ହୋଇଥିବାବେଳେ ଦୈନିକ ହଜାର ହଜାର ସଂଖ୍ୟାରେ ବାଇକ, ସାଇକେଲ କାର ବସ୍, ଛାତ୍ରଛାତ୍ରୀ, ରୋଗୀଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକ ଯିବା ଆସିବା କରୁଛନ୍ତି ।
ରେଳ ଆସିବା ସମୟରେ ଗେଟ୍ ପଡୁଛି । ସେହି ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ବିଭିନ୍ନ ଯାନ ଗୁଡ଼ିକ ରାସ୍ତାରେ ଛିଡ଼ା ହୋଇଥାଏ । ଗେଟକୁ ଟ୍ରେନ ଅତିକ୍ରମ କରିବା ପରେ ଗେଟ୍ ଉଠିବା ପରେ ଉଭୟ ପାର୍ଶ୍ବର ଗାଡ଼ି ଯିବା ଆସିବା କରନ୍ତି ଟ୍ରାକ ପାଖରେ ଥିବା ଫେବର ବ୍ଲକକୁ ଦୁଇରୁ ତିନି ଇଞ୍ଚ୍ ଉଠାଯାଇଥିବାରୁ ଟ୍ରେନ ଟ୍ରାକ ଉପରକୁ ବାହାରି ପଡ଼ିଛି । ଯାନ ଗୁଡ଼ିକ ଏକା ସମୟରେ ଟ୍ରାକ ଉପରେ ଚକ ଚଢାଇ ଯିବା ଆସିବାବେଳେ ଚକ ଏପଟ ସେପଟ ହୋଇ ନିୟନ୍ତ୍ରଣ ହରାଇ ଗାଡ଼ିକୁ ଗାଡ଼ି ବାଡ଼େଇ ହେଉଛନ୍ତି ତୋ ଟ୍ରାକରେ ଚକ ଅଟକି ଗାଡ଼ି ଝଟକା ମାରି ଷ୍ଟାର୍ଟ ବନ୍ଦ ହୋଇଯାଉଛି । ଜଦି ସାମାନ୍ୟ ବାଇକ କିମ୍ଵା ସାଇକେଲ ଚକ ତେରଛା ଟ୍ରାକରେ ପଡ଼ିଲା ପଡିବା ଟା ସୁନିଶ୍ଚିତ । ଏପରି ସ୍ଥଳେ ରେଳ ବିଭାଗ ରାସ୍ତାକୁ ତାଡି ଦୀର୍ଘ ଦିନ ପକାଇ ରଖିବାରୁ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦୁର୍ଘଟଣା ମଧ୍ଯ ବୃଦ୍ଧି ପାଉଛି । ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଧାରଣ ଭାବେ ଦାବୀ ହେଉଛି। ଏ ନେଇ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅତିରିକ୍ତ ମଣ୍ଡଳ ଯନ୍ତ୍ରୀଙ୍କୁ ଯୋଗାଯୋଗ କରି ପଚାରିବାରୁ କୁହନ୍ତି ଆସନ୍ତା ଗୋଟେ ଦିନ ଭିତରେ ମରାମତି କରାଯିବା ବୋଲି କହିଛନ୍ତି।