ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭୁବନେଶ୍ବରରୁ ସିଡିଏକୁ ମୋ ଵସ୍ ସେଵା ଵନ୍ଦ ନେଇ ତେଜିଲା ଅସନ୍ତୋଷ, ଜିଲ୍ଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ

Published By : Suraj Kumar | December 5, 2024 7:29 PM

କଟକ, ୫।୧୨ : ଭୁବନେଶ୍ବରରୁ ସିଡିଏକୁ ମୋ ଵସ୍ ସେଵା ଵନ୍ଦ ନେଇ ତେଜିଲା ଅସନ୍ତୋଷ। ଗୁରୁବାର ସିଡିଏର ବରିଷ୍ଠ ନାଗରିକମାନେ ଏକାଠି ହୋଇ ଏ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି।

ଗତ ପାଞ୍ଚ ଦିନ ହେବ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ କର୍ତ୍ତୃପକ୍ଷ ଭୁବନେଶ୍ୱରରୁ ସିଡିଏ ଦେଇ ଯା’ ଆସ କରୁଥିବା ୧୦,୧୬ଓ ୧୮ ନମ୍ବର ମୋ ଵସ୍ ସେବାକୁ ଵନ୍ଦ କରିଦେଇଛନ୍ତି। ଏହି ଵସ୍ ଗୁଡିକ ଅପେକ୍ଷାକୃତ ଵଡ ଓ ସିଡିଏ ରାସ୍ତାରେ ଯା’ ଆସ ବେଳେ ଦୁର୍ଘଟଣା ଆଶଙ୍କା ରହୁଥିଵା ଦର୍ଶାଇ ଏହି ଵସ୍ ସେଵା କ୍ରୁଟ କର୍ତ୍ତୃପକ୍ଷ ଵନ୍ଦ କରିଦେଇଥିଵା ଜଣାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପରେ ଖୁବ୍ ଶୀଘ୍ର ଏହି ଵସ୍ ସେଵା ପୁନଃ ଚାଲୁ କରାଯିଵ ଵୋଲି କ୍ରୁଟ କର୍ତ୍ତୃପକ୍ଷ ଆଜି ଅଦାଲତଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଇଛନ୍ତି।

ଏ ନେଇ ଆଜି ସିଡିଏ ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳଙ୍କୁ ଭେଟିବା ପରେ ଆସନ୍ତା ଶନିବାରଠାରୁ ଏହି ଵସ୍ ସେଵା ପୁଣି ଆରମ୍ଭ କରାଯିଵ ଵୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଵା ବରିଷ୍ଠ ନାଗରିକ ମାନେ କହିଛନ୍ତି। ତେବେ ଖୁବ ଶୀଘ୍ର ଵଡ ଵସ୍ ପରିବର୍ତ୍ତେ ଛୋଟ ମୋ ଵସ୍ ଗୁଡିକ ସିଡିଏ ଦେଇ ଚଲାଇଵା ପାଇଁ କ୍ରୁଟ ଯୋଜନା କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.