ନୂଆଦିଲ୍ଲୀ,୮।୩: ଇରାନର ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସଚିବ ଅଲ୍ଳୀ ଲାରିଜାନି କହିଛନ୍ତି,ନିକଟରେ ହୋଇଥିବା ସଂଘର୍ଷ ବେଳେ ବହୁ ଆମେରିକୀୟ ସୈନିକଙ୍କୁ ଇରାନ ସେନା ବନ୍ଦୀ କରିନେଇଥିଲେ। ଆମେରିକା ଏହି ସତକୁ ଲୁଚାଇବାକୁ ଚେଷ୍ଟା କରୁଛି। ଅଲ୍ଳୀ ଲାରିଜାନି ସୋସିଆଲ ‘ଏକ୍ସ’ରେ ରବିବାର ଏକ ପୋଷ୍ଟରେ କହିଛନ୍ତି, ଲଢେଇ ବେଳେ ବହୁ ଆମେରିକୀୟ ସୈନିକଙ୍କୁ ଗିରଫ କରାଯାଇଛି। ତେବେ ଏହାକୁ ଆମେରିକା କେଉଁଠାରେ ପ୍ରକାଶ କରିନାହିଁ। ଏବେ ଆମେରିକାର ମିଛ ଧରାପଡିଛ। ଆମେରିକୀୟ ପକ୍ଷ ତାଙ୍କୁ ଯୁଦ୍ଧରେ ମାରିବା କଥା କହିଛନ୍ତି, କିନ୍ତୁ ଏହି ସତ ବେଶୀ ସମୟ ଲୁଚି ରହିବନି।
ଗତ ମାସ ଶେଷରେ ଆମେରିକା ଓ ଇସ୍ରାଲଲ ଦ୍ବାରା ଇରାନ ଉପରେ ଆକ୍ରମଣ ହେବା ପରେ ଏହି ଅଞ୍ଚଳରେ ସଂଘର୍ଷ ବଢି ଯାଇଥିଲା। ଏହାର ଜବାବରେ ଇରାନର ସଶସ୍ତ୍ର ସେନା, ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି) ବହୁ ସମ୍ବେଦନଶୀଳ ଓ ରଣନୈତକ ଆଡ୍ଡାକୁ ଟାର୍ଗେଟ କରି ଶତାଧିକ ବାଲାଷ୍ଟିକ୍ ମିସାଇଲ ଓ ଡ୍ରୋନ୍ର ପାଲଟା ଆକ୍ରମଣ କରିଛି।
ଦିନକ ପୂର୍ବରୁ ଲାରିଜାନି ଚେତାବନୀ ଦେଇଥିଲେ ଯେ, ଆମେରିକାର କାର୍ଯ୍ୟାନୁଷ୍ଠାନର ଜବାବ୍ ଦିଆଯିବ। ଆମେରିକାକୁ ବୁଝିବା ଦରକାର ଯେ,ଇରାନର ଧର୍ଯ୍ୟକୁ ଭାଙ୍ଗିବା ଓ ଅନ୍ତର୍ଜାତୀୟ ଆଇନର ଉଲଂଘନ କରିବା ଗମ୍ଭୀର ପରିଣାମ ହେବ। ସେ କହିଛନ୍ତି,ରାଷ୍ଟ୍ରୀୟ ସଂକଳ୍ପର ଆଧାରରେ ଇରାନ ଆମେରିକୀୟ ଆକ୍ରମଣର ଜଜାବ୍ ନଦେଇ ଛାଡିବନି ଓ ତାକୁ ଦାୟୀ କରାଯିବ।
ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ସମାଲୋଚନା କରି ଲାରିଜାନି କହିଛନ୍ତି, ତାଙ୍କର ବୟାନବାଜିରୁ ଏହା ସ୍ପଷ୍ଟ ହୋଇଛି ଯେ,ଇରାନ ବିରୋଧରେ ଆମେରିକାର ବ୍ୟାପକ ରଣନୀତି ବିଫଳ ରହିଛି। ଆମେରିକାର ମୁଖ୍ୟ ଉଦେଶ୍ୟ ହେଉଛ ଇରାନ ଶାସନ ବ୍ୟବସ୍ଥାକୁ ଦୁର୍ବଳ କରିବା ଓ ରାଷ୍ଟ୍ରୀୟ ଏକତାକୁ ଭାଙ୍ଗିବାର ଥିଲା, କିନ୍ତୁ ଏହି ଲକ୍ଷ୍ୟ ହାସଲ ହୋଇ ପାରିନଥିଲା। ଇରାନ ଦାବି କହିଛି ଯେ, ଦକ୍ଷିଣରେ ଥିବା ଏକ ଆମେରିକୀୟ ସେନା ଆଡ୍ଡା ଉପରକୁ ଆମିସାଇଲ ମାଡ଼ କରିଛୁ। ସେଣ୍ଟ୍ରାଲ ହେଡକ୍ବାଟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ନେଲ ଇବ୍ରାହିମ୍ ଜୋଲଫକାରୀ ଶନିବାର କହିଛନ୍ତି,ଏହି କାର୍ଯ୍ୟାନୁଷ୍ଠାନ ଆମେରିକାର ନୌସେନାର ବହରିନ୍ ସ୍ଥିତ ନାଭାଲ ସପୋର୍ଟ ଆକ୍ଟିଭିଟି ବହରିନ୍ ଆଡ୍ଡାରେ କଥିତ ଆକ୍ରମଣ ପରେ କରାଯାଇଛି। ଏହି ଆଡ୍ଡା ଆମେରିକା ନୌସେନାର କେନ୍ଦ୍ରୀୟ କମାଣ୍ଡ ଓ ପଞ୍ଚମ ୟୁନିଟର ମୁଖ୍ୟାଳୟ ଥିଲା।