ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରରେ ଶୀତଳ ଷଷ୍ଠୀ ଓ ଶିବ ପାର୍ବତୀ ବିବାହ, ଉତ୍ସବ ମୁଖର ସହର

Published By : Gurupada Nath | May 31, 2025 10:24 PM

ମାଲକାନଗିରି, ୩୧/୫ : ଆଜି ସମଗ୍ର ଜିଲ୍ଲାର ବିଭିନ୍ନ ଶୈବ ପିଠ ଓ ଜଗନ୍ନାଥ ମନ୍ଦିର ଗୁଡିକରେ ଶୀତଳ ଷଷ୍ଠୀ ଓ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମ ହୋଇଛି। ସେଥି ନିମନ୍ତେ ଆଜି ଉତ୍ସବ ମୁଖର ହୋଇ ଉଠିଛି ମାଲକାନଗିରି ସହର।  ଆଜି ମାଲକାନଗିରି ତଳସାହି ସ୍ଥ ଶ୍ରୀ ନିଳକଣ୍ଠେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶିବପାର୍ବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ କନ୍ୟାପିତା ଭାବେ ରାଜେନ୍ଦ୍ର କୋଠିଆ ଓ ମାତା ଭାବେ ସଞ୍ଜୁଲତା କୋଠିଆ, ବର ପିତା ଭାବେ ସତୀଶ କୁମାର ଚୌଧୁରୀ ଓ ମାତା ଭାବେ ସନ୍ଧ୍ୟାରାଣୀ ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପନ କରିଥିଲେ । 

ଶିବଙ୍କୁ ସୁସଜିତ ବିମାନରେ ସହର ପରିକ୍ରମା କରାଯାଇ  ଜଗନ୍ନାଥ ମନ୍ଦିରଠାରୁ ତଳସାହି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରକୁ ନିଆଯାଇ ରୀତିନୀତି ଅନୁସାରେ ମା’ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ସମ୍ପନ ହୋଇଥିଲା।ଶତାଧିକ ଭକ୍ତ ଓ ବର ଯାତ୍ରୀ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ । ସହରର ଲୋକେ ମାଙ୍ଗଳି ଳିକ ଉତ୍ସବରେ ସପରିବାର ଯୋଗଦାନ କରି ନବବିବାହିତ ଦେବ ଦଂପତ୍ତିଙ୍କଠାରୁ ଅପାର କରୁଣା ସହ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ,ଶୀତଳ ଷଷ୍ଠୀ ଯାତ୍ରା କମିଟି ଓ ପୂଜା କମିଟି ପକ୍ଷରୁ ସମସ୍ତ ଭକ୍ତ ଙ୍କ ପାଇଁ ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.