ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଗାଁ କୁ ନାହିଁ ରାସ୍ତା; ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

Published By : Bijay Swain | July 4, 2025 8:26 PM

ବାଲିକୁଦା,୪/୭: ଗାଁ କୁ ନାହିଁ ରାସ୍ତା । ଆସି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୋହି ରୋଗୀଙ୍କୁ ଆଣିବାକୁ ପଡ଼ିଲା । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ। ଖୋଦ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତ ମିଞ୍ଜାପଡାରେ ଦେଖିବାକୁ ମିଳିଛି କିଛି ଏମିତି ଘଟଣା। ଯେଉଁଠି ଦୀର୍ଘ ଦୁଇ କିମି ପର୍ଯ୍ୟନ୍ତ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ବୋହି ନେଉଥିବା ଦେଖା ଯାଇଛି। 

ସୂଚନା ମୁତାବକ, ଗାଁର କାହ୍ନୁ ସାହୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବାରୁ ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇଯାଇଥିଲା। ଏଣୁ ତାଙ୍କୁ ଶୁକ୍ରବାର ଅପରାହ୍ନରେ ମେଡ଼ିକାଲ ପର୍ଯ୍ୟନ୍ତ ନେବାକୁ ପଡ଼ିବାରୁ ୧୦୮ ଆମ୍ବୁଲାନ୍ସର ସହାୟତା ଲୋଡ଼ା ଯାଇଥିଲା। ଆମ୍ବୁଲାନ୍ସ ଆସିଲା, ମାତ୍ର ରାସ୍ତାର ଏଭଳି ଅବସ୍ଥା ପାଇଁ ଗାଁ ମୁଣ୍ଡରେ ଅଟକି ରହିଥିଲା। ପରେ ସମ୍ପର୍କିୟ ମାନେ କାହ୍ନୁଙ୍କୁ ଷ୍ଟ୍ରେଚରରେ ଦୀର୍ଘ ୨ କିମି ବୋହିନେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ।

ସରକାର ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ଜାରି ରଖିଥିବା ବେଳେ ଜିଲ୍ଲା ସଦର ମହକୁମାଠୁ ମାତ୍ର କେଇ କିଲୋମିଟର ଦୁରରେ ଅବସ୍ଥିତ ଗାଁର ଅବସ୍ଥା କିପରି ସ୍ଥାନୀୟ ପ୍ରଶାସନର ନଜରରେ ପଡୁନାହିଁ ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି। ତେବେ ଯଥାଶୀଘ୍ର ସମ୍ଭବ ଏହି ଖରାପ ରାସ୍ତା କାମ ହେଲେ ଲୋକଙ୍କ ଦୁଃଖ ଲାଘବ ହେବ ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.