PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆଜି ଇସ୍ତଫା ଦେବେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ତେରେସା ମେ’

ଲଣ୍ଡନ୍‌ ୭ା୬: ଶୁକ୍ରବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ତେରେସା ମେ’ ଆନୁଷ୍ଠାନିକ ଭାବେ ତାଙ୍କ ପଦବୀରୁ
ଦେବେ ଇସ୍ତଫା । ତାଙ୍କର ଉତ୍ତରାଧିକାରୀ ଭାବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେଥିପାଇଁ ଔପଚାରିକତା ଆରମ୍ଭ ହୋଇଛି।

ଗତ ମାସରେ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରୁ ଚାଲିଯିବା ଲାଗି ସମୟନିର୍ଘଣ୍ଟ ପ୍ରସ୍ତୁତ କରି ସାରିବା ପରେ ଆନୁଷ୍ଠାନିକ ଭାବେ ମେ’ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯିବେ। ଏହା ପରେ ସୋମବାର ଠାରୁ କଞ୍ଜର୍‌ଭେଟିଭ୍‌ ପାର୍ଟିରେ ନେତୃତ୍ୱ ପାଇଁ ତତ୍ପରତା ପ୍ରକାଶ ପାଇବ। ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦୌଡ଼ରେ ୧୧ ଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି। ଦୌଡ଼ର ସର୍ବଗ୍ରେ ରହିଛନ୍ତି ପୂର୍ବତନ ବୈଦେଶିକ ସଚିବ ବୋରିସ୍‌ ଜନ୍‌ସନ୍‌।

ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ପାହାଚରେ ଭାଷଣ ଦେଇ ମେ’ କହିଲେ, ବ୍ରେକ୍ସିଟ୍‌ ଡେଲିଭର୍‌ କରିବାକୁ ଅସମର୍ଥ ହେବାର ଗଭୀର ଦୁଃଖ ମୋ ମଧ୍ୟରେ ଅଛି ଏବଂ ସବୁବେଳେ ରହିବ। ରେଫେରାଣ୍ଡମ୍‌ର୍‌ ଫଳାଫଳକୁ ସମ୍ମାନ ଜଣାଇବାକୁ ଉପାୟ କରିବାର ଦାୟିତ୍ୱ ମୋ ଉତ୍ତରାଧିକାରୀଙ୍କର।

ଜୁନ୍‌ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମେ’ ଇସ୍ତଫା ଦେଲେ ବି ଏହାର ଅର୍ଥ ନୁହେଁ ସେ ତୁରନ୍ତ ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ଛାଡ଼ି ଦେବେ। କଞ୍ଜର୍‌ଭେଟିଭ୍‌ ପାର୍ଟିରୁ କେହି ନୂତନ ପ୍ରଧାନମନ୍ତ୍ରୀ ହେବା ଯାଏଁ ଟୋରି ନେତ୍ରୀ ମେ’ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧିତ ଖବର