ନୂଆଦିଲ୍ଲୀ, ୦୮/୧୨: ମହିଳାଟିଏ ଆଜିର ଦିନରେ ଘର କାମ କରିବା ଠାରୁ ସମସ୍ତ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ନିର୍ବାହ କରୁଛି । ଆଧୁନିକତାର ଯୁଗରେ ମହିଳାମାନେ ସମସ୍ତ ବନ୍ଧନକୁ ପାର୍‌ କରି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି ।କ୍ରୀଡା କ୍ଷେତ୍ରରେ ମଧ୍ୟ  ମହିଳା ଦୁନିଆ ସାମ୍ନାରେ ନିଜକୁ କରିଛନ୍ତି ପ୍ରମାଣିତ । ଘରୋଇ ଖେଳରୁ ଆଗକୁ ବଢିବା ସହ ବିଶ୍ବତମାମ ପୁରୁଷଙ୍କ ଉପସ୍ଥିତିକୁ ଦେଉଛନ୍ତି ଟକ୍କର। ପ୍ରତ୍ୟେକ ଖେଳରେ  କରୁଛନ୍ତି ଅଂଶଗ୍ରହଣ। ତେବେ ଆଜି ଆମେ ଏମିତି କିଛି ସୁନ୍ଦର ଓ ପ୍ରଭାବଶାଳୀ ମହିଳା ଆଥ୍‌ଲେଟ୍‌ସଙ୍କ ବିଷୟରେ ଜାଣିବା ଯେଉଁମାନେ ଖେଳ ଉପରେ ପ୍ରାଧାନ୍ୟ ଦେବା ଠାରୁ ଆରମ୍ଭ କରି ମାଗାଜିନ କଭର ପର୍ଯ୍ୟନ୍ତ, ସେମାନେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି  ।  

୧.ଲୋଲୋ ଜୋନ୍ସ:ଆମେରିକାର ଲୋଲୋ ଜୋନ୍ସ ଜଣେ ଏଭଳି ଆଥଲେଟ୍ ଯିଏ ଉଭୟ ଗ୍ରୀଷ୍ମ ଏବଂ ଶୀତକାଳୀନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି।  ଟ୍ରାକ୍ ,ଫିଲ୍ଡ ଏବଂ ବବ୍ସଲେଡିଂରେ ସେ ଉତ୍କର୍ଷ ।  ସେ ତାଙ୍କର ଖେଳ,ଫିଟନେସ ପାଇଁ  ସାରା ବିଶ୍ୱରେ ପ୍ରଶଂସିତ ।  | ଲୋଲୋ ନିଜର ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା। ପ୍ରାୟତଃ  ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କ ସହିତ ଯୋଗାଯୋଗରେ ରୁହୁନ୍ତି ।

୨.ସିଡନୀ ଲେରୁକ୍ସ: ସିଡନୀ ଲେରୁକ୍ସ କେବଳ ଜଣେ ଦକ୍ଷ ଷ୍ଟ୍ରାଇକର ନୁହଁନ୍ତି ବରଂ ଦୁନିଆର ସବୁଠାରୁ ଫ୍ୟାଶନେବଲ୍ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ । ତାଙ୍କର ଉଜ୍ଜ୍ୱଳ ହସ ଏବଂ ଆଥଲେଟିକ୍ ଫିଜିକ୍ ସହିତ ସେ ନିଜ କ୍ୟାରିଅରରେ ସଫଳତା ହାସଲ କରିଛନ୍ତି । ୨୦୧୨ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲେ ସିଡନୀ । 

୩.ଜାକାବୋସ୍ ଜୁସୁସାନ୍ନା: ଜାକାବୋସ୍  କେବଳ ଅଲିମ୍ପିଆନ୍ ନୁହଁନ୍ତି କ୍ରୀଡା ଜଗତରେ ଏକ ଫ୍ୟାଶନ୍ ଆଇକନ୍ ମଧ୍ୟ । ତାଙ୍କର ଲମ୍ବା କେଶ ଏବଂ  ହସ ପାଇଁ ସେ ଜଣାଶୁଣା। ଜାକାବୋସ୍ ଏକାଧିକ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ଫ୍ରିଷ୍ଟାଇଲ୍ ଏବଂ ମେଡଲି ଇଭେଣ୍ଟରେ ଉତ୍କର୍ଷ । ସେ ଜଣେ ସନ୍ତରଣକାରୀ ହୋଇଥିବା ବେଳେ ତାଙ୍କର ଫଟୋଜେନିକ୍ ଲୁକ୍ ତାଙ୍କୁ ପତ୍ରିକା ଫିଚରର ଦେଖିବାକୁ ମିଳିଛି। ସେ ସୁନ୍ଦର ସହ ଭଲ ଆଥଲେଟ୍‌ସ ହୋଇଥିବା ବେଳେ ସେ ପରୋପକାରୀ ମଧ୍ୟ।

୪. ଆଲେକ୍ସ ମୋର୍ଗାନ୍:  ଶ୍ରେଷ୍ଠ ମହିଳା ଫୁଟବଲର ତାଲିକାରେ ଆଗରେ ଅଛନ୍ତି ଆଲେକ୍ସ ମୋର୍ଗାନ। ଆଥଲେଟିକ୍ସ ଏବଂ ସୌନ୍ଦର୍ଯ୍ୟ ପାଇଁ ସେ ବିଶ୍ବବ୍ୟାପି ପରିଚିତ । ସେ  ଦୁଇଥର ଫିଫା ମହିଳା ବିଶ୍ୱକପ୍ ଚାମ୍ପିଅନ୍ ହୋଇଛନ୍ତି ।  ସେ ନିଜର ଦକ୍ଷତା ଏବଂ ନିଷ୍ଠା ପାଇଁ ଜଣାଶୁଣା । ଫୁଟବଲରେ ତାଙ୍କର ସଫଳତା ସହ ତାଙ୍କ ଫିଟନେସ ଆଉ ସୁନ୍ଦରତା ପାଇଁ ସେ ଅନେକ ମଡେଲିଂ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । 

୫.ଆଲିସନ୍ ଷ୍ଟୋକ୍: ଆଲିସନ୍  ଷ୍ଟୋକ୍ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଆଥଲେଟିକ୍ ଯୋଗୁଁ ପରିଚିତ। ଜଣେ ଦକ୍ଷ ପୋଲ ଭାଲ୍ଟର ଭାବରେ ସେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ସେ ଜଣେ ଭଲ ଆଥଲେଟିକ୍ସ ବ୍ୟତୀତ ଆଲିସନ୍ ଏକ ଫିଟନେସ୍ ମଡେଲ୍ ଭାବରେ  ଶୀର୍ଷ କ୍ରୀଡା ବ୍ରାଣ୍ଡଗୁଡିକ ସହିତ କାର୍ଯ୍ୟ କରିଛନ୍ତି । ଆଥଲେଟିକ୍ କୌଶଳ, ମନୋବଳ ଏବଂ ଚରିତ୍ର ଯୋଗୁଁ  ସେ ସଭିଙ୍କ ପ୍ରିୟ ହୋଇପାରିଛନ୍ତି । 

୬. ଇଉଜେନି ବୁଚାର୍ଡ: ଇଉଜେନି ବୁଚାର୍ଡ କେବଳ ଟେନିସ ଖେଳ  ପାଇଁ ନୁହେଁ ବରଂ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ପରିଚିତ । ତାଙ୍କର କେଶ ଏବଂ ଗୋରା ପାଇଁ ତାଙ୍କୁ ସବୁବେଳେ ପତ୍ରିକାର ପ୍ରମ ପୃଷ୍ଠାରେ ମଡେଲ ଭାବେ ଦେଖିବାକୁ ମିଳେ । ବୁଚାର୍ଡ ୨୦୧୪ ରେ ୱିମ୍ବଲଡନ୍ ଫାଇନାଲରେ ପହଞ୍ଚିଥିବା ବେଳେ ସେ ତାଙ୍କୁ କାନାଡାର ଅନ୍ୟତମ ପ୍ରସିଦ୍ଧ ଟେନିସ୍ ଖେଳାଳି ଭାବରେ ପରିଚିତ ହୋଇଥିଲେ ।   ସେ ତାଙ୍କ କଠିନ ପରିଶ୍ରମ ପାଇଁ ସଫଳତା ହାସିଲ କରିଛନ୍ତି ।

୭. ସିମୋନ ବିଲେସ୍: ସିମୋନ ବିଲେସ୍ ସବୁବେଳେ ସର୍ବଶ୍ରେଷ୍ଠ ଜିମ୍ନାଷ୍ଟିକ ଭାବରେ ପରିଗଣିତ। କିନ୍ତୁ ତାଙ୍କର  ହସ ଏବଂ ଶକ୍ତିଶାଳୀ ଫିଜିକ୍ ସେ ମୈଦାନ ବାହାରେ ବି ଆକର୍ଷିତ ହୋଇଥାନ୍ତି |  ସିମୋନଙ୍କ ଆତ୍ମବିଶ୍ୱାସ ଏବଂ  ଚେଷ୍ଟା ଯୋଗୁଁ ତାଙ୍କୁ ଅସଂଖ୍ୟ ପତ୍ରିକା କଭରରେ ଦେଖିବାକୁ ମିଳିଛି।  ଏଥିରୁ ପ୍ରମାଣ ହୋଇଛି ଯେ ସୌନ୍ଦର୍ଯ୍ୟ ସବୁ ପ୍ରକାରରେ ଥାଏ। ସେହିପରି ଅଲି ରେଜମାନ ମଧ୍ୟ  ଜିମ୍ନାଷ୍ଟିକରେ ସ୍ବର୍ଣ୍ଣପଦକ ହାସଲ କରିବା ସହ ବିଶ୍ବପ୍ରଶଂସାର ପାତ୍ର ହୋଇପାରିଛନ୍ତି । 

୮.ଡ଼ାରିଆ କ୍ଲିସିନା: ଡ଼ାରିଆ  କ୍ଲିସିନା ଜଣେ ଶ୍ରେଷ୍ଠ ଲଙ୍ଗ ଜମ୍ପର ଭାବେ ପରିଚିତ । ତାଙ୍କର ଚମତ୍କାର ସ୍ୱର୍ଣ୍ଣ କେଶ ଏବଂ ଫିଟନେସ ପାଇଁ ସେ  ଫିଲ୍ଡର ଫଟୋଗ୍ରାଫ୍ ଆଥଲେଟ୍ ଭାବରେ ମଧ୍ୟ ପରିଚିତ ।  ସେ ଏକାଧିକ ଥର ଆନ୍ତର୍ଜାତୀୟ ପଦକ ସହିତ ନିଜର ଦକ୍ଷତା ପ୍ରମାଣ କରିଛନ୍ତି।