ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଷ୍ଟିଅରିଂ ଛାଡ ଆନ୍ଦୋଳନର ୩ୟ ଦିନ, ପୁଲିସ ସୁରକ୍ଷା ବଳୟରେ ଯାଉଛି ତେଲ ଟ୍ୟାଙ୍କର

Published By : Harapriya Sethi | July 10, 2025 2:03 PM

ପାରାଦୀପ,୧୦/୦୭: ଓଡିଶା ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନର ୩ୟ ଦିନ । ତେଲ ପାଇଁ ହାହାକାର ପଡ଼ିଯାଇଛି। ଡ୍ରାଇଭର ମହାସଂଘ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଚାଲିଥିବା ବେଳେ ଗୁରୁବାର ପୁଲିସ ସୁରକ୍ଷା ବଳୟରେ ପାରାଦୀପର ବିଭିନ୍ନ ତେଲ ଡିପୋରୁ ଯାଉଛି ତେଲ। 

ପାରାଦୀପରେ ଭାରତ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମର ଡିପୋ ରହିଛି । ଏହି ପେଟ୍ରୋଲିୟମ ଡିପୋରୁ ପୁଲିସ ସୁରକ୍ଷା ବଳୟରେ ଆଦର୍ଶ ଥାନା ପୁଲିସ ସହାୟତାରେ ଲକ୍ ଥାନା ପର୍ଯ୍ୟନ୍ତ, ଲକ୍ ଥାନା ପୁଲିସ ଭୂତୁମୁଣ୍ଡାଇରେ ମାର୍ଶାଘାଇ ଓ କୁଜଙ୍ଗ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ଦଶ ଚକିଆ ତେଲ ଟ୍ୟାଙ୍କରରେ ୨୦ ହଜାର ଲିଟର, ୬ ଚକିଆରେ ୧୨ ହଜାର ଲିଟର, ୬ ଚକିଆ ନୂଆ ମଡେଲରେ ୧୪ ହଜାର ଲିଟର, ୧୨ ଚକିଆ ଟେଲ ଟ୍ୟାଙ୍କରରେ ୨୯ ହଜାର ଲିଟର ତେଲ ଯାଉଛି । ଓଡିଶାର କଟକ, ଭୁବନେଶ୍ୱର, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ଫୁଲବାଣୀ ଯାଇଥିବା ସୂଚନା ମିଳିଛି। ଅପରାହ୍ଣ ୧ ଟା ମଧ୍ୟରେ ଭାରତ ପେଟ୍ରୋଲିୟମ ତେଲ ଡିପୋରୁ ୪୦ ଟି ତେଲ ଟ୍ୟାଙ୍କର ସମେତ ମୋଟ ତିନୋଟି ତେଲ ଡିପୋରୁ ୧୦୦ଟି ଟ୍ୟାଙ୍କର ପୁଲିସ ସୁରକ୍ଷା ବଳୟରେ ଯାଇଥିବା ଆଦର୍ଶ ଥାନା ଅଧିକାରି କାବୁଲି ବାରିକ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.