ଭୁବନେଶ୍ୱର,୧୭/୦୧: ଆସନ୍ତା ରବିବାର ବିଏମ୍‌ସିର  ଶେଷ ପଥ ଉତ୍ସବ ଅନୁଷ୍ଠିତ  ହେବ । ଶିଖରଚଣ୍ଡୀ ପାଦଦେଶରୁ ଇନ୍‌ଫୋସିଟି ପର୍ଯ୍ୟନ୍ତ ରାସ୍ତା  ଦୁଲୁକିବ । ଏ ନେଇ ବିଏମ୍‌ସି  ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି । ତା  ପୂର୍ବରୁ ବିଏମ୍‌ସି ଉତ୍ତର ଜୋନ୍‌ରେ  ୱାକାଥନ୍‌ ମାଧ୍ୟମରେ ଲୋକଙ୍କୁ  ଯୋଗ ଦେବାକୁ ବିଏମ୍‌ସି ପକ୍ଷରୁ  ନିବେଦନ କରାଯାଇଛି । ପଥ  ଉତ୍ସବରେ ସ୍ଥାନୀୟ ପ୍ରତିଭାକୁ  ଗୁରୁତ୍ୱ ଦିଆଯିବ । ଯେଉଁମାନେ  ଭୁବନେଶ୍ୱର ଗଟ୍‌ ଟ୍ୟାଲେଣ୍ଟରେ  ଯୋଗ ଦେବା ପାଇଁ ଚାହୁଁଛନ୍ତି  ସେମାନେ ଆଗୁଆ ବିଏମ୍‌ସିରେ  ରେଜିଷ୍ଟ୍ରେସନ କରିବାକୁ କୁହାଯାଇଛି ।  ଚଳିତ ବର୍ଷ ଏକାଧିକ କାର୍ଯ୍ୟକ୍ରମ  କରିବାକୁ ଲକ୍ଷ୍ୟ ରଖାଯାଇଛି ।