PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଏହି ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ, ୧୨୫ ବର୍ଷ ପରେ ପଡୁଛି ମହା ସଂଯୋଗ, ହୋଇପାରେ…

ଜୁଲାଇ ୧୭ ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ। ସାଧାରଣତଃ ଶ୍ରାବଣ ମାସ କହିଲେ ଭଗବାନ ଶିବଙ୍କ ମାସ ବୋଲି କୁହାଯାଇଥାଏ। ଏହି ମାସ​‌ରେ ଭଗବାନ ଶିବଙ୍କୁ ଜଳ ଅଭିଷେକ କରାଯାଇଥାଏ। ଚଳିତ ବର୍ଷ ସୂର୍ଯ୍ୟ ପ୍ରଧାନ ଉତ୍ତରାଷାଢ଼ା ନକ୍ଷେତ୍ରରୁ ଶ୍ରାବଣ ମାସ ଆରମ୍ଭ ହେଉଛି। ଏହି ଦିନ କୁମ୍ଭ ଯୋଗ ମଧ୍ୟ ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ ପଡ଼ୁଥିବା ଅନ୍ୟ ଯୋଗ ସମ୍ପର୍କରେ।

ଶ୍ରାବଣ ମାସରେ ପାଞ୍ଚଟି ମହାଯୋଗର ସଂଯୋଗ ହୋଇଥାଏ। ସେଥିମଧ୍ୟରୁ ନାଗ ପଞ୍ଚମୀ ଅନ୍ୟତମ। ମାସର ପ୍ରଥମ ସୋମବାର ନାଗ ପଞ୍ଚମୀ ପଡ଼ୁଥିବାରୁ ଚନ୍ଦ୍ର ପ୍ରଧାନ ହସ୍ତ ନକ୍ଷେତ୍ର ଏବଂ ତ୍ରିଯୋଗର ସଂଯୋଗ ହେବ। ସର୍ବାର୍ଥ ସିଦ୍ଧି ଯୋଗ ଏବଂ ରବି ଯୋଗ ଅର୍ଥାତ୍ ତ୍ରିଯୋଗର ସଂଯୋଗରେ କାଳ ସର୍ପ ଦୋଷ ନିବାରଣ ପାଇଁ ପୂଜା କରାଯାଇଥାଏ। ଏହା ଦ୍ବାରା ଫଳପ୍ରାପ୍ତି ହୋଇଥାଏ।

ଅଗଷ୍ଟ ୧ ଅର୍ଥାତ୍ ହରିଆଲୀ ଅମାବାସ୍ୟାରେ ପଞ୍ଚ ମହାଯୋଗର ସଂଯୋଗ ହେବ। ଯାହାକି ୧୨୫ ବର୍ଷ ପରେ ପଡ଼ୁଛି। ଏହି ଦିନ ପ୍ରଥମ ସିଦ୍ଧି ଯୋଗ, ଦ୍ବିତୀୟରେ ଶୁଭ ଯୋଗ, ତୃତୀୟରେ ଗୁରୁ ପୁଷ୍ପାମୃତ୍ତ ଯୋଗ, ଚତୁର୍ଥରେ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ପଞ୍ଚମରେ ଅମୃତ ସିଦ୍ଧି ​‌ଯୋଗର ସଂଯୋଗ ରହିଛି। ଏହି ପାଞ୍ଚଟି ସଂଯୋଗରେ କୂଳ ଦେବୀ-ଦେବତା ତଥା ମା ପାର୍ବତୀଙ୍କର ପୂଜା କରିବା ଦ୍ବାରା ମନସ୍କାମନା ପୁରା ହୋଇଥାଏ ବୋଲି କହାଯାଏ।