ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଏଗାର ଫିଲ୍ମରୁ ୨ ହିଟ୍‌, ତଥାପି ଚାହିଦାରେ ବଲିଉଡ୍‌ର ଏହି ଅଭିନେତା

Published By : Krishna Priya | November 22, 2024 7:54 AM

ମୁମ୍ବାଇ ୨୨/୧୧: ହିନ୍ଦୀ ସିନେଶିଳ୍ପରେ ଏଭଳି ଅନେକ କଳାକାର ଅଛନ୍ତି,  ଯେଉଁମାନଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା ଫ୍ଲପ୍‌ ଫିଲ୍ମରୁ । ଯଦିଓ ପରବର୍ତ୍ତୀ ସମୟରେ ଏହି   କଳାକାରମାନେ ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି, ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି । ଅଭିନେତା ଆଦିତ୍ୟ ରୟ କପୁର ଏଭଳି କଳାକାରଙ୍କ ଭିତରୁ ଜଣେ । ଆଦିତ୍ୟ ୧୩ ବର୍ଷର କ୍ୟାରିୟରରେ  ୧୧ ଫିଲ୍ମରେ କାମ କରିଛନ୍ତି । କିନ୍ତୁ  ଏଗୁଡ଼ିକ ଭିତରୁ କେବଳ ଦୁଇଟି ହିଁ  ବକ୍ସ ଅଫିସ୍‌ରେ ସଫଳ ହୋଇପାରିଛି ।  

ଫିଲ୍ମକୁ ଆସିବା ପୂର୍ବରୁ ଆଦିତ୍ୟ ଥିଲେ  ଜଣେ ଭିଡିଓ ଜକି । ଅଜୟ ଦେବଗନ,  ସଲମାନ ଖାନ ଓ ଆସିନ ଷ୍ଟାରର୍‌ ଫିଲ୍ମ ‘ଲଣ୍ଡନ  ଡ୍ରିମ୍‌ସ’ରୁ ଆଦିତ୍ୟ ହିନ୍ଦୀ ସିନେମାରେ ଅଭିନୟ ଆରମ୍ଭ  କଲେ । ଏ ଫିଲ୍ମ ଫ୍ଲପ୍‌ ସାବ୍ୟସ୍ତ ହେଲା । ପରେ ପରେ ସେ ‘ଆକ୍ସନ ରିପ୍ଲେ’ ଓ  ‘ଗୁଜାରିଶ୍‌’ରେ ଦେଖିବାକୁ ମିଳିଲେ । ଏ ଦୁଇଟି ଫିଲ୍ମ ମଧ୍ୟ ବକ୍ସ ଅଫିସ୍‌ରେ ଭଲ  ବ୍ୟବସାୟ କଲା ନାହିଁ । ୨୦୧୩ରେ ମୁକ୍ତିପ୍ରାପ୍ତ ‘ଆଶିକୀ ୨’ ଚଳଚ୍ଚିତ୍ରରୁ ଆଦିତ୍ୟଙ୍କୁ   ସବୁଠୁ ଅଧିକ ପ୍ରସିଦ୍ଧି ମିଳିଲା । ରାତାରାତି ଷ୍ଟାର୍‌ ପାଲଟିଗଲେ ସେ । ସେହି  ବର୍ଷ ରିଲିଜ୍‌ ହୋଇଥିବା ରଣବୀର କପୁର ଓ ଦୀପିକା ପାଦୁକୋନ ଅଭିନୀତ ‘ୟେ  ଜୱାନୀ ହେ ଦିୱାନୀ’ରେ ନଜର ଆସିଲେ ଆଦିତ୍ୟ । ଏହା ଥିଲା ଆଦିତ୍ୟଙ୍କ ଅଭିନୟ  କ୍ୟାରିୟରର ଦ୍ୱିତୀୟ ହିଟ୍‌ ଫିଲ୍ମ । 

ଏହାପରେ ଆଦିତ୍ୟ ‘ଫିତୁର’, ‘ଦାୱତ-ଏ ଇସ୍କ’, ‘ଓକେ ଜାନୁ’, ‘କଲଙ୍କ’, ‘ମଲଙ୍ଗ’, ‘ସଡ଼କ ୨’, ‘ଗୁମରାହ’ ଭଳି କିଛି   ଫିଲ୍ମରେ ଦେଖିବାକୁ ମିଳିଲେ କିନ୍ତୁ ଏ ସମସ୍ତ ସିନେମା ଫ୍ଲପ୍‌ ଥିଲା । ଗତ ଏଗାର ବର୍ଷ  ଭିତରେ ଆଦିତ୍ୟ ଗୋଟିଏ ବି ହିଟ୍‌ ଫିଲ୍ମ ଦେଇନାହାନ୍ତି । ତଥାପି ଆଦିତ୍ୟଙ୍କ ଚାହିଦା   କିମ୍ବା ପାରିଶ୍ରମିକ କମ୍‌ ନୁହେଁ । ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ଆଦିତ୍ୟ ନେଉଛନ୍ତି  ସାତ କୋଟି ଟଙ୍କା । ଆଦିତ୍ୟଙ୍କର ରହିଛି ଆଲିଶାନ ଘର ଓ ଏକାଧିକ ଦାମୀ କାର୍‌ ।   ତାଙ୍କର ନେଟୱର୍ଥ ୮୯ କୋଟି ବୋଲି ଶୁଣିବାକୁ ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.