ଭୁବନେଶ୍ବର, ୨୧।୫ : ଆଇନକୁ ନାହିଁ ଖାତିର। କାର୍ଯ୍ୟାନୁଷ୍ଠାନକୁ ନାହିଁ ଭୟ। କମିସନରେଟ ପୋଲିସକୁ ଆଉ ଡରୁ ନାହାନ୍ତି ଅଭିଯୁକ୍ତ। ରାଜଧାନୀରେ ପିସ୍ତଲ ଧରି ବୁଲୁଛନ୍ତି। ଟିକିଏ ଝଗଡ଼ା ହେଲେ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଉଛନ୍ତି। ନୂଆଗାଁ ପେଟ୍ରୋଲ ପମ୍ପରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ପେଟ୍ରୋଲ ପମ୍ପରେ ଲୋକଙ୍କୁ ବନ୍ଧୁକ ଦେଖାଇ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ। ଏଥିସହ ପିସ୍ତଲ ଓ କାର ପୁଲିସ ଜବତ କରିଛି।

ଏହି ୩ ଯୁବକ ଏକ କାରରେ ନୂଆଗାଁ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଆଗରେ ଥିବା ଦୁଇଟି ଗାଡ଼ିକୁ ଆଗ ତେଲ ପକାଇବାକୁ କହିଥିଲେ। ଯେଉଁଥିପାଇଁ ଲୋକଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ଅଭିଯୁକ୍ତ ଲୋକଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭୟଭୀତ କରାଇଥିଲେ। ଏହି ଘଟଣାରେ ଏବେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

କିନ୍ତୁ ଏହି ଘଟଣା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ? ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି କାଣ୍ଡ କରିବାକୁ କେଉଁଠୁ ମିଳୁଛି ସାହାସ ? ଅଭିଯୁକ୍ତଙ୍କ ପାଖକୁ କେଉଁଠୁ ଆସିଲା ବନ୍ଧୁକ ? ଏତେ ଚେକିଂ ବ୍ଲକିଂ ପରେ ବି କିଭଳି ବନ୍ଧୁକ ଧରି ବୁଲି ପାରୁଛନ୍ତି ଅଭିଯୁକ୍ତ ?

ଆହୁରି ପଢନ୍ତୁ : ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁ ଯୋଗାଇ ଦିଆଯିବ ପାଇପ୍ ଜଳ