ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

‘ଜିନ୍ନତ’ର ପ୍ରେମ କାହାଣୀ; ପୁଅକୁ ଫୁ, ବାପା ପ୍ରେମରେ ଫସିଲା..

Published By : Prameya | July 2, 2025 1:48 PM

ଭୁବନେଶ୍ୱର,୦୨/୦୭: ସ୍ୱତନ୍ତ୍ର  ଏନ୍‌କ୍ଲୋଜରରୁ ମୁକୁଳିବା ପରେ ଯମୁନାଗଡ଼ରେ  ଜିନ୍ନତ ସହ ପ୍ରଥମେ ମହାବଳ ବାଘ ‘ଟି-୩୧’ ର ଭେଟଘାଟ ହେଲା । ମରାଠା ସୁନ୍ଦରୀ  ଚେହେରା ଦେଖି ପ୍ରେମରେ ପଡିଗଲା ଟି-୩୧ । ଢେର ଦିନ ପଛରେ ଗୋଡ଼ାଇଲା ।  ହେଲେ ଏହି ମହାବଳର ଯୌବନକୁ ପସନ୍ଦ  କଲାନି ଜିନ୍ନତ । ଶେଷରେ ହତାଶ ହୋଇ  ଶିମିଳିପାଳର କୋର ଏରିଆକୁ ପଳାଇଲା ଟି-୩୧ ।

ସପ୍ତାହେ ବିତିଗଲା । ପୁଅ ‘ଟି-୩୧’ ଜାଗାରେ ଏଣ୍ଟ୍ରି ମାରିଲା ଶିମିଳିପାଳର ଜଣାଶୁଣା ମେଲାନିଷ୍ଟିକ୍‌  ପ୍ରଜାତିର ମହାବଳ ‘ଟି-୧୨’ । ବୟସ ୧୧ ଟପିବା  ସତ୍ତେ୍ୱ ଟି-୧୨ର ହୃଷ୍ଟପୃଷ୍ଟ ବଳିଷ୍ଠ ଚେହେରା  ସାଢ଼େ ୩ ବର୍ଷୀୟା ଚୁଲବୁଲି ଜିନ୍ନତକୁ ବେଶ୍‌  ଆକୃଷ୍ଟ କଲା । ଦୁହେଁ ଢେର୍‌ କିଛି ଦିନ ଜଙ୍ଗଲରେ  ଏକାଠି ଘୁରି ବୁଲିଲେ । ପୁଅକୁ ଛାଡି ବାପା ପ୍ରେମର  ଫସିଲା ଜିନ୍ନତ । ଆଉ ଏହି ମରାଠା ବାଘୁଣୀ  ଆସନ୍ତା ସେପ୍ଟେମ୍ବରରେ ମା’ ହେବାକୁ ଯାଉଛି । 

ବାଘୁଣୀର ଗର୍ଭବତୀ ଖବର ପରେ  ଦେଖାଶୁଣା ପାଇଁ ଯତ୍ନଶୀଳ ହୋଇଉଠିଛି ବନ  ବିଭାଗ । ପ୍ରତି ମୁହୂର୍ତ୍ତର ଗତିବିଧି ଉପରେ ନିରନ୍ତର  ନଜର ରଖାଯାଉଛି । ଟି-୧୨ର ପ୍ରାୟ ୮ରୁ ଅଧିକ  ଛୁଆ ଶିମିଳିପାଳ ଜଙ୍ଗଲରେ ବୁଲୁଛନ୍ତି । ଟି-୩୧  ହେଉଛି ଏହି ହୃଷ୍ଟପୃଷ୍ଟ ମହାବଳର ପ୍ରଥମ ପିଲା ।  ବୟସ ୬ ଟପିଯିବ । ପୁଅକୁ ଛାଡି ବାପା ପ୍ରେମରେ  ଜିନ୍ନତ ଫସିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ  କହିବା ମୁତାବକ, ଏପ୍ରିଲ ମାସ ଅଧାରେ  ଯମୁନାଗଡ଼ସ୍ଥିତ ଏନ୍‌କ୍ଲୋଜରରୁ ମୁକୁଳିଥିଲା  ଜିନ୍ନତ । ତା’ ବେକରେ ଏକ ସ୍ୱତନ୍ତ୍ର ରେଡିଓ  କଲାର ବନ୍ଧାଯାଇଥିଲା । ଏହି ରେଡିଓ  କଲାରରେ ସାଟେଲାଇଟ୍‌ ଟ୍ରାକିଂ ସହ ଏକ  ମିନି ଭିଏଚ୍‌ଏଫ୍‌ ମେସିନ୍‌ ଖଞ୍ଜାଯାଇଛି ।  

ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ବେଳେ  ବେଳେ ସାଟେଲାଇଟ୍‌ ସିଗନାଲ ମିଳିନଥାଏ ।  ସେତେବେଳେ ବାଘୁଣୀର ଠିକଣା ଜଣାପଡୁନାହିଁ ।  ଭିଏଚ୍‌ଏଫ୍‌ରେ ଜିନ୍ନତର ଗିତିବିଧି ଉପରେ ନଜର  ରଖାଯାଉଛି । ଅତି ବେଶିରେ ୧ କିମି ବର୍ଗ କିମି  ଯାଏଁ ଭିଏଚ୍‌ଏଫ୍‌ ସିଗନାଲ୍‌ ଦେଇଥାଏ । ସେଥିପାଇଁ  ବନ ବିଭାଗର ଗୋଟିଏ ଟିମ୍‌ ଅତି ନିକଟରୁ ଜିନ୍ନତ  ଉପରେ ନଜର ରଖୁଛି । ଭିଏଚ୍‌ଏଫ୍‌ ସିଗନାଲ୍‌କୁ  ଟ୍ରାକ୍‌ ପାଇଁ ୧ କିମି ପଛରେ ହିଁ ଜଗି ରହୁଛି ।  ଜିନ୍ନତର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବାକୁ ଏକ  ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି । ଜିନ୍ନତ  ଯମୁନାଗଡ଼ଠାରୁ ଗୁଡୁଗୁଡି଼ଆ ଜଙ୍ଗଲରେ ହିଁ  ଘୁରି ବୁଲୁଛି । ଭୋକ ମେଣ୍ଟାଇବା ପାଇଁ ହରିଣ,  ବାରହା ଶିକାର କରୁଛି । ବର୍ତ୍ତମାନ ବାଘୁଣୀର  ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବନ ବିଭାଗ ସୂଚାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.