ବ୍ରହ୍ମପୁର,୧୧।୧୧ : ଚିକିଟି - ଦିଗପହଣ୍ଡି ରାସ୍ତା ଜକର ନିକଟରେ ବାଘର ପାଦ ଚି଼ହ୍ନ ଠାବ ହୋଇଛି। ବାଘ ପାଦ ଚି଼ହ୍ନ ଠାବ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ବାଘ ପାଦ ଚିହ୍ନ ଦେଖିବାକୁ ଲୋକଙ୍କ ଗହଳି ଲାଗି ରହିଛି।
ଗତ କିଛି ଦିନ ହେଲା ବାଘ ଚିକିଟି, ଦିଗପହଣ୍ଡି ଅଞ୍ଚଳରେ ବୁଲୁଥୁବା ଅନୁମାନ କରିଛି ବନ ବିଭାଗ । ବିଭିନ୍ନ ସ୍ଥାନରେ ବାଘର ପାଦ ଚି଼ହ୍ନକୁ ବନ ବିଭାଗ ଠାବ କରୁଛି। ଏ ପର୍ଯ୍ୟନ୍ତ ବାଘକୁ ଠାବ କରିପାରି ନାହିଁ ବନ ବିଭାଗ। କେବଳ ଲୋକଙ୍କୁ ସଚେତନ କରି ଭୟଭୀତ ନହେବାକୁ ବନ ବିଭାଗ ପରାମର୍ଶ ଦେଉଛି ।