ତିଗିରିଆ, ୧୦।୬ : କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ବେଆଇନ ବାଲି ଚାଲାଣ ବେଳେ ଚଢାଉ। ମଙ୍ଗଳବାର ସକାଳେ ତିଗିରିଆ ତହସିଲଦାର ଗଦାଧରପୁର ଛକରେ ଚଢାଉ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଥାନାକୁ ଆଣିଛନ୍ତି। ଜରିମାନା ଆଦାୟ ପରେ ଟ୍ରାକ୍ଟରଟିକୁ ଛଡାଯିବ ବୋଲି କହିଛନ୍ତି। 

ତିଗିରିଆ ଅଞ୍ଚଳରେ ପ୍ରତିଦିନ ଟ୍ରକ୍ ଏବଂ ଟ୍ରାକ୍ଟର ଯୋଗେ ମହାନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ସକାଳେ ତିଗିରିଆ ତହସିଲଦାର ଗଦାଧରପୁର ଛକରେ ଚଢାଉ କରିଥିଲେ। ଏହି ସମୟରେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଡ୍ରାଇଭରଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ତହସିଲଦାର ଟ୍ରାକ୍ଟରଟିକୁ ଜବତ କରି ଥାନାକୁ ଆଣିଛନ୍ତି। ଜରିମାନା ଆଦାୟ ପରେ ଟ୍ରାକ୍ଟରଟିକୁ ଛଡାଯିବ ବୋଲି କହିଛନ୍ତି।