PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଗୁଜରାଟ କ୍ରାଇମବ୍ରାଞ୍ଚର ପିଏସଆଇଙ୍କ ଟିକଟକ୍ ଭିଡିଓ ଭାଇରାଲ

ବଡୋଦରା,୨୬।୭: ମହେସଣାର ଲାଙ୍ଘଣଜ ଥାନାରେ ଟିକଟକ୍ ଭିଡିଓ  ତିଆରି କରିଥିବା କନଷ୍ଟେବଳର ଅର୍ପିତା ଚୌଧୁରୀ ସସପେଣ୍ଡ ହେବା ଘଟଣାର ଗୋଟେ ଦିନ ହୋଇନଥିବା ବେଳେ ଆଉ ଜଣେ ପୋଲିସ ଅଧିକାରୀଙ୍କ ଟିକଟକ ଭିଡିଓ ଭାଇରାଲ ହୋଇଛି। ଏହି ପୋଲିସ କର୍ମଚାରୀ ଜଣକ ହେଳେ ପିଏସ୍ଆଇ ଅରୁଣ ମିଶ୍ର। ସେ ନିଜର ଏକ ଟିକଟକ୍ ଭିଡିଓ ତିଆରି କରିଥିଲେ। ୟୁନିଫର୍ମରେ ଥିବା ବେଳେ ସେ ନିଜର ଏକ ଟିକଟକ୍ ଭିଡିଓ ତିଆରି କରିଥିଲେ। ଏବେ ଏହି ଭିଡିଓଟି ଭାଇରାଲ ହେବାପରେ ସେ ତାଙ୍କର ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି। କୁହାଯାଉଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ପିଏସଆଇ ଜଣକଙ୍କର ଏହି ଭିଡିଓରେ ଦେଖିପାରିବେ ସେ  କିଭଳି ‘ଦୋ ନୈନ ସିତାରେ ହୈ ଚାନ୍ଦ ସା ମୁଖଡା, କ୍ୟା କେହେନା ଉସକା ଆଫରିନ…’ ଗୀତ ସହିତ ଫିଲ୍ମ ହିରୋଙ୍କ ଭଳି ଆକ୍ଟିଂ କରୁଛନ୍ତି। ପ୍ରାୟ ଦେଢ ବର୍ଷ ପୂର୍ବରୁ ଅରୁଣ ମିଶ୍ରଙ୍କ ପୋଷ୍ଟିଂ ସିଟି ପୋଳିସ ଥାନାରେ ହୋଇଥିଲା। ସେବେ ସେ ଅଫିସରେ ବସି ନିଜର ୟୁନିଫର୍ମରେ ଏହି ଭିଡିଓ ତିଆରି କରିଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଡିସିସି ଜୟଦୀପସିଂହ ଜାଡେଜାଙ୍କ କହିବା ଅନୁସାରେ, ସମସ୍ତ ପୋଲିସ ଅଧିକାରୀଙ୍କ ପାଇଁ ଡିସିପ୍ଳିନର ସହିତ ୟୁନିଫର୍ମର ସମ୍ମାନ କରିବା ଦରକାର। କାରଣ ପିଏସଆଇ ଅରୁଣ ମିଶ୍ରଙ୍କ ଭିଡିଓ ଦେଢବର୍ଷ ପୂର୍ବ ପୁରୁଣା। ଅନ୍ୟପକ୍ଷେ ପୋଲିସ କମିଶନର ଅନୁପମା ସିଂ ଗହଲୋତ ସହର ବାହାରକୁ ଯାଇଥିବା ବେଳେ ସେ ଫେରିବା ପରେ ଏନେଇ ଚର୍ଚ୍ଚା ହେବ ସ ପରେ ପିଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଲୋକଙ୍କ କହିବା ଅନୁସାରେ, ଟିକଟକରେ ଭିଡିଓ ତିଆରି କରି ପିଏସଆଇ କୌଣସି ଅପରାଧ କରିନାହାନ୍ତି। ସେ ତାଙ୍କର କର୍ତ୍ତବ୍ୟରେ କେବେ କୌଣସି ପ୍ରକାର ଅବହେଳା କରିନାହାନ୍ତି। କର୍ତ୍ତବ୍ୟ ସମୟରେ ମଧ୍ୟ ପୋଲିସ କର୍ମଚାରୀ ସାଧାରଣ ଲୋକଙ୍କ ଭଳି ହୋଇଥାନ୍ତି, ତାଙ୍କ ଠାରୁ ତାଙ୍କର ଅଧିକାର ଛଡାଇ ହେବ ନାହିଁ। ସାଧାରଣ ଲୋକଙ୍କ ଭଳି ତାଙ୍କୁ ମଧ୍ୟ ସୋସିଆଲ ମିଡିଆର ଆନନ୍ଦ ନେବାର ଅଧିକାର ରହିଛି। ସୋସିଆଲ ମିଡିଆରେ ବ୍ୟବହାର ନେଇ ପୋଲିସ କର୍ମଚାରୀଙ୍କ ଉପରେ କଟକଣା ଲଗାଇବା ଅନ୍ୟାୟ ହେବ।