ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଟିଏମସି ନେତ୍ରୀ ସାୟାନୀ ଘୋଷ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । କେତେବେଳେ ସଂସଦରେ ଶାଣିତ ସମାଲୋଚନା ତ ଆଉ କେତେବେଳେ ନିର୍ବାଚନୀ ପ୍ରଚାରରେ ନିଆରା ଅନ୍ଦାଜ । ଏକଦା ମମତା ଏବଂ ଅଭିଷେକଙ୍କ ଅତି ଘନିଷ୍ଠ କୁହାଯାଉଥିବା ସାୟାନୀ ଏବେ ଦିଦିଙ୍କ ହାତ ଛାଡ଼ିଛନ୍ତି । ଟିଏମସିର ବାକି ସାଂସଦଙ୍କ ସହ ସେ ମଧ୍ୟ ଏନଡିଏକୁ ସମର୍ଥନ ଜଣାଇବାକୁ ଯାଉଛନ୍ତି । ଅଭିନେତ୍ରୀରୁ ରାଜନୀତିରେ ପ୍ରବେଶ କରିଥିବା ସାୟାନୀ କମ୍ ବୟସରେ ବହୁ ସଫଳତା ପାଇଛନ୍ତି ।
ସାୟାନୀ ଘୋଷ ୧୭ ବର୍ଷ ବୟସରେ ଅଭିନୟ ଜଗତରେ ପାଦ ଥାପିଥିଲେ । ୨୦୧୦ ମସିହାରେ ଅଭିନୟ ଜଗତରେ ପାଦ ଥାପିଥିଲେ । ପ୍ରଥମେ ଧାରାବାହିକ ଏବଂ ସଫଳତାରେ ପରେ ଚଳଚ୍ଚିତ୍ରରେ ପାଦ ଥାପିଥିଲେ । ୨୦୧୧ ମସିହାରେ ଶତ୍ରୁ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହି ସିନେମାରେ ତାଙ୍କର ଏକ ଛୋଟ ରୋଲ ରହିଥିଲା । ମାତ୍ର ରାତାରାତି ଏହା ତାଙ୍କର ଷ୍ଟାରଡମ ପାଲଟିଯାଇଥିଲା । ଏହାସହ ବଙ୍ଗଳାରେ ଥିଏଟରରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନମୋହିଥିଲେ ସାୟାନୀ ।
ମମତା ଦଳରେ ଜଣେ ଦକ୍ଷ ଯୁବ ଚେହେରା ଖୋଜୁଥିବାବେଳେ ନଜରକୁ ଆସିଥିଲେ ସାୟାନୀ । ସେ ୨୮ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ । ସେ ଟିଏମସିରେ ଯୋଗ ଦେଇ ନିଜର ରାଜନୈତିକ କ୍ରାରିୟର ଆରମ୍ଭ କରିଥିଲେ । ୨୦୨୧ ମସିହାରେ ଦଳରେ ସାମିଲ ହୋଇଥିବାବେଳେ ୨୦୨୪ ଲୋକସଭା ନିର୍ବାଚନରେ ଟିକେଟ ପାଇଥିଲେ । ମାତ୍ର ସେ ପରାସ୍ତ ହୋଇଥିଲେ । ଆସନସୋଲ ଆସନରେ ଅଗ୍ନି ମିତ୍ରଙ୍କଠାରୁ ପରାସ୍ତ ହୋଇଥିଲେ । ପରେ ତ୍ରିପୁରାରେ ଖେଳା ହୋବେ ଡାଏଲଗ ମାରି ଗିରଫ ହୋଇଥିଲେ ।
ଗିରଫ ହେବା ପରେ ମଧ୍ୟ ମମତା ତାଙ୍କ ଉପରେ ଭରସା ରଖିଥିଲେ । ୨୦୨୩ ଦଳର ଯୁବ ମୋର୍ଚ୍ଚାର ସଭାପତି ଦାୟିତ୍ବ ଦେଇଥିଲେ । ସଂଗଠନ ସାଙ୍ଗକୁ ଦୃ ନେତୃତ୍ବ ନେବା ଆରମ୍ଭ କରିଥିଲେ ସାୟାନୀ । ୨୦୨୪ ମସିହାରେ ଯାଦବପୁର ଆସନରୁ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସଂସଦରେ ସରକାରଙ୍କୁ ଶାଣିତ ପ୍ରଶ୍ନ ପଚାରି ଚର୍ଚ୍ଚାରେ ରହିଥିଲେ ସାୟାନୀ । ମମତାଙ୍କ ବିଶ୍ବାସକୁ ଜିତିବା ସହ ଦଳର ପାଓ୍ବାର ପାଇଥିଲେ । ମମତା ତାଙ୍କୁ ତ୍ରିପୁରା ଏବଂ ଆସାମରେ ପ୍ରଚାର ପାଇଁ ଦାୟିତ୍ବ ଦେଇଥିଲେ । ସେପଟେ ୨୦୨୬ ନିର୍ବାଚନ ସମୟରେ ମମତା ଏବଂ ଅଭିଷେକଙ୍କ ପରେ ଅଧିକ ରାଲି କରିଥିଲେ ସାୟାନୀ । ତାଙ୍କ ରାଲିରେ ପ୍ରବଳ ଜନସମାଗମ ମଧ୍ୟ ଦେଖିବାକୁ ମିଳୁଥିଲା ।
ସାୟାନୀ ନିର୍ବାଚନୀ ରାଲିରେ ବିଭିନ୍ନ ଧାର୍ମିକ ଗୀତ ଗାଇ ଚର୍ଚ୍ଚାରେ ରହୁଥିଲେ । କିଛି ତାଙ୍କୁ ପ୍ରଶଂସା କରୁଥିବାବେଳେ ଆଉ କିଛି ଟ୍ରୋଲ କରୁଥିଲେ । ହନୁମାନ ଚାଳିଷା ସାଙ୍ଗକୁ ଅନ୍ୟ ଧର୍ମର ଗୀତ ଗାଇ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିଲେ । ଯାହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳୁଥିଲା । ତେବେ ପ୍ରଥମେ ବିବାଦରେ ଫସିଥିଲେ ୨୦୧୫ ମସିହାରେ । ସାୟାନୀ ଶିବଲିଙ୍ଗ ସହ ଏକ କଣ୍ଡୋମ ଫଟୋ ପୋଷ୍ଟ କରି ବିବାଦରେ ଫସିଥିଲେ । ଯାହାକି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ହିନ୍ଦୁ ଧର୍ମକୁ ନେଇ କୁଠାରଘାତ ହୋଇଥିବାବେଳେ ୨୦୨୧ ମସିହାରେ ଏହି ଘଟଣାରେ କ୍ଷମା ପ୍ରାର୍ଥନା କରିଥିଲେ ।
ଏହାସହ ପଢ଼ନ୍ତୁ : Family Murder Case: ମୋ ଭାଇ ସ୍ବାମୀଙ୍କୁ ଗୁଳି କଲା, ପରିବାରର ସମସ୍ତେ ଦେଖୁଥିଲେ...