PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ: ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଧର୍ମଶାଳା ୫/୧୧: ବହୁ ଚର୍ଚ୍ଚିତ ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ବିଜେପି ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ । ବିଜେପିର ଅଭିଯୋଗ ମୁତାବକ, ସ୍ମିତାରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ପୁଲିସ ଶାସକ ଦଳ ଚାପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇଛି । ଯାଜପୁର ଏସ୍‌ପି ସ୍ମିତାଙ୍କ ଚରିତ୍ର ସଂହାର କରିଛନ୍ତି ।

କେବଳ ରୂପେଶ ଭଦ୍ରକୁ ଗିରଫ କରି ବସିଥିବା ପୁଲିସ ସେଦିନ ଗେଷ୍ଟ ହାଉସ୍‌ରେ ଉପସ୍ଥିତ ଥିବା ଦୁଇ ସମିତିସଭ୍ୟ ଓ ଜଣେ କମ୍ପାନୀ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣିବା ପାଇଁ ଅନିଚ୍ଛା ପ୍ରକାଶ କରୁଛି । ସିସିଟିଭି ଫୁଟେଜ୍‌ ସଂପର୍କରେ ଏ ଯାଏ କୌଣସି ସୂଚନା ଦିଆଗଲା ନାହିଁ । ପୂର୍ବରୁ ବିଜେପି ପକ୍ଷରୁ ଯାଜପୁର ଜିଲ୍ଲା ବନ୍ଦ କରାଯାଇଥିଲା । ସ୍ମିତାରାଣୀଙ୍କ ପରିବାର ନ୍ୟାୟ ନପାଇବା ପର୍ଯ୍ୟନ୍ତ ବିଜେପି ତା’ର ଲଢ଼େଇ ଜାରି ରଖିବ ।

ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ବିଜେପି । ଏହି ଅନୁଯାୟୀ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେପିର ଯାଜପୁର ଜିଲ୍ଲା ନେତୃମଣ୍ଡଳୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର