ଭୁବନେଶ୍ୱର ୨୫/୧୧: ଆଜି କଳିଙ୍ଗ ଷ୍ଟାଡିୟମଠାରେ ମେଗା ନିଯୁକ୍ତି ମେଳା ହେବ । ୭ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଦିଆଯିବ ନିଯୁକ୍ତି । ୧ ବିଭାଗରେ ନିଯୁକ୍ତି ଦେବେ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତିପତ୍ର ବଣ୍ଟନ କରିବେ । ଗୃହ ବିଭାଗରେ ୨୩୫୦ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ ।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୭୫୦ ଜଣ, ଜଙ୍ଗଲ ଓ ପରିବେଶ ବିଭାଗ ୧୭୫୦, ସୂଚନା ଓ ଲୋକସଂପର୍କ ୩୯, ଉଚ୍ଚଶିକ୍ଷା ୭୪, ଜଳ ସଂପଦ ୩୬, ଶ୍ରମ ୧୫, ଇସ୍ପାତ ଓ ଖଣି ୧୪, ବାଣିଜ୍ୟ ଓ ପରିବହନ ୧୪, ମତ୍ସ୍ୟ ସଂପଦ ୨୭ ଓ ଯୋଜନା ଓ ସଂଯୋଜନ ବିଭାଗରେ ୮ ଜଣଙ୍କୁ ନିଯୁକ୍ତି ଦିଆଯିବ । ସେହିପରି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଏଜିରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇ ପାରେ ।