ପ୍ରମୂଖ ଖବର

ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ

Published By : Prameya | November 1, 2024 9:26 AM

ପୁରୀ୦୧/୧୧: ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଦୀପାବଳି ଓ  ପୟାଶ୍ରାଦ୍ଧରେ ଶ୍ରୀମନ୍ଦିରରେ ଲକ୍ଷାଧିକ  ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।‌ । ସିଂହଦ୍ୱାର ସମ୍ମୁଖରେ କାଉଡିଆ ଜାଳିବା ସହ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ  ଭିଡ଼ ଜମିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ  ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି  ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା  କରାଯାଇଛି । ୩ଜଣ  ଅତିରିକ୍ତ ଏସ୍‌ପିଙ୍କ ସମେତ ୧୧ଜଣ  ଡିଏସ୍‌ପି, ୧୮ ଜଣ ଇନିସ୍‌ପେକ୍ଟର ଓ  ୨୭ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ସେହିଭଳି ହବିଷ୍ୟାଳିମାନଙ୍କ ରହଣି  ସ୍ଥାନ ସହିତ ବିଭିନ୍ନ ପୁଷ୍କରିଣୀରେ  ମଧ୍ୟ ପୁଲିସ ମୁତୟନ ହୋଇଛନ୍ତି । ସାକ୍ଷୀଗୋପାଳ ବୀରଗୋବିନ୍ଦପୁରସ୍ଥିତ  ଦକ୍ଷିଣକାଳୀ ନିକଟରେ ଲକ୍ଷାଧିକ  ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଦର୍ଶନ ସୁବିଧା  ଲାଗି ଜଣେ ଅତିରିକ୍ତ ଏସ୍‌ପି, ୩ଜଣ ଡିଏସ୍‌ପି, ୮ ଜଣ ଇନିସ୍‌ପେକ୍ଟର ଓ  ୬ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.