ଭୁବନେଶ୍ୱର ୦୯/୧୦: ଆଜି  ଶାମ୍ବ ଦଶମୀ ସାଙ୍ଗକୁ ସୁଦଶା ବ୍ରତ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ଚଳଚଞ୍ଚଳ। ଶ୍ରଦ୍ଧାଳୁ ଏବଂ ସୂର୍ଯ୍ୟ ଉପାସକମାନେ ସକାଳୁ ଚନ୍ଦ୍ରଭାଗା ବୁଡ଼ ପକାଇବା ସହ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ କରି ପୂଜାର୍ଚ୍ଚନା କରିଛନ୍ତି । 

ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବତାଙ୍କୁ ପୂଜା  କରାଯାଇଥାଏ । ଲୋକକଥା ଅନୁଯାୟୀ,  ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୃଷ୍ଠ ରୋଗରେ  ପୀଡ଼ିତ ଥିଲେ। ଦୀର୍ଘଦିନ ଧରି ସେ ସୂର୍ଯ୍ୟ  ପୂଜା କରି ଏଥିରୁ ମୁକ୍ତ ହୋଇଥିଲେ ।  ସେଥିପାଇଁ ପ୍ରତିଟି ଓଡ଼ିଆ ଶାମ୍ବ ଦଶମୀ  ପାଳନ କରି ଘରେ ଘରେ ସୂର୍ଯ୍ୟ ପୂଜା  କରନ୍ତି । ଦାଣ୍ଡରେ ଖାଦ୍ୟ ବଢ଼ାଯାଇ  ପିଲାମାନଙ୍କୁ ଖାଇବାକୁ ଦିଆଯାଇଥାଏ । ଗୁରୁବାର ସୁଦଶା ବ୍ରତ ପଡ଼ୁଥିବାରୁ ଘରେ ଘରେ ମା ମହାଲକ୍ଷ୍ମୀ ପୂଜାର୍ଚ୍ଚନା କରିବା ନୂଆ ବତ୍ର ଧାରଣ କରିଛନ୍ତି।