PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଟୋକିଓ ପାରାଅଲିମ୍ପିକ୍ସର ଅନ୍ତିମ ଦିବସ: ସ୍ୱର୍ଣ୍ଣ ପାଇଁ ଲଢିବେ ସୁହାସ ଓ କ୍ରିଷ୍ଣା, ତୃତୀୟ ପଦକ ଲକ୍ଷ୍ୟରେ ଅବନି

ନୂଆଦିଲ୍ଲୀ ୦୫/୨୯: ଆଜି ଟୋକିଓ ପାରାଅଲିମ୍ପିକ୍ସର ଅନ୍ତିମ ଦିବସ । ଏଥର ଟୋକିଓକୁ ଭାରତର ୫୪ଜଣ ପ୍ରତିଯୋଗୀ ଯୋଗ୍ୟତା ଅର୍ଜନ କରିଥିଲେ । ଭାରତୀୟ ଦଳ ଇତି ମଧ୍ୟରେ ରେକର୍ଡ ୧୭ଟି ପଦକ ଜିତି ସାରିଛି । ଏଥିରେ ୪ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି । ରବିବାର ମଧ୍ୟ ଭାରତର ପଦକ ସୁଯୋଗ ରହିଛି । କେବଳ ବ୍ୟାଡମିଣ୍ଟନ୍‌ରେ ଭାରତର ୪ଟି ପଦକ ମ୍ୟାଚ୍‌ ରହିଛି । ଏଥିରୁ ୨ଟିରେ ଭାରତର ପଦକ ନିଶ୍ଚିତ ହୋଇସାରିଛି।

ଏସ୍‌ଏଲ୍‌-୪ ବର୍ଗ ପୁରୁଷ ସିଙ୍ଗଲ୍ସ ଫାଇନାଲ୍‌ରେ ଭାରତର ସୁହାସ ୟଥିରାଜ ଫ୍ରାନ୍ସର ଲୁକାସ ମାଜୁରଙ୍କୁ ଭେଟିବେ । ଏହି ମ୍ୟାଚ୍‌ ଜିତିଲେ ସୁହାସ ସ୍ୱର୍ଣ୍ଣ ପଦକ ହାସଲ କରିବେ । ନଚେତ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଏହି ମ୍ୟାଚ୍‌ରେ ଲୁକାସଙ୍କ ପଲା ଭାରି ରହିବ । ଉଭୟ ପୂର୍ବରୁ ପରସ୍ପରକୁ ୯ଥର ଭେଟିଛନ୍ତି । ଏଥିରୁ ଲୁକାସ୍‌ ୭ଟି ମ୍ୟାଚ୍‌ ଜିତିଛନ୍ତି । ଏହି ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ଭାରତର ତରୁଣ ଇଣ୍ଡୋନେସିଆର ଫ୍ରୋଡ ସେତିୱାନଙ୍କୁ ଭେଟିବେ । ଉଭୟ ପୂର୍ବରୁ ପରସ୍ପରକୁ ୪ଥର ଭେଟି ସାରିଛନ୍ତି । ଏଥିରୁ ତରୁଣ ୩ଟି ମ୍ୟାଚ୍‌ ଜିତିଛନ୍ତି । ସକାଳ ୬.୧୫ମିନିଟ୍‌ରେ ଉଭୟ ମ୍ୟାଚ୍‌ ରହିଛି । ପୁରୁଷ ଏସଏଚ୍‌-୬ ବର୍ଗ ସିଙ୍ଗଲ୍ସରେ ଭାରତର କ୍ରିଷ୍ଣା ନାଗର ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ ।

ସେ ରବିବାର ଫାଇନାଲ୍‌ ମୁକାବିଲାରେ ହଂକଙ୍ଗ୍‌ ପ୍ରତିଯୋଗୀ ଚୁ ମାନ କାଇଙ୍କୁ ଭେଟିବେ । ଉଭୟ ପରସ୍ପରକୁ ୩ଥର ଭେଟିସାରିଛନ୍ତି । ଏଥିରୁ ନାଗର ୨ଟି ମ୍ୟାଚ୍‌ ଜିତିଛନ୍ତି । ତଥାପି ହଂକଙ୍ଗ୍‌ ପ୍ରତିଯୋଗୀଙ୍କ ସ୍ୱର୍ଣ୍ଣ ଦାବିଦାର ରୂପେ ବିବେଚନା କରାଯାଉଛି । ସକାଳ ୮ଟା ସମୟରେ ଏହି ମ୍ୟାଚ୍‌ ରହିଛି । ଏସ୍‌ଏଲ୍‌-୩ ବର୍ଗ ମିକ୍ସଡ ଡବଲ୍ସରେ ପ୍ରମୋଦ ଭଗତ ଓ ପଲକ କୋହଲି ଯୋଡି ବ୍ରୋଞ୍ଜ ପଦକ ପାଇଁ କୋର୍ଟକୁ ଓହ୍ଲାଇବେ । ସେ ଜାପାନର ଆକିକୋ ସୁଗିନୋ ଓ ଡାଇସୁକେ ଫୁଜିହାରା ଯୋଡିଙ୍କୁ ଭେଟିବେ । ପ୍ରଥମ ଥର ପାଇଁ ପ୍ରମୋଦ ଓ ପଲକ ଏକତ୍ର ମିକ୍ସଡ ଡବଲ୍ସ ଖେଳୁଛନ୍ତି । ତଥାପି ଉଭୟ ଚମତ୍କାର ପ୍ରଦର୍ଶନ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିବାରେ ସଫଳ ହୋଇଥିଲେ ।ରବିବାର ପରସ୍ପର ମଧ୍ୟରେ ଉତ୍ତମ ବୁଝମଣା ରଖିଲେ ଆଉ ଏକ ପଦକ ସମ୍ଭବ ହୋଇପାରିବ । ସକାଳ ୮.୪୫ ମିନିଟ୍‌ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ।

ଆଜି ସୁଟିଂରୁ ଭାରତର ଅନ୍ତିମ ଦିବସ ଅଭିଯାନ ଆରମ୍ଭ ହେବ । ଏସଏଚ୍‌-୧ ବର୍ଗ ମିକ୍ସଡ ଜେଣ୍ଡର ୫୦ମିଟର ରାଇଫଲ ପ୍ରୋନ୍‌ ଇଭେଣ୍ଟରେ ଭାରତର ଅବନି ଲଖେରା, ଦୀପକ ଓ ସିଦ୍ଧାର୍ଥ ବାବୁ ସୁଟିଂ ରେଞ୍ଜକୁ ଓହ୍ଲାଇବେ । ଅବନି ଇତି ମଧ୍ୟରେ ୨ଟି ପଦକ ଜିତି ସାରିଛନ୍ତି । ତେଣୁ ତାଙ୍କଠାରୁ ଆଉ ଏକ ପଦକ ଆଶା କରାଯାଇପାରେ ।