ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

'ଦାନା'ର ମୁକାବିଲା ପାଇଁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ କଣ୍ଟ୍ରୋଲ ରୁମ୍‌, ଜାରି ହେଲା ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର

Published By : Swapna Ray | October 24, 2024 1:15 PM

ଭୁବନେଶ୍ୱର, ୨୪।୧୦: ବଢ଼ୁଛି ବାତ୍ୟା ଭୟ । ଦାନାକୁ ନେଇ ଆତଙ୍କିତ ଲୋକେ । ବିଭିନ୍ନ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର । ସହାୟତା ଲାଗି ଜାରି ହେଲା ହେଲ୍ପ ଲାଇନ୍ ନଂ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ । ଅନ୍ୟପଟେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯାଇଛି । ଏଥିସହିତ ସମସ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ଟୋଲ୍ ଫ୍ରି ନମ୍ୱର ଜାରି କରିଛନ୍ତି । କୌଣସି ସମସ୍ୟା ହେଲେ ଏହି ନମ୍ୱରରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।  

ବାତ୍ୟା ଦାନା ପ୍ରଭାବରେ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଭୀଷଣ ପବନ ସହ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ନିୟନ୍ତ୍ରଣ କକ୍ଷ ନମ୍ୱରଗୁଡ଼ିକ 06712422032 ଓ 299-2800 ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ତରଫରୁ ରାଜ୍ୟ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ଟୋଲ ଫ୍ରି ହେଲ୍ପଲାଇନ ନଂ 1070ରେ ଫୋନ୍ କରିବାକୁ କୁହାଯାଇଛି । ଏହାସହିତ ୦୬୭୪-୨୫୩୪୧୭୭ କିମ୍ବା ୭୬୮୨୯୮୨୬୬୮ ମୋବାଇଲ୍‌ ନଂରେ ଯୋଗାଯୋଗ କରିହେବ । ବାତ୍ୟା ସମୟରେ ଅପ୍‌ଡେଟ୍‌ ସୂଚନା ଦେବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ବିଭାଗକୁ କୁହାଯାଇଛି । ଉଭୟ ବିଭାଗ ନିଜ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ୨୪ ତାରିଖ ରାତିରୁ ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ । 

ଏହାବାଦ୍‌ ପ୍ରତି ଜିଲ୍ଲା ପାଇଁ ଜାରି କରାଯାଇଛି ହେଲ୍ପଲାଇନ ନଂ । ଜାଣିନିଅନ୍ତୁ ଆପଣଙ୍କ ଜିଲ୍ଲାର ହେଲ୍ପଲାଇନ୍ ନଂ । ବାଲେଶ୍ୱରର- 06782262286 କିମ୍ୱା 06782261077, ମୟୁରଭଞ୍ଜ- 06792252759 କିମ୍ୱା 06792252941, ଭଦ୍ରକ- 06784251881, ଯାଜପୁର- 06728222648, କେନ୍ଦ୍ରାପଡ଼ା- 06727232803, କେନ୍ଦୁଝର- 06766255437, ଜଗତସିଂହପୁର- 06724220368, କଟକ- 06712507842, ଢେଙ୍କାନାଳ- 06762226507, 06762221376, ଅନୁଗୁଳ- 6764230980, ପୁରୀ- 06752223237, ଖୋର୍ଦ୍ଧା- 06755220002, ଗଞ୍ଜାମ- 06811263978, ନୟାଗଡ଼- 06753252978, ନୟାଗଡ଼- 06753252978 । ସେହିଭଳି ବିଏମ୍‌ସି ସହାୟତା ନମ୍ୱର ପାଇଁ ୧୯୨୯ରେ କଲେ କରିପାରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.