ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପବିତ୍ର ସାବିତ୍ରୀ ଅମାବାସ୍ୟା; ଗୁରୁଙ୍କୁ ପୂଜା କରି ବ୍ରତ ଭାଙ୍ଗିଲେ କିନ୍ନର

Published By : Rasmita Pradhan | May 26, 2025 2:57 PM

ଭୁବନେଶ୍ଵର, ୨୬/୦୫ : କିନ୍ନର ପାଳିଲେ ସାବିତ୍ରୀ ବ୍ରତ। ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ କିନ୍ନର ଆଖଡ଼ା ପକ୍ଷରୁ ସାବିତ୍ରୀ ବ୍ରତ ପୂଜା କରାଯାଇଛି। ମଥାରେ ସିନ୍ଦୂର ନାଇ ବରଗଛକୁ ଶାଢୀ ପିନ୍ଧାଇ, ସମସ୍ତଙ୍କ ଶୁଭ ମନାସି କିନ୍ନରମାନେ ବ୍ରତ ପାଳିଛନ୍ତି । ନିଜ ନିଜ ଗୁରୁଙ୍କୁ ପୂଜା କରି ବ୍ରତ ଭାଙ୍ଗିଛନ୍ତି। 

ଭୁବନେଶ୍ଵର ଡ଼ମଣା ଠାରେ ଏକ ବରଗଛ ମୂଳରେ କିନ୍ନର ସୁଇଟି ଓ ତାଙ୍କ ସାଥିମାନେ ସାବିତ୍ରୀ ପୂଜା କରିଛନ୍ତି। ସୁଇଟି ତାଙ୍କ ଗୁରୁଙ୍କୁ ପୂଜା କରିଥିବା ବେଳେ ତାଙ୍କ ଶିଷ୍ୟମାନେ ତାଙ୍କୁ ପୂଜା କରିଛନ୍ତି । ସେହିପରି ନୟାପଲ୍ଲୀରେ ମେନକା କିନ୍ନର ସାବିତ୍ରୀ ବ୍ରତ ପାଳିଛନ୍ତି । କିନ୍ନର ଆଖଡ଼ା ପକ୍ଷରୁ ପଳାଶପଲ୍ଲୀ ଠାରେ ସାବିତ୍ରୀ ପୂଜା ହୋଇଛି। ମହାମଣ୍ଡଳେଶ୍ୱର କିନ୍ନର ଆଖଡ଼ା ମୁଖ୍ୟ ମୀରା ପରିଡ଼ାଙ୍କୁ ତାଙ୍କ ଶିଷ୍ୟମାନେ ଗୁରୁ ଭାବେ ପୂଜା କରିଛନ୍ତି । ତାଙ୍କ ପାଇଁ ଉପବାସ କରିଛନ୍ତି। ବିଭିନ୍ନ ଫଳମୂଳ ଭୋଗ ଲଗାଇଛନ୍ତି। ଘର ଛାଡି କିନ୍ନର ସଂଘରେ ଯୋଗଦେବା ପରେ ଏବେ ଗୁରୁ ହିଁ ସବୁକିଛି ବୋଲି କହିଛନ୍ତି ଅନ୍ୟ ବ୍ରତ ରଖିଥିବା କିନ୍ନରମାନେ।

ଅନ୍ୟପଟେ କିଛି ବିବାହିତ କିନ୍ନର ବି ସ୍ବାମୀଙ୍କ ପାଇଁ ସାବିତ୍ରୀ ପୂଜା କରିବା ସହିତ ମୀରା ପରିଡାଙ୍କୁ ନିଜ ଗୁରୁ ଭାବେ ଶ୍ରଦ୍ଧାର ସହ ପୂଜା କରିଛନ୍ତି। ବର ଗଛକୁ ସୂତା ବାନ୍ଧି, ଲୁଗା ପିନ୍ଧାଇଛନ୍ତି। ପୂଜା ସରିବା ପରେ ତାଙ୍କ ପାଦ ଧୁଆ ପାଣି ପିଇ ବ୍ରତ ଭାଙ୍ଗିଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.