ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୪ ବର୍ଷ : ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

Published By : Suraj Kumar | December 16, 2024 10:51 PM

କାଶୀପୁର, ୧୬।୧୨ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ମାଇକଞ୍ଚ ପଞ୍ଚାୟତ ସଦର ଠାରେ ଗତ ୨୦୦୦  ମସିହାରେ ଘଟିଥିବା ଗୁଳିକାଣ୍ଡକୁ ଆଜି ୨୪ବର୍ଷ  ପୂରଣ ହୋଇଛି । କାରଖାନା ପ୍ରତିଷ୍ଠାକୁ ବିରୋଧ କରୁଥିବା ଆଦିବାସୀଙ୍କ ଉପରେ ପୁଲିସର ଗୁଳି ଚାଳନା ଫଳରେ ତିନି ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି  ଜଣ ଆହତ ହୋଇ ଥିଲେ । ଶହୀଦଙ୍କ ସ୍ମୃତିରେ ଆଜି ମାଇକଞ୍ଚ ଏବଂ ବାଗରି ଝୋଲା ଠାରେ ଥିବା ଶହୀଦ ସ୍ତମ୍ଭ ଠାରେ ପୂଜାର୍ଚ୍ଚନା କରି ଶ୍ରଦ୍ଧାଞ୍ଜଳି ଦିଆ ଯାଇଛି । 

ହାଡ଼ିଗୁଡ଼ା ପଞ୍ଚାୟତ ବାଗରିଝୋଲା ଗ୍ରାମର ରଘୁନାଥ ଝୋଡ଼ିଆ, ଦାମୋଦରଝୋଡ଼ିଆ ଏବଂ ମାଇକଞ୍ଚ ଗ୍ରାମର ଅଭିଳାଷ ଝୋଡ଼ିଆ ପୁଲିସ ଗୁଳିରେ ନିହତ ହୋଇ ଥିଲେ । କାରଖାନା ପ୍ରତିଷ୍ଠାକୁ ବିରୋଧ କରି ଆନ୍ଦୋଳନ ଚଳାଇ ଥିବା ଗ୍ରାମବାସୀ ସହିତ ପୁଲିସ ମୁହାଁମୁହିଁ ହୋଇଥିଲା । ଗୁଳି କାଣ୍ଡରେ ନିହତ ରଘୁନାଥଙ୍କ ବିଧବା ବୃଦ୍ଧା ମାଆ ପାନ ଝୋଡ଼ିଆ ରୋଜଗାରିଆ ପୁଅକୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛି । ଏବେବି ସେ ଆଖି ରୁ ଲୁହ ଝରାଉ ଛନ୍ତି  । ରଘୁନାଥଙ୍କୁ ବଡ଼ କରି କେତେ ଆଶା ରଖିଥିଲେ ମାଆ । କିନ୍ତୁ ପୁଅ ରଘୁନାଥ ଚାଲିଗଲା ପରେ ଏକାକୀ ହୋଇ ପଡିଛନ୍ତି ବୃଦ୍ଧା ଜଣକ । ବହୁ କଷ୍ଟରେ ସାନ ନାତୁଣୀକୁ ପିଜି ପାଠ ପଢ଼ାଉଛନ୍ତି। ଗୁଳି କାଣ୍ଡ ଘଟଣାରେ ସରକାରଙ୍କ ତରଫରୁ ତିନି ପରିବାରକୁ କ୍ଷତିପୂରଣ ବାବଦରେ ଅଢ଼େଇ ଲକ୍ଷ ଲେଖାଏଁ  ମିଳିଥିଲା । ସରକାର କିଛି ଟଙ୍କା ଧରାଇ ଦେବା ପରେ ଆମ ଦୁଃଖ ବୁଝୁ ନାହାନ୍ତି ବୋଲି ସହୀଦ ପରିବାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି କ୍ଷତିପୂରଣ ବାବଦରେ ମିଳିଥିଲା ଟଙ୍କାରେ ବଡ଼ନାତୁଣୀର ବାହା ଘର ଏବଂ ଅନ୍ୟାନ୍ୟ ଖର୍ଚ୍ଚରେ ବୃଦ୍ଧା ପାନ ଝୋଡ଼ିଆଙ୍କ ଟଙ୍କା ସରିଯାଇଛି । କମ୍ପାନୀ ତରଫରୁ ପ୍ରତି ମାସରେ ମିଳୁଥିବା କିଛି ହଜାର ଟଙ୍କାରେ ସହୀଦ ରଘୁନାଥ ସହ ଦାମୋଦର ଏବଂ ଅଭିଳାଷ ଙ୍କ ପରିବାର ଚଳୁଛି । ସେହିପରି ସହୀଦ ଦାମୋଦର ଙ୍କ ବିଧବା ପତ୍ନୀ ବଡ଼ ସୁବର୍ଣ୍ଣ ଝୋଡ଼ିଆ ମଧ୍ୟ ବହୁ କଷ୍ଟରେ ଦୁଇ ଝିଅ ଏବଂ ତିନିପୁଅ କୁ ଧରିପରିବାର ଚଳାଉ ଥିବାର କହିଛନ୍ତି ।ଏହି ଅବସରରେ ଆଜି ସହିଦଙ୍କ ପରିବାର ସହିତ ଅଞ୍ଚଳବାସି ମାଇକଞ୍ଚ ଏବଂ ବାଗରି ଝୋଲା ଠାରେ ସ୍ଥାପିତ ସହିଦଙ୍କ ସ୍ତମ୍ଭ ଠାରେ ଏକତ୍ରୀତ ହୋଇ ପୂଜାର୍ଚ୍ଚନା କରିବା ସହ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରିଥିବା ତିନି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ସେହିପରି ବର୍ତ୍ତମାନ ସୁଦ୍ଧା ବହୁଜମି ହରା, କ୍ଷତିଗ୍ରସ୍ତ ପରିବାରକୁ  ନିଯୁକ୍ତି, ଥଇଥାନର ସୁଯୋଗ ପାଇ ନ ଥିବାର ପରଜା ସମାଜର ସଭାପତି ଶଙ୍କର ପ୍ରସାଦ ମୁଦୁଲିସହ ଅନ୍ୟ କ୍ଷତିଗ୍ରସ୍ତ ପରିବାର ଅଭିଯୋଗ କରିଥିଲେ ।

  ଏହି ଅବସରରେ ଉତ୍କଳ ଆଲୁମିନା ର ସିଏସ ଆର,ସହକାରୀ ମ୍ୟାନେଜର ଗଜେନ୍ଦ୍ର ନାଏକ, ଆଡ଼ମିନ ସିଏସ ଆର ଡେପୁଟି ମ୍ୟାନେଜର ସୁବାସ ନାଏକର ପ୍ରମୁଖ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାର ଲୋକଙ୍କୁ ଭେଟିଥିଲେ । ଏହି କାର୍ଯ୍ୟକ୍ରମରେ ଜୟସ ମାଝୀ, ନକୁଳ ଝଡ଼ିଆ, ଶ୍ରୀଧର ଝଡ଼ିଆ, ଜଗବନ୍ଧୁ ଝୋଡିଆ,ଚମ୍ପା ମୁଦୁଲି, ମାଜେସ ଝୋଡ଼ିଆ, ପଙ୍କନ ଝୋଡ଼ିଆ,ଅର୍ଜୁନ ମାଝୀ ଗିରିଧର ଝୋଡିଆ,,ସୁବାସ ଝୋଡ଼ିଆ, ଦମୟନ୍ତୀ ଝୋଡ଼ିଆ, ସୁବର୍ଣ୍ଣ ଝୋଡ଼ିଆ, ଉଦୟ ଝୋଡିଆ,ଅର୍ଜୁନ ସାହୁ,ପାନ ଝୋଡ଼ିଆ,ଶିବରାମ ନାଏକ, ସୁରଥ ଗୋପାଳ ,ନିର ଜାନି,ସଦନ ମାଝୀସହ ସହୀଦ ଙ୍କ ପରିବାର ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.