ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ

Published By : Harapriya Sethi | October 30, 2024 9:40 AM

ମୋହନା, ୩୦/୧୦: ଗୋରୁ ବୋଝେଇ ଟ୍ରକ୍‌କୁ ଅଟକାଇ ପୋଲିସର ଜିମା ଦେଲେ ଗ୍ରାମବାସୀ । ଗାଡ଼ିରୁ ଜବତ ହେଲା ୨୦ ରୁ ଉର୍ଦ୍ଧ୍ୱ ଗୋରୁ । ଏହି ଗୋରୁ ଗଜପତି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଜଣାପଡିଛି । ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ରଣ୍ଡିବା ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୁଧବାର ସକାଳେ ଗୋଟିଏ ଟ୍ରକ୍‌ରେ୨୦ରୁ ଅଧିକ ଗୋରୁ ବୋଝେଇ ହୋଇ ଯାଉଥିଲା । ଏହି ସମୟରେ ରଣ୍ଡିବା ଗାଁ ଲୋକେ ଟ୍ରକ୍‌କୁ ଅଟକାଇ ଥିଲେ । ଟ୍ରକ୍‌ରେ ଗୋରୁ ବୋଝେଇ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଗୋରୁ ବୋଝେଇ ଟ୍ରକ୍‌ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଏହି ଗୋରୁ ଗଜପତି ଜିଲାରୁ ଆନ୍ଧ୍ର ଚାଲାଣ ହେଉଥିବା ଜଣାପଡିଛି । ତେବେ ଗଜପତି ଜିଲ୍ଲାରୁ ପ୍ରତିଦିନ ଟ୍ରକ୍‌ରେ ଗୋରୁ ଚାଲାଣ ହେଉଥିବା ଖବର ସାମ୍ନାକୁ ଆସୁଛି l କିଛି ଦିନ ତଳେ ଆର. ଉଦୟଗିରି ନିକଟରେ ପରିବହନ ମନ୍ତ୍ରୀ ବିଭୁତି ଜେନା ଗୋରୁ ଚାଲାଣ ରୋକିବା ସହ ଗୋରୁ ଚାଲାଣ ରୋକିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.