ଜୟପୁର, ୧୪।୯ : ଜୟପୁର ନିକଟସ୍ଥ ବାରିଣିପୁଟ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଦୋକାନ ଭିତରକୁ ପଶିଗଲା ଟ୍ରକ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି ।