ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆମେରିକା ବ୍ୟୁରୋକ୍ରାସିକୁ କ୍ଲିନ କରିବେ ରାମସ୍ବାମୀ-ମସ୍କ, ମିଳିଲା ବଡ ଦାୟିତ୍ବ

Published By : Ankita S | November 13, 2024 8:57 AM

ୱାଶିଂଟନ, ୧୩/୧୧: ଆକ୍ସନ ମୁଡରେ ଟ୍ରମ୍ପ । ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ ଗଠନରେ ବ୍ୟସ୍ତ ଡୋନାଲ୍ଡ ଟ୍ରମ୍ପ । ଏହାରି ମଧ୍ୟରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ବଡ ଦାୟିତ୍ବ ଦେଇଛନ୍ତି  ଟ୍ରମ୍ପ । ଟ୍ରମ୍ପ କ୍ୟାବିନେଟରେ ସାମିଲ ହୋଇଛନ୍ତି ଏହି ଦୁଇ ହେବିୱେଟ । ଉଭୟଙ୍କୁ ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି  ବିଭାଗ ମିଳିଛି ।  ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅଫିସର ରାଜ ସମାପ୍ତ କରିବାକୁ ଉଭୟ କାମ କରିବେ ବୋଲି ଟ୍ରମ୍ପ  ଆଶାବାଦୀ ରହିଛନ୍ତି ।

ଆସନ୍ତା ୨୦ ଜାନୁଆରୀରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ ଦଳ ଗଠନକୁ ଜୋରଦାର କରିଛନ୍ତି । ଅନେକ ବଡ ବଡ ପଦ ପାଇଁ ନିଯୁକ୍ତି ପରେ ଏବେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ବଡ ଦାୟିତ୍ବ ଦେଇଛନ୍ତି । ଉଭୟଙ୍କୁ ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି  ବିଭାଗ ପ୍ରଦାନ କରିଛନ୍ତି ।

ଏ ବାବଦରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ମୋତେ ବହୁତ ଖୁସି ଯେ ଗ୍ରେଟ ଏଲନ ମସ୍କ  ଓ ବିବେକ ରାମସ୍ବାମୀଙ୍କ ମିଶି ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି  ବିଭାଗ ଚଳାଇବେ । ଯାହା  ସୁରକ୍ଷିତ ଆମେରିକା ପାଇଁ ଜୁରୁରୀ । ଦୁଇ ପ୍ରମୁଖ ବ୍ୟକ୍ତିତ୍ବ ମିଳିତ ଭାବେ ମୋ ସରକାରରେ ବ୍ୟୁରୋକ୍ରାସିକୁ କ୍ଲିନ କରିବାଠୁ ନେଇ ଅଯଥା ଖର୍ଚ୍ଚ ଉପରେ ରୋକ ଲଗାଇବା, ଅଦରକାରୀ ନିୟମାବଳୀ ହ୍ରାସ, ଅଫିସର ରାଜ ସମାପ୍ତ କରିବେ ବୋଲି ମୋର ଆଶା । ରିପ୍ଲିକାନର ନେତା ଲମ୍ବା ସମୟ ଧରି ଡିଓଡିଇର ଉଦ୍ଦେଶ୍ୟ ପୂରଣ କରିବାକୁ ସ୍ବପ୍ନ ଦେଖିଛନ୍ତି ।

ବଡ ଦାୟିତ୍ବ ମିଳିବା ପରେ ଏଲନ ମସ୍କ ଓ ବିବେକ ରାମାସ୍ବାମୀ ସୋସିଆଲ ମିଡିଆରେ ମିଶନ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି  । ଆମେରିକା କ୍ୟାବିନେଟରେ ଏଲନ ମସ୍କ ସାମିଲ ହେବା ପରେ କହିଛନ୍ତି  ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି ଏଥିରେ ସରକାରୀ ଅର୍ଥକୁ ବରବାଦ କରୁଥିବା ସମସ୍ତଙ୍କୁ ସିଧା ମେସେଜ ଯିବ । ଅନ୍ୟପଟେ ବିବେକ ରାମାସ୍ବାମୀ କହିଛନ୍ତି ଆମେ ଏହି ଦାୟିତ୍ବକୁ ହାଲୁକାରେ ନେବା ନାହିଁ  ଗୁରୁତର ସହିତ ନେବାକୁ ହେବ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.