ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସମ୍ୱନ୍ଧୀୟ ଏକ ବିଶେଷ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ଦସ୍ତଖତ କରିଛନ୍ତି, ଏହି ନିର୍ଦ୍ଦେଶ ଆମେରିକାର ସେହି ଦେଶ ଗୁଡ଼ିକ ଉପରେ ଅତିରିକ୍ତ ଟାରିଫ୍ ଲଗାଇବାକୁ ଅନୁମତି ଦେବ, ଯେଉଁମାନେ ପ୍ରତ୍ୟକ୍ଷ କିମ୍ୱା ଅପ୍ରତ୍ୟକ୍ଷ ଭାବେ ଇରାନ ଠାରୁ ଜିନିଷ କିମ୍ୱା ସେବା କ୍ରୟ କରିଥା’ନ୍ତି। ହ୍ୱାଇଟ୍ ହାଉସ୍ ଶୁକ୍ରବାର ଏହି ସୂଚନା ଦେଇ କହିଛି ଯେ, ଏହି ନିର୍ଦ୍ଦେଶ ସ୍ୱତନ୍ତ୍ର ଟାରିଫ୍ ସ୍ତରକୁ ନିର୍ଦ୍ଧାରିତ କରି ନଥାଏ , ହେଲେ ଅଧିକାରୀଙ୍କୁ ବଦଳୁ ଥିବା ପରିସ୍ଥିତିର ଆଧାରରେ ସେମାନଙ୍କୁ ନିଶ୍ଚିତ କରିବା ଓ ସମାୟୋଜିତ କରିବା ପାଇଁ ଅଧିକୃତ କରିଥାଏ।
ଉକ୍ତ ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ସ୍ଥିତି ବଦଳେ , ଜବାବୀ କାର୍ଯ୍ୟାନୁଷ୍ଠାନ ହୋଇଥାଏ ,କିମ୍ୱା ଯଦି ଇରାନ ଅଥବା କୌଣସି ପ୍ରଭାବିତ ଦେଶ ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ନୀତି ଏବଂ ଆର୍ଥିକ ମାମଲା ଉପରେ ସଂଯୁକ୍ତ ରାଜ୍ୟ ଆମେରିକା ସହ ତାଳମେଳ ରଖିବା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇ ଥାଏ , ତ ରାଷ୍ଟ୍ରପତି ଏହି ନିର୍ଦ୍ଦେଶରେ ସଂଶୋଧନ କରି ପାରେ। ଏହି ନିର୍ଦ୍ଦେଶ ବୈଦେଶିକ ମନ୍ତ୍ରୀ , ବାଣିଜ୍ୟ ମନ୍ତ୍ରୀ ଓ ବ୍ୟପାର ପ୍ରତିନିଧିଙ୍କୁ ଟାରିଫ୍ ପ୍ରଣାଳୀ ଏବଂ ସମ୍ୱନ୍ଧିତ ଉପାୟ ଗୁଡ଼ିକୁ ଲାଗୁ କରିବା ପାଇଁ ନିୟମ ଓ ନୀତି ନିର୍ଦ୍ଦେଶ ଜାରି କରିବା ସହ ସବୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅଧିକୃତ କରି ଥାଏ।
ଏହାର ଉଦ୍ଦେଶ୍ୟ ଇରାନର ଏମିତି ପଦକ୍ଷେପର ସାମ୍ନା କରିବା, ଯେଉଁଥିରେ ତାର ପରମାଣୁ କ୍ଷମତା ହାସଲ କରିବାକୁ ଚେଷ୍ଟା , ଆତଙ୍କବାଦର ସମର୍ଥନ , ବାଲିଷ୍ଟିକ୍ ମିସାଇଲର ବିକାଶ ଓ କ୍ଷେତ୍ରୀୟ ଅସ୍ଥିରତା ଅନ୍ତର୍ଭୁକ୍ତ। ହ୍ୱାଇଟ୍ ହାଉସ୍ ଅନୁସାରେ , ଏ ସବୁ କାରକ ଆମେରିକୀୟ ସୁରକ୍ଷା , ତାଙ୍କର ସହଯୋଗୀ ଓ ଆମେରିକୀୟ ହିତ ପାଇଁ ବିପଦ। ବିବୃତ୍ତିରେ ଅଭିଯୋଗ କରି କୁହାଯାଇଛି –ଇରାନ ପୂରା ମଧ୍ୟ ପୂର୍ବରେ ପ୍ରକ୍ସି ଗ୍ରୁପ୍ ଓ ମିଲିସିଆକୁ ସମର୍ଥନ ପ୍ରଦାନ କରିଥାଏ। ଏଥିରେ ସେହି ସଙ୍ଗଠନ ମଧ୍ୟ ସାମିଲ ଅଛି, ଯେଉଁମାନେ ଆମେରିକୀୟଙ୍କୁ ହତାହତ କରିବା ଏବଂ ଆମେରିକୀୟ ସେନା , କ୍ଷେତ୍ରୀୟ ପାର୍ଟନରସିପ୍ ଏବଂ ସହଯୋଗୀଙ୍କୁ ସକ୍ରିୟ ରୂପେ ଟାର୍ଗେଟ୍ କରିବାରେ ସଂପୃକ୍ତ।
ହ୍ୱାଇଟ୍ ହାଉସ୍ ଏହା ମଧ୍ୟ କହିଛି ଯେ, ଇରାନୀ ଶାସନ ଦ୍ୱାରା ସମ୍ୱଳର କୁପରିଚାଳନା ସ୍ପଷ୍ଟ ହେଉଛି। ସେ ନିଜର ଭିତ୍ତିଭୂମି ଓ ନାଗରିକଙ୍କ ଭଲ ପରିବର୍ତ୍ତେ ପରମାଣୁ ଓ ମିସାଇଲ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇଥାଏ , ଯାହାକି ସେଠାର ଜନତା ଆର୍ଥିକ କଠିନତା ଓ ଅଭାବର ସାମ୍ନା କରୁଛି। ଇରାନ ନିଜର ହିଁ ଲୋକଙ୍କ ଅତି ନିର୍ଦ୍ଦୟ ଭାବେ ଦମନ କରେ , ହଜାର ହଜାର ପ୍ରଦର୍ଶନକାରୀଙ୍କ ହତ୍ୟା କରିଥାଏ ଏବଂ ମୌଳିକ ମାନବାଧିକାରରୁ ପ୍ରତ୍ୟାଖ୍ୟାନ କରେ।