ମେଷ: ତୃତୀୟଚନ୍ଦ୍ର । ଆର୍ଥିକ ଉନ୍ନତି ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଅଯଥା ଖର୍ଚ୍ଚଯୋଗ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ପାଇବ। ପରିବାରରେ ଶାନ୍ତି ରହିବ। ଶାରୀରିକ ଶକ୍ତି ଭଲ ରହିବ । ମନରେ ସାମାନ୍ୟ ଚିନ୍ତା ଲାଗି ରହିବ । ଆତ୍ମବିଶ୍ୱାସ ବୃଦ୍ଧିହେବ । ଟଙ୍କା ନେବା ଦେବା ପ୍ରତି ସତର୍କ ରହିବେ ।
ଶୁଭରଙ୍ଗ: ଲାଲ, ଧଳା
ବୃଷ: ଦ୍ୱିତୀୟଚନ୍ଦ୍ର । ମନ ଚଞ୍ଚଳ ରହିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ପୁରୁଣା ମନୋମାଳିନ୍ୟ ଦୂରହେବ । ମାନସିକ ଅସ୍ଥିରତା । ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା କ୍ଲାନ୍ତି ଅନୁଭବ ହୋଇପାରେ । ଶତ୍ରୁବୃଦ୍ଧି ହୋଇପାରନ୍ତି । ଆୟବୃଦ୍ଧି ହେବ । ନିବେଶ କରିବା ସମୟରେ ଅଧିକ ଚିନ୍ତା କରିବେ।
ଶୁଭରଙ୍ଗ: ଧଳା, ସବୁଜ
ମିଥୁନ: ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର । ମନ ପ୍ରସନ୍ନ ରହିବ । ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । କାର୍ଯ୍ୟସିଦ୍ଧି । ବ୍ୟବସାୟରେ ଲାଭ । ଚାକିରିକ୍ଷେତ୍ରରେ ପ୍ରଶଂସାପ୍ରାପ୍ତି । ପରିବାରରେ ହସଖୁସି ପରିବେଶ ରହିବ । ସ୍ୱାଦିଷ୍ଟ ଭୋଜନପ୍ରାପ୍ତି । ବନ୍ଧୁମିଳନ । ସମାଜରେ ସମ୍ମାନ ବୃଦ୍ଧିହେବ । ପ୍ରିୟଜନଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗପ୍ରାପ୍ତି ।
ଶୁଭରଙ୍ଗ: ଧଳା, ସବୁଜ, କ୍ରିମ
କର୍କଟ: ଦ୍ୱାଦଶଚନ୍ଦ୍ର । ମନରେ ସାମାନ୍ୟ ଅସ୍ଥରିତା କିମ୍ବା ଅଜଣା ଭୟ ଦେଖାଦେଇପାରେ । ଶରୀର ପ୍ରତି ସତର୍କ ରହିବେ । ଆଖି ସମସ୍ୟା କିମ୍ବା କ୍ଲାନ୍ତି ଦେଖା ଦେଇପାରେ । ଅଯଥା ଖର୍ଚ୍ଚ ହୋଇପାରେ । କୌଣସି ବଡ଼ ନିବେଶ କରନ୍ତୁ ନାହିଁ । ସହକର୍ମୀମାନଙ୍କ ସହ କଥାବାର୍ତ୍ତା ବେଳେ ଧୈର୍ଯ୍ୟ ରଖନ୍ତୁ । ବାଦବିବାଦରୁ ଦୂରେଇ ରୁହନ୍ତୁ ।
ଶୁଭରଙ୍ଗ: କ୍ରିମ, ଗୋଲାପି
ସିଂହ: ଏକାଦଶଚନ୍ଦ୍ର । ଧନଲାଭଯୋଗ । ଆୟବୃଦ୍ଧି ହେବ । ବ୍ୟବସାୟରେ ଲାଭ । ଅଟକି ରହିଥିବା ପଇସା ମିଳିପାରେ । ନିବେଶ କରିପାରନ୍ତି । ଚାକିରିକ୍ଷେତ୍ରରେ ଉଚପଦସ୍ଥ ଅଧିକାରୀ ମାନଙ୍କ ସାହାଯ୍ୟପ୍ରାପ୍ତି । ପଦୋନ୍ନତି ସୁଯୋଗ । ମାନ ସମ୍ମାନ ବୃଦ୍ଧି । ଗୃହେ ଆନନ୍ଦ । ପରିବାରରେ ହସଖୁସି ଲାଗି ରହିବ ।
ଶୁଭରଙ୍ଗ: ସୁନେଲି, ହଳଦିଆ
କନ୍ୟା: ଦଶମଚନ୍ଦ୍ର । କାର୍ଯ୍ୟକ୍ଷେତ୍ରରେ ସଫଳତାପ୍ରାପ୍ତି । ଚାକିରିକ୍ଷେତ୍ରରେ ପ୍ରଶଂସା । ବ୍ୟବସାୟରେ ଲାଭ । ଧନ ପ୍ରାପ୍ତିଯୋଗ । ନୂତନ ଦ୍ରବ୍ୟ କିଣି ପାରିବେ । ଯାନବାହନ କ୍ରୟ କରିପାରନ୍ତି । ଗୃହେ ଆନନ୍ଦ । ମନରେ ଉତ୍ସାହ ବଢ଼ିବ । ନୂତନ ଯୋଜନା କରିପାରନ୍ତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।
ଶୁଭରଙ୍ଗ: ମାଟିଆ, ସବୁଜ
ତୁଳା: ନବମ ଚନ୍ଦ୍ର । ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଯାତ୍ରା କରିପାରନ୍ତି । ଦେବ ଦର୍ଶନ । ନୂଆ ଚାକିରି ସୁଯୋଗ ମିଳିପାରେ । ଗୁରୁଜନ ଓ ମାତା ପିତାଙ୍କ ସାହାଯ୍ୟପ୍ରାପ୍ତି । ମନ ସ୍ଥିର ରହିବ । ନିବେଶ କରିପାରନ୍ତି । ପୁତ୍ର ଦୁହିତାକୁଳେ ଖର୍ଚ୍ଚ । ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅର୍ଥ ବ୍ୟୟ ହୋଇପାରେ । ସତର୍କ ରହିବେ ।
ଶୁଭରଙ୍ଗ: ହଳଦିଆ, ଧଳା
ବିଛା: ଅଷ୍ଟମଚନ୍ଦ୍ର । ମାନସିକ ଅସ୍ଥିରତା । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଶରୀର ପ୍ରତି ସତର୍କ ରହିବେ। ଶରୀର ଆଘାତ ହେବାର ସମ୍ଭାବନା ରହିଛି । ନୂତନ ନିବେଶ କରନ୍ତୁ ନାହିଁ । ଆର୍ଥିକ କ୍ଷେତ୍ରରେ କ୍ଷତି । ଯାତ୍ରା ନିଷେଧ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ଧୈର୍ଯ୍ୟ ରଖିବେ ।
ଶୁଭରଙ୍ଗ: ଗୋଲାପି, ମେରୁନ, ହଳଦିଆ
ଧନୁ: ସପ୍ତମଚନ୍ଦ୍ର । ଯାନବାହନ କ୍ରୟ କରିପାରନ୍ତି । ଜମିବାଡ଼ି କିଣିପାରନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ସହଯୋଗପ୍ରାପ୍ତି । ସ୍ୱାସ୍ଥ୍ୟ ସାଧାରଣ ଭଲ ରହିବ । ଧନପ୍ରାପ୍ତି ଯୋଗ । ଆୟ ବୃଦ୍ଧିହେବ । ବିନିଯୋଗରେ ଲାଭ ମିଳିବ । ମନରେ ଚାପ ଲାଗି ରହିବ ।
ଶୁଭରଙ୍ଗ: ସୁନେଲି,ହଳଦିଆ
ମକର: ଷଷ୍ଠଚନ୍ଦ୍ର,ଘାତବାର । ମାନସିକ ଚାପ ଲାଗି ରହିବ । କାର୍ଯକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ନିବେଶ କରନ୍ତୁ ନାହିଁ । ଯାତ୍ରା ନିଷେଧ । ବାଦବିବାଦ ହୋଇପାରେ । କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି । ଶରୀର ଆଘାତ ହେବାର ସମ୍ଭାବନା ଅଛି । ସତର୍କ ରହିବେ । ଯୁକ୍ତିତର୍କରୁ ଦୂରେଇ ରହିବେ।
ଶୁଭରଙ୍ଗ: ସୁବର୍ଣ୍ଣ, ହାଲୁକା ନୀଳ
କୁମ୍ଭ: ପଞ୍ଚମ ଚନ୍ଦ୍ର । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ମନ ପ୍ରସନ୍ନ ରହିବ । ଚାକିରିକ୍ଷେତ୍ରରେ ସୃଜନଶୀଳତାପ୍ରାପ୍ତି । କର୍ମକ୍ଷେତ୍ରରେ ପ୍ରଶଂସିତ । ଆର୍ଥିକ ଉନ୍ନତି । କୌଣସି ଶୁଭସମାଚାର ମିଳିପାରେ । ପରିବାରରେ ହସଖୁସି ଲାଗି ରହିବ । କାର୍ଯ୍ୟରେ ସଫଳତା । ବନ୍ଧୁମିଳନ ।ଗୃହେ ଆନନ୍ଦ । ରାଜନୀତିକ୍ଷେତ୍ରରେ ଉନ୍ନତି ।
ଶୁଭରଙ୍ଗ: ଧଳା, ନୀଳ
ମୀନ: ଚତୁର୍ଥ ଚନ୍ଦ୍ର । କଳହ ହେବାର ସମ୍ଭାବନା ଅଛି । ମନରେ ଅନାବଶ୍ୟକ ଭୟ ଲାଗି ରହିବ । ଶରୀରରେ କ୍ଲାନ୍ତି ହୋଇପାରେ । ଚାକିରିକ୍ଷେତ୍ରରେ ଚାପ ଅଧିକ ରହିବ । ବ୍ୟବସାୟ ପ୍ରତି ସତର୍କ । ବାଦବିବାଦରୁ ଦୂରେଇ ରହିବେ।ଚାକିରିକ୍ଷେତ୍ରରେ ଶତ୍ରୁବୃଦ୍ଧି । ପରିବାରରେ ମନୋମାଳିନ୍ୟ ।
ଶୁଭରଙ୍ଗ: ହଳଦିଆ, କ୍ରିମ