ରାୟଗଡା ୧୦/୦୩ ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ କାଚପାଇ ନିକଟରେ ଭୟଙ୍କ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ। ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବିଷମକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ମୃତକ ହେଲେ ଆକାଶ ମଣ୍ଡାଙ୍ଗୀ, ବିଷମକଟକ ବ୍ଲକ ଡେଙ୍ଗାସରଗି ଗାଁର ରବି ପିରୁବାକା ଓ କୋଲନରା ବ୍ଲକ ବୁରୁଜୁଗୁଡା ଗାଁର ବିରସିଂ ହିକକା ବୋଲି ଜଣାପଡ଼ିଛି।ମୃତଦେହ ଜବତ କରି ବିଷମକଟକ ପୁଲିସର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ନିକଟ କାଚପାଇ ଛକରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଘଟଣାସ୍ଥଳରେ ଦୁଇ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ ଦୁର୍ଘଟଣା ଦେଖି ବିଷମକଟକ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଗୁରୁତର ହୋଇଥିବା ୨ ଜଣଙ୍କୁ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଇଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବି(୧୯) ଙ୍କ ମୃତ୍ୟୁ ହୋଇଥିଲା। ଏନେଇ ବିଷମକଟକ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଏଣେ ମୃତକଙ୍କ ଗାଁରେ ଏହା ଶୋକର ଛାୟା ଖେଳାଇଛି।