ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କେନ୍ଦ୍ରାପଡାରେ ପହଞ୍ଚିଲା ଏନଡିଆରଏଫର ଦୁଇଟି ଟିମ୍

Published By : Gurupada Nath | October 22, 2024 6:31 PM

କେନ୍ଦ୍ରାପଡ଼ା, ୨୨/୧୦ :  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡାରେ ପହଞ୍ଚିଲା ଏନଡିଆରଏଫର ଦୁଇଟି ଟିମ୍ l ଦୁଇଟି ଟିମର ୭୦ଜଣ ସଦସ୍ୟ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଶେଷ ପ୍ରଭାବିତ ହେବାକୁ ଥିବା ଅଂଚଳକୁ ଯାଇଛନ୍ତି l ଜିଲ୍ଲାର ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକର ବିଭିନ୍ନ ଅଞ୍ଚଳରେ ଏନଡିଆରଏଫ ଟିମ୍ ମୁତୟନ ରହିବେ l ଲୋକମାନଙ୍କୁ ସଚେତନ କରିବା ସହ ବାତ୍ୟା ପରବର୍ତ୍ତି ସ୍ଥିତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ l 

ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ଯ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  l ଅଗ୍ନିଶମ ବିଭାଗର ୧୦ଟି ୟୁନିଟ୍ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି  l ବାତ୍ୟା ମୁକାବିଲା ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିଛି ଟିମ୍ l ଭିତରକନିକା ଅଞ୍ଚଳରେ ପହଁଞ୍ଚିବା ପରେ ବାତ୍ୟା ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ l 

ତେବେ ବନ ବିଭାଗ ପକ୍ଷରୁ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.